PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଆରଏସଏସ ମୁଖ୍ୟଙ୍କ ମନ୍ତବ୍ୟ: ସୁପ୍ରିମକୋର୍ଟ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି

ନୂଆଦିଲ୍ଲୀ,୩୧ ।୧(ଏଜେନ୍ସି): ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗୱତ ଗୁରୁବାର କହିଛନ୍ତି କି କେରଳର ସବରିମାଳା ସ୍ଥିତ ଭଗବାନ ଆୟାପ୍ପାଙ୍କ ମନ୍ଦିରରେ ମହିଳାଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ଦେଇ ସୁପ୍ରିମକୋର୍ଟ କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି ।
ୟୁପିର ପ୍ରୟାଗରାଜରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ଆୟୋଜିତ ଧର୍ମ ସଂସଦରେ ଯୋଗ ଦେବା ଅବସରରେ ଭାଗୱତ କହିଛନ୍ତି କି ଯଦିଓ ସମସ୍ତେ ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ମାନ କରୁଛନ୍ତି କିନ୍ତୁ ଅଦାଲତ ଏହି ପ୍ରସଙ୍ଗରେ ଅତି ତରବରିଆ ଭାବେ ରାୟ ଶୁଣାଇଛନ୍ତି ଏବଂ ଏପରି କଲାବେଳେ ସିଏ ହିନ୍ଦୁଙ୍କ ଭାବନାକୁ ଆଦୌ ବିଚାରକୁ ନେଇନାହାନ୍ତି ।
ସବରିମାଲା ପୀଠ ପରିସରରେ ଚାରିଟି ମନ୍ଦିର ଅଛି । କେବଳ ଆୟାପ୍ପାଙ୍କ ମନ୍ଦିରକୁ ଛାଡି ବାକି ତିନୋଟି ମନ୍ଦିରରେ ମହିଳାଙ୍କ ସମେତ ସମସ୍ତଙ୍କୁ ପ୍ରବେଶ କରିବା ପାଇଁ ସୁଯୋଗ ଦିଆଯାଉଥିଲା । ତେଣୁ ଆୟାପ୍ପାଙ୍କ ମନ୍ଦିର ଭିତରକୁ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ଦେବାର କିଛି ଆବଶ୍ୟକତା ନଥିଲା । ଖାଲି ସେତିକି ନୁହେଁ, ଅଦାଲତ ଏଭଳି ମାମଲାର ଶୁଣାଣି କରିବା ସମୟରେ ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ ବି ପ୍ରଶ୍ନ ଉଠାଇଛନ୍ତି । ଅଦାଲତ ଭୁଲିଗଲେ କି ସବରିମାଲା ଏକ ସର୍ବସାଧାରଣ ସ୍ଥାନ ନୁହେଁ, ବରଂ ଏହା ହେଉଛି ହିନ୍ଦୁମାନଙ୍କର ଏକ ଧାର୍ମିକ ସ୍ଥଳ ।
ସୁପ୍ରିମକୋର୍ଟ ଭାବିଲେନି ଯେ ଏ ପ୍ରକାର ରାୟ ଯୋଗୁ କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଲାଗିବ । ଭଗବାନ ଆୟାପ୍ପାଙ୍କ ଭକ୍ତ କେବଳ କେରଳରେ ସୀମିତ ନାହାନ୍ତି । ବରଂ ବିଶ୍ୱର କୋଣ ଅନୁକୋଣରେ ତାଙ୍କର ଭକ୍ତ ରହିଛନ୍ତି । ମହିଳାଙ୍କ ସହିତ କୌଣସି ପ୍ରକାର ପକ୍ଷପାତ କରାଯାଉନଥିବାର ଦୋହରାଇବା ସହିତ ସେ କହିଛନ୍ତି କି ହିନ୍ଦୁମାନଙ୍କୁ ବିଭାଜିତ କରିବା ଏବଂ ସେମାନଙ୍କ ଭାବନାକୁ ଆଘାତ ଦେବା ପାଇଁ ନୂଆ ନୂଆ ଯୋଜନା କରାଯାଉଛି । କେବଳ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ସମାଜରେ ବିଭାଜନ ସୃଷ୍ଟି କରାଯାଉଛି ।

ସମ୍ବନ୍ଧିତ ଖବର