ଟିଭିର ସଂସ୍କାରୀ ବୋହୂ ହେଲେ ଟପଲେସ୍, ଗୋଲାପ ପିନ୍ଧି କଲେ ବୋଲ୍ଡ ଫଟୋସୁଟ୍

ନୂଆଦିଲ୍ଲୀ ୨୫/୦୫: ଟିଭିର ସଂସ୍କାରୀ ବୋହୂ ରୁବିନା ଦିଲାୟିକ୍ ଦିନକୁ ଦିନ ବୋଲ୍ଡ ହୋଇଯାଉଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ନିଜର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି। ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି।
ରୁବିନା ସେୟାର କରିଥିବା ଫଟୋରେ ସେ ଟପଲେସ୍ ଅଛନ୍ତି। ଏହି ଫଟୋଗୁଡ଼ିକରେ, ସେ ଟପ୍ ବଦଳରେ ଏକ ବଡ଼ ଗୋଲାପ ଫୁଲ ପିନ୍ଧିଛନ୍ତି। ୩୪ ବର୍ଷ ବୟସରେ ସେ ବହୁତ ବୋଲ୍ଡ ଦେଖାଯାଉଛନ୍ତି। ଫଟୋ ପାଇଁ ପୋଜ୍ ଦେଉଥିବାବେଳେ ରୁବିନା ତାଙ୍କ କାତିଲାନା ଅନ୍ଦାଜ ଦେଖାଇଛନ୍ତି।
ଫଟୋରେ ଦେଖାଯାଇଛି, ରୁବିନା ଭୂମିରେ ବସିଛନ୍ତି। ସେ ନିଜ ଶରୀରକୁ ଗୋଲାପରେ ଆଚ୍ଛାଦନ କରିଛନ୍ତି। ଏହା ବ୍ୟତୀତ ସେ ନେଟ୍ ପୋଷାକ ପିନ୍ଧିଛନ୍ତି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ‘ଲୋକମାନେ ଅନାଇବେ! ଏହାକୁ ସେହି ଯୋଗ୍ୟ କର।’
ଟିଭିର ଛୋଟି ବୋହୂଙ୍କ ବୋଲ୍ଟ ଅବତାର ଦେଖି ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଦିୱାନା କରୁଛନ୍ତି। ସେମାନେ ତାଙ୍କ ଫଟୋରେ ବହୁତ କମେଣ୍ଟ କରୁଛନ୍ତି। ଜଣେ ୟୁଜର୍ କମେଣ୍ଟ ଦେଇ ଲେଖିଛନ୍ତି ‘ପ୍ରିୟ ସୁନ୍ଦର ଦେଖାଯାଉଛ।’ ଅନ୍ୟ ଜଣେ ଲେଖିଛନ୍ତି ‘ମୁଁ ତୁମର ଜଣେ ବଡ଼ ପ୍ରଶଂସକ। ମୋ କମେଣ୍ଟ ଉପରେ ରିପ୍ଲାଇ ଦିଅ।