ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ : ଇସ୍ତଫା ଦେଲେ ୮୨ ବିଧାୟକ, ଗେହଲଟଙ୍କୁ କଲେ ସମର୍ଥନ

ରାଜସ୍ଥାନ : ବର୍ତ୍ତମାନ ସମୟରେ ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି । ୮୨ ବିଧାୟକ ଇସ୍ତଫା ଦେଇଛନ୍ତି । ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେପଟେ କଂଗ୍ରେସ ବିଧାୟକ ଦଳର ବୈଠକ  ରଦ୍ଦ ହୋଇ ଯାଇଛି । ଗେହଲଟଙ୍କୁ ସମର୍ଥନ ଜଣାଇ ଏକାଠି ହୋଇଛନ୍ତି ବିଧାୟକମାନେ ।

କଂଗ୍ରେସ ନେତା ପ୍ରତାପ ଖାଚରିୟାୱାସ୍‌ କହିଛନ୍ତି , ଆମର ମିଟିଂ ହୋଇଗଲା । ଆମ ସାଥିରେ ୯୨ ବିଧାୟକ ଅଛନ୍ତି । ଯେଉଁମାନେ ଇସ୍ତଫା ଦେଇଛନ୍ତି । ଏହି ବିଧାୟକଙ୍କ କହିବା ହେଲା କି ନୂଆ ସିଏମ୍  ଚୟନରେ ତାଙ୍କର ମତ ନିଆଯାଇ ନାହିଁ । ଏଥିରେ ସେମାନେ ଖୁବ୍‌ ଅସନ୍ତୁଷ୍ଟ । ବିଧାୟକମାନେ ବସ୍‌ରେ ବସି ସିପି ଯୋଶୀଙ୍କ ନିବାସ ଆଡ଼କୁ ଯାଇଛନ୍ତି । ଗୋଟିଏ ବସ୍‌ କଂଗ୍ରେସ ବିଧାୟକ ଶାନ୍ତି ଧାରୀୱାଲଙ୍କ ଘରୁ ବାହାରି ସାରିଛି ।

କହି ରଖୁଛୁ କି , ବର୍ତ୍ତମାନ ସମୟରେ ସିଏମ୍ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷର ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି , ଏହି ସ୍ଥିତିରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ହେବ । ସେଥିପାଇଁ ସଚିନ ପାଇଲଟଙ୍କୁ ସିଏମ୍‌ କରିବାକୁ ଆଶା ଅଧିକ ରହିଛି । ହେଲେ କଂଗ୍ରେସ ପାଇଁ ଏହି ନିଷ୍ପତ୍ତି ସେତେ ସହଜ ହେବାକୁ ଯାଉ ନାହିଁ । ଗେହଲଟ ଦଳର ବିଧାୟକମାନେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରେଇବାକୁ ବିରୋଧ କରୁଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.