ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗ ଦେଇ ଥିବା ସାତ ଜଣ ସାଂସଦଙ୍କ ମଧ୍ୟରୁ ଜଣେ ବିକ୍ରମ ସାହନୀ ବଡ଼ ଖୁଲାସା କରିଛନ୍ତି। ସେ ଛନ୍ତି ଯେ, କିଛି ଦିନ ପୂର୍ବେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ସାକ୍ଷାତ୍ କରି ଥିଲେ ଏବଂ ସାଂସଦଙ୍କ ଯୋଜନା ବିଷୟରେ କହି ଥିଲେ। ସେ କହିଥିଲେ ଯେ, ମୁଁ କେଜ୍ରିୱାଲକୁ ଚେତାବନୀ ମଧ୍ୟ ଦେଇଥିଲି ଯେ, ଯଦି ଜଣେ ଦୁଇ ଜଣ ସାଂସଦ ମଧ୍ୟ ପାର୍ଟି ଛାଡ଼ିବା ପାଇଁ ପ୍ରସ୍ତୁତ ହୋଇଥା'ନ୍ତି , ତ ଦୁଇ ତୃତୀୟାଂଶ ଭୋଟ୍ର ସଂଖ୍ୟା ପୂରା ହୋଇ ଯିବ।
ଏନଡିଟିଭିକୁ ଦେଇଥିବା ଇଣ୍ଟରଭ୍ୟୁରେ ସାହନୀ କହିଛନ୍ତି, ମୁଁ କେଜ୍ରିୱାଲଙ୍କୁ କହିଛି ଯେ, ଯଦି ଜଣେ ଦୁଇ ଜଣ ସାଂସଦ ମଧ୍ୟ ଇସ୍ତଫା ଦେଇ ଦିଅନ୍ତି, ତ କେବଳ ଆଉ ପାଞ୍ଚ ସାଂସଦଙ୍କ ମଧ୍ୟରେ ଦୁଇ –ତୃତୀୟାଂଶ ବହୁମତ ହାସଲ ହୋଇଯିବ। ସେ ଆହୁରି କହିଛନ୍ତି , କେଜ୍ରିୱାଲଙ୍କୁ ଏହି କଥା ଉପରେ ବିଶ୍ୱାସ ନଥିଲା ଯେ, ସଂନ୍ଦୀପ ପାଠକ ମଧ୍ୟ ଇସ୍ତଫା ଦେଇ ଦେବେ। ପରବର୍ତ୍ତୀ ଦିନ ମୋତେ ଜଣାପଡ଼ିଲା ଯେ, ସନ୍ଦୀପ ପାଠକ ଓ ଅନ୍ୟ ଲୋକେ ମଧ୍ୟ ବିଜେପିକୁ ଯାଉଛନ୍ତି। ସେତେବେଳେ ମୁଁ ଭାବିଲି ପଞ୍ଜାବର ଭଲ ପାଇଁ ମୋତେ ବି ଆଗକୁ ବଢିବା ଉଚିତ୍।
ଅନ୍ୟପଟେ ସାହନୀ ପିଟିଆଇକୁ, ସାଂସଦଙ୍କ ଏହି ପଦକ୍ଷେପ ନେବାର କାରଣ କହିଥିଲେ। ସେ କହିଥିଲେ ୨୦୨୨ର ପଞ୍ଜାବ ନିର୍ବାଚନରେ , ଯେଉଁଠି ପାର୍ଟିକୁ ଐତିହାସିକ ଜନାଦେଶ ମିଳିଲା , ସନ୍ଦୀପ ପାଠକ ଓ ରାଘବ ଚଡ୍ଡା ଟିକେଟ୍ ବିତରଣ , ପ୍ରାର୍ଥୀ ଚୟନ ଓ ରଣନୀତି ପ୍ରସ୍ତୁତ କରିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଳାଇଛନ୍ତି। କିନ୍ତୁ ଯେତେବେଳେ ତାଙ୍କୁ ସାଇଡଲାଇନ୍ କରି ଦିଆ ଗଲା , ତ ସେ ନିରାଶ ହୋଇ ଗଲେ। ପୁଣି ,ଗତ ଦୁଇ ବର୍ଷରେ, ବିଶେଷ ଭାବେ ଦିଲ୍ଲୀ ନିର୍ବାଚନ ହାରିବା ପରେ ଏକ ନୂଆ ଟିମ୍ ଦାୟିତ୍ୱ ସମ୍ଭାଳିଲେ। ପାଠକ ଜୀ ଆମକୁ ଏହିସବୁ କଥା କହୁ ଥିଲେ। ଯେବେ ରାଘବ ଜୀଙ୍କୁ ଉପନେତା ପଦରୁ ହଟେଇ ଦିଆଗଲା, ତ ସ୍ଥିତି ଆହୁରି ବିଗିଡ଼ି ଗଲା। ପରବର୍ତ୍ତୀ ଦିନ ସେ ଏକ ଭିଡ଼ିଓ ଜାରି କରି ଥିଲେ। କେଉଁଠି ନା କେଉଁଠି ଏହି ଦୁଇ ପ୍ରମୁଖ ନେତାଙ୍କୁ ଅଣଦେଖା କରି ଯିବାରୁ ନିରାଶା ସୃଷ୍ଟି ହେଲା,ଯାହା ସମସ୍ତଙ୍କ ମଧ୍ୟରେ ବ୍ୟାପି ଗଲା। ସେ ଆମ ଭଳି ଅନ୍ୟ ସାଂସଦଙ୍କ ସହ କଥା ହେଲେ, ଏବଂ ଏହା ସ୍ପଷ୍ଟ ହୋଇଗଲା ଯେ, ସବୁଥିରେ ଅସନ୍ତୁଷ୍ଟ ଥିଲେ। ଆମକୁ ଲାଗିଲା ଯେ, ଆମେ ପଞ୍ଜାବର ସେହି ପରି ସେବା କରି ପାରୁ ନାହେଁ ,ଯେଉଁ ଭଳି ଆମକୁ କରିବା ଉଚିତ୍।
ଆମ୍ ପାର୍ଟିରୁ ବିରୋଧରେ ବିଦ୍ରୋହୀ କରି , ବିଜେପିରେ ସାମିଲ ହୋଇଥିବା ସ୍ୱାତି ମାଲିୱାଲ ଶନିବାର ଅଭିଯୋଗ କରିଛନ୍ତି ଯେ, ତାଙ୍କର ପୂର୍ବତନ ପାର୍ଟି ନିଜର ମୂଳ ସିଦ୍ଧାନ୍ତରୁ ବାଟବଣା ହୋଇ ଯାଇଛନ୍ତି ଏବଂ ଏହାର ନେତା ଅରବିନ୍ଦ କେଜ୍ରିୱାଲ ଏବେ ପୂର୍ବ ଭଳି ନୁହଁନ୍ତି। ଦିଲ୍ଲୀରେ କ୍ଷମତା ହରାଇବାର ପ୍ରାୟ ବର୍ଷେ ପରେ ଆପ୍ କୁ ଶୁକ୍ରବାର ସେହି ସମୟରେ ବଡ଼ ଝଟକା ଲାଗିଲା, ଯେବେ ରାଘବ ଚଡ୍ଡା ଓ ମାଲିୱାଲଙ୍କ ସମେତ ସାତ ଜଣ ରାଜ୍ୟସଭା ସଦସ୍ୟ ଏକାଠି ପାର୍ଟି ଛାଡ଼ି ଦେଲେ। ବିଦ୍ରୋହୀଙ୍କ ମଧ୍ୟରେ ପାର୍ଟି ସଙ୍ଗଠନର ପ୍ରମୁଖ ଚେହେରା ସନ୍ଦୀପ ପାଠକ , ପୂର୍ବତନ କ୍ରିକେଟ୍ର ହରଭଜନ ସିଂହ , ଅଶୋକ ମିତ୍ତଲ, ରାଜିନ୍ଦର ଗୁପ୍ତା ଓ ବିକ୍ରମ ସାହନୀ ମଧ୍ୟ ସାମିଲ ଅଛନ୍ତି।
ବିଜେପିରେ ସାମିଲ ହେବା ପରେ ମାଲିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଣ୍ଣାୟକ ଓ ମଜବୁତ୍ ନେତୃତ୍ୱର ପ୍ରଶଂସା କରିଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଆପ୍ରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ସ୍ୱାତୀ ମାଲିୱାଲ : କେଜରିୱାଲଙ୍କ ଉପରେ ବର୍ଷିଲେ,ମୋଦିଙ୍କ ନେତୃତ୍ବକୁ ପ୍ରଶଂସା