ନୂଆଦିଲ୍ଳୀ,୨୫।୪: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଶନିବାର ଘୋଷଣା କରି କହିଛନ୍ତି, ସେ ବିଜେପିରେ ସାମିଲ ହୋଇଛନ୍ତି। ଆପ୍ ସହିତ ଦୀର୍ଘ ଦୁଇ ଦଶକ ପୁରୁଣା ସମ୍ପର୍କ ଭାଙ୍ଗି ସ୍ୱାତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଉପରେ ଆଶା ପ୍ରକାଶ କରିଛନ୍ତି। ଏହା ସହ ଆପ୍ ପ୍ରତିଷ୍ଠାତା ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମୁହଁ ଖୋଲିଛନ୍ତି।
ଶୁକ୍ରବାର ଆପ୍ ସାଂସଦ ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ଚର୍ଚ୍ଚା ହେଉଥିଲା ଆପ୍ର ଆଉ ୪ ସାଂସଦ ସ୍ୱାତୀ ମାଲିୱାଲ ,ହରଭଜନ ସିଂହ, ରାଜେନ୍ଦ୍ର ଗୁପ୍ତା ଓ ବିକ୍ରମଜିତ୍ ସାହାନି ବିଜେପିରେ ସାମିଲ ହେବେ। ଏବେ ରାଘବଙ୍କ କଥାକୁ ସତ ପ୍ରମାଣିତ ହୋଇଛି। ବିଜେପିରେ ସାମିଲ ହେବାକୁ ନେଇ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ କହିଛନ୍ତି, ମୁଁ କୌଣସି ବାଧ୍ୟବାଧକତାରେ ବିଜେପିରେ ସାମିଲ ହୋଇନି, ବଂର ଏଥିପାଇଁ ସାମିଲ ହୋଇଛି କାରଣ ମୋତେ ପିଏମ୍ ମୋଦିଙ୍କ ନେତୃତ୍ବ ଉପରେ ଭରସା ରହିଛି। ମୁଁ ସେହି ସବୁ ଲୋକଙ୍କୁ ଅପିଲ କରିବାକୁ ଚାହୁଁଛି, ଯେଉଁମାନେ ରଚାନାତ୍ମକ ରାଜନୀତି କରିବାକୁ ଚାହାଁନ୍ତି, ସେମାନେ ବିଜେପିରେ ସାମିଲ ହୁଅନ୍ତୁ।
ଏହି ସମୟରେ ଅରବିନ୍ଦ କେଜରିୱାଲଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ସ୍ୱାତୀ ମାଲିୱାଲ। ସେ କହିଛନ୍ତି, ‘ମୁଁ ୨୦୦୬ ମସିହାରୁ କେଜରିୱାଲଙ୍କ ସହିତ ଅଛି, ପ୍ରତ୍ୟେକ ଆନ୍ଦୋଳନରେ ତାଙ୍କୁ ସମର୍ଥନ କରିଛି, କିନ୍ତୁ ସେ ମୋତେ ତାଙ୍କ ଘରେ ଜଣେ ଗୁଣ୍ଡା ଦ୍ୱାରା ମାଡ ମାରିଥିଲେ। ଯେତେବେଳେ ମୁଁ ଏହା କହିଲି, ମୋତେ ଭୟଭୀତ କରାଯାଇଥିଲା ଏବଂ ଧମକ ଦିଆଯାଇଥିଲା। ଏଫଆଇଆର ପ୍ରତ୍ୟାହାର କରିବାକୁ ମୋ ଉପରେ ଚାପ ପକାଯାଇଥିଲା। କେଜରିୱାଲଙ୍କୁ ‘ମହିଳା ବିରୋଧୀ’ । ତାଙ୍କୁ ଗତ ଦୁଇ ବର୍ଷ ମଧ୍ୟରେ ସଂସଦରେ କହିବା ପାଇଁ ଗୋଟିଏ ବି ସୁଯୋଗ ଦିଆଯାଇ ନାହିଁ, ଯାହା ଅତ୍ୟନ୍ତ ଲଜ୍ଜାଜନକ।
#WATCH | Delhi | On joining BJP, Rajya Sabha MP Swati Maliwal says, "...I joined the BJP not under any compulsion, but because I believe in the leadership of PM Modi. I urge all those who want to do constructive politics to join the BJP"
— ANI (@ANI) April 25, 2026
"I have left the AAP and joined the BJP.… pic.twitter.com/3SB4V441kl
ଅରବିନ୍ଦ କେଜରିୱାଲଙ୍କ ସମ୍ପର୍କରେ ମାଲିୱାଲ କହିଛନ୍ତି, ‘ଯଦି କେହି ବିଶ୍ୱାସଘାତକ, ତେବେ ସେ ହେଉଛନ୍ତି ଅରବିନ୍ଦ କେଜରିୱାଲ। ଯେତେବେଳେ ସେ ତାଙ୍କର ଆନ୍ଦୋଳନ ଆରମ୍ଭ କରିଥିଲେ, ସେ ଚିରା ପ୍ୟାଣ୍ଟ ପିନ୍ଧିଥିଲେ, ଦୁଇ ଟଙ୍କାର କଲମ ବ୍ୟବହାର କରିଥିଲେ ଏବଂ ଏକ ଭଙ୍ଗା ଗାଡ଼ିରେ ବୁଲିଥିଲେ। ଆମେ ସମସ୍ତେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲୁ, ବିଶ୍ୱାସ କରିଥିଲୁ ଯେ ଏହି ବ୍ୟକ୍ତି ଦେଶରେ ପରିବର୍ତ୍ତନ ଆଣିବେ। ଆନ୍ଦୋଳନ ସମୟରେ, ସେ ସମଗ୍ର ଦେଶକୁ ବଡ଼ ବଡ଼ ଏବଂ ମଧୁର ସ୍ୱପ୍ନ ଦେଖାଇଥିଲେ। ତାଙ୍କ କଥାରେ ଦେଶବାସୀ ପ୍ରଭାବିତ ହୋଇଥିଲେ, କିନ୍ତୁ ସେ କ'ଣ କଲେ? କ୍ଷମତାକୁ ଆସିବା ମାତ୍ରେ ସେ ଶହେ କୋଟି ଟଙ୍କାର ଏକ ଘର ତିଆରି କରିଦେଲେ। ସେ ସେଠାରେ ଏକ ବାର୍ ତିଆରି କଲେ, କୋଟି କୋଟି ଟଙ୍କାର କାର୍ପେଟ୍ ଲଗାଇଲେ, ଏବଂ ଲକ୍ଷ ଲକ୍ଷ ଟଙ୍କାର ଦାମୀ ରେଫ୍ରିଜରେଟର ଏବଂ ସୋଫା କିଣିଲେ। ଆଉ ଏବେ, ଯେତେବେଳେ ଦିଲ୍ଲୀର ଲୋକମାନେ ତାଙ୍କୁ ହରାଇ ଦେଲେ, ସେ ପଞ୍ଜାବ ଚାଲିଗଲେ। ସେ ଯେଉଁ ବ୍ୟକ୍ତିଙ୍କୁ ମୋତେ ପିଟିଥିଲେ, ତାଙ୍କୁ Z-ପ୍ଲସ୍ ସୁରକ୍ଷା ଦିଆଯାଇଛି। ଆଜି, ତାଙ୍କୁ ଭଗବନ୍ତ ମାନଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି... ଯେଉଁ ବ୍ୟକ୍ତି VIP ପ୍ରୋଟୋକଲ୍ ବିରୁଦ୍ଧରେ କଥା କହୁଥିଲେ, ଯେତେବେଳେ ତାଙ୍କ କାରକେଡ୍ ଯାଏ, ରୁ ଅଧିକ ଗାଡ଼ି ଥାଏ। ତେବେ, ଦେଶଦ୍ରୋହ କାହାକୁ କୁହାଯାଏ ? ମୁଁ ମୋର ମୂଳ ସିନ୍ଧାନ୍ତ ବିରୋଧରେ କାମ କରିବାକୁ ଦେଶଦ୍ରୋହ ମାନେ ଓ କେଜରିୱାଲଙ୍କଠାରୁ ବଡ଼ ବିଶ୍ୱାସଘାତକ କେହି ନୁହେଁ।
ସ୍ୱାତୀ ମାଲିୱାଲ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ମହିଳା ବିରୋଧୀ। ଏବେ ସେ ପଞ୍ଜାବରେ ଅନୁପ୍ରବେଶ କରିଛନ୍ତି, ଏବଂ ରାଜ୍ୟ ସରକାର ରିମୋଟ୍-କଣ୍ଟ୍ରୋଲ୍ ହେଉଛି, ଯାହା ଫଳରେ ପଞ୍ଜାବ ତାଙ୍କର ବ୍ୟକ୍ତିଗତ ଏଟିଏମ୍ ପାଲଟିଛି। ପଞ୍ଜାବରେ ବେଆଇନ ବାଲି ଖନନ ଏବଂ ଡ୍ରଗ୍ସ ବ୍ୟବହାର ବହୁଳ ଭାବରେ ଚାଲିଛି। ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ନେତାଙ୍କ ବିରୋଧରେ ଏଫଆଇଆର ଦିଆଯାଉଛି। ଅରବିନ୍ଦ କେଜ୍ରିୱାଲ ଦୁର୍ନୀତି ଏବଂ 'ଗୁଣ୍ଡାଗିରି' ପାଇଁ ଜଣାଶୁଣା। ଅନ୍ୟପକ୍ଷରେ, ଆମ ପାଖରେ ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି, ଯିଏ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା। ପିଏମ୍ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦେଶର ବିକାଶ ପାଇଁ ବହୁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। 'ଅପରେସନ୍ ସିନ୍ଦୂର' ସମୟରେ ଯେତେବେଳେ ଆମେ ଶତ୍ରୁଙ୍କୁ ଘରେ ପଶି ତାଙ୍କୁ ମାରିଥିଲୁ । ସେଭଳି ନକ୍ସଲବାଦର ମୂଳଉତ୍ପାଟନ, ସଂସଦରେ ମହିଳା ସଂରକ୍ଷଣ ବିଲ୍ ଏହାର ଏକ ଉଦାହରଣ। ମୁଁ ବହୁତ ଭାବି ଚିନ୍ତି ବିଚାର କରି ଏହି ନିଷ୍ପତ୍ତି ନେଇଛି। ବିଜେପିରେ ସାମିଲ ହେବାର କାରଣ ହେଉଛି ଦଳର ମୂଲ୍ୟବୋଧ ଏବଂ ପିଏମ୍ ମୋଦିଙ୍କ ନେତୃତ୍ବରେ ମୁଁ ଖୁବ୍ ପ୍ରଭାବିତ।’ ମାଲିୱାଲ କହିଛନ୍ତି, ‘ପ୍ରଶାନ୍ତ ଭୂଷଣ ହୁଅନ୍ତୁ, ଶାନ୍ତି ଭୂଷଣ ହୁଅନ୍ତୁ, କୁମାର ବିଶ୍ୱାସ ହୁଅନ୍ତୁ, କିମ୍ବା ହଜାର ହଜାର ସ୍ୱେଚ୍ଛାସେବକ ହୁଅନ୍ତୁ, ସେମାନେ ସମସ୍ତେ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଦଳ ଛାଡିଛନ୍ତି। ମୁଁ ବିଶ୍ୱାସ କରେ ଯେ କୌଣସି ଭଲ ବ୍ୟକ୍ତି ଅରବିନ୍ଦ କେଜରିୱାଲଙ୍କ ସହିତ ଅଧିକ ସମୟ ପାଇଁ କାମ କରିପାରିବେ ନାହିଁ... ଦଳ ଭିତରୁ ଭାଙ୍ଗିବାରେ ଲାଗିଛି ... ମୁଁ ସମସ୍ତଙ୍କ ସହିତ ସମ୍ପର୍କରେ ଅଛି। ଅରବିନ୍ଦ କେଜରିୱାଲଙ୍କ ଉପରେ କେହି ଖୁସି ନୁହଁନ୍ତି।’
ଆହୁରି ପଢନ୍ତୁ : ରାଘବ ଚଢାଙ୍କ ସହିତ ୭ ସାଂସଦ ଆପ୍ ଛାଡିବା ପରେ ମୁହଁ ଖୋଲିଲେ ଆନ୍ନା ହଜାରେ, କହିଲେ, ଠିକ୍ ରାସ୍ତାରେ ଚାଲିଥିଲେ ଏଭଳି...