ନୂଆଦିଲ୍ଲୀ; ୧୮/୧ : ଏବେ ସମାଜରେ ଜାତି-ଅଜାତି ଛୁଆଁ ଅଛୁଆଁ ଭେଦଭାବ ରହିଛି । ଯୁଗ ଏତେ ଆଗେଇଥିଲେ ସୁଦ୍ଧା ଏବେ ମଧ୍ୟ ସମାଜରେ ଜାତିବାଦ ଦେଖିବାକୁ ମିଳୁଛି । ଗାଁମାନଙ୍କରେ ଏବେ ମଧ୍ୟ ଲୋକେ ଏହି ଜାତିବାଦ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କେବେ ସମାଜରୁ ଏହି ଜାତିବାଦ ସରିବ ? ଏମିତି ଅନେକ ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ । ତେବେ ଏହି ଜାତିଭେଦକୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ୍ । କେବେ ଏସମାଜରୁ ଜାତିଭେଦ ଦୂର ହେବ ? ଏହାକୁ ନେଇ ସେ କହିଛନ୍ତି ସେ ଆହ୍ବାନ କରିଛନ୍ତି କି, ଆନ୍ତରିକ ପ୍ରୟାସ କରିବା ଜରୁରୀ ।
ମୋହନ ଭାଗବତ କହିଛନ୍ତି କି, ଯଦି ସମସ୍ତଙ୍କର ଆନ୍ତରିକ ମନୋଭାବ ରହିବ ତାହେଲେ ଏସମାଜରୁ ୧୦-୧୨ ବର୍ଷ ଭିତରେ ଜାତିଭେଦ ଦୂର ହୋଇଯିବ । ରବିବାର ଆରଏସଏସର ଶତବାର୍ଷିକୀ ପାଳନ ଅବସରରେ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା । ଯେଉଁ ସଭାରେ ସମ୍ବୋଧନ କରି ଏପରି କହିଛନ୍ତି । ଏହାସହ ସେ କହିଛନ୍ତି କି, ଯଦି ଜାତିଭେଦ ଦୂର କରିବାକୁ ହୁଏ ତେବେ ପ୍ରଥମେ ମନରୁ ଜାତିଭେଦ ଦୂର କରିବାକୁ ପଡିବ। "ଜାତିଭେଦ ମୂଳତଃ ବୃତ୍ତି ଏବଂ କାର୍ଯ୍ୟ ସହିତ ଜଡିତ ଥିଲା, କିନ୍ତୁ ପରେ ଏହା ସମାଜରେ ବ୍ୟାପିଗଲା ଏବଂ ଭେଦଭାବର କାରଣ ହୋଇଗଲା।"
କେବେ ଓ କେମିତି ଦୂର ହେବ ଜାତିଭେଦ ?
ଜାତିପ୍ରଥାର ସମସ୍ୟା ଉପରେ ଭାଷଣ ଦେଇ, ଭାଗବତ ଲୋକମାନଙ୍କୁ ମନରୁ ଏହାକୁ ଦୂର କରିବାକୁ ନିବେଦନ କରିଥିଲେ। ସେ କହିଥିଲେ, "ଏହି ଭେଦଭାବକୁ ଶେଷ କରିବା ପାଇଁ, ମନରୁ ଜାତିପ୍ରଥାକୁ ଦୂର କରିବାକୁ ପଡିବ। ଯଦି ଏହା ଆନ୍ତରିକତାର ସହିତ କରାଯାଏ, ତେବେ ୧୦ ରୁ ୧୨ ବର୍ଷ ମଧ୍ୟରେ ଜାତିପ୍ରଥା ଶେଷ ହୋଇଯିବ।" ଉପସ୍ଥିତ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ, ଭାଗବତ କହିଥିଲେ ଯେ ସଂଘର ଲକ୍ଷ୍ୟ ହେଉଛି ସମାଜକୁ ସାଥିରେ ନେଇ ଭାରତକୁ ଏହାର ସର୍ବୋତ୍ତମ ଗୌରବ ଫେରାଇ ଆଣିବା । ଏହାସହ ସେ କହିଛନ୍ତି କି, ସଂଘ ବ୍ୟକ୍ତିର ଚରିତ୍ର ଗଠନ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ କାର୍ଯ୍ୟ କରେ । "ସଂଘର ଲକ୍ଷ୍ୟ ହେଉଛି ଭାରତ ଏବଂ ସମଗ୍ର ସମାଜକୁ ଏହାର ସର୍ବୋଚ୍ଚ ଗୌରବରେ ଉନ୍ନୀତ କରିବା। ସଂଘ ନିଜକୁ ବଡ଼ କରିବାକୁ ଚେଷ୍ଟା କରେ ନାହିଁ; ଏହା ସମାଜକୁ ବଡ଼ କରିବାକୁ ଚେଷ୍ଟା କରେ ।