ଓଡ଼ିଶାରେ ରୁଫ୍ ଟପ୍ ସୌର ପ୍ରକଳ୍ପ :୧୦୦୦ ସରକାରୀ କୋଠାରୁ ମିଳିବ ବିଜୁଳ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ଓଡ଼ିଶାର ପ୍ରମୁଖ ସହରରେ ଥିବା ସରକାରୀ ବିଲ୍ଡିଂ ବା କୋଠାରେ ସ୍ଥାପନ ହେବ ରୁଫ୍ ଟପ୍ ସୌର ପ୍ରକଳ୍ପ । ମୋଟ୍ ୧୦୦୦ ସରକାରୀ ବିଲ୍ଡିଂରେ ଏହି ରୁଫ୍ ଟପ୍ ସୌର ପ୍ରକଳ୍ପ ସ୍ଥାପନ ହେବ । ଏହି ଉପାୟରେ ୧୫ ମେଗାୱାଟ୍ ବିଜୁଳି ଉôପାଦନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ରୁଫ୍ ଟପ୍ ସୌର ପ୍ରକଳ୍ପରେ ଦେଶର ଅଗ୍ରଣୀ ରାଜ୍ୟ ଓଡ଼ିଶା ଏ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଢେର୍ ଆଗରେ ରହିବାକୁ ଆଶା ରଖିଛି । ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦେଶର ବିଭିନ୍ନ ଭାଗରେ ରୁଫ୍ ଟପ୍ ସୌର ପ୍ରକଳ୍ପ ସ୍ଥାପନ ହେଉଛି । ତେବେ କୌଣସି ରାଜ୍ୟ ସରକାର ବ୍ୟାପକ ଭାବେ ଏହି ପ୍ରକଳ୍ପ ହାତକୁ ନେଇ ନାହାନ୍ତି । ଓଡ଼ିଶା ସରକାର କିନ୍ତୁ ରାଜ୍ୟର ୧୭ଟି ସହରର ପ୍ରାୟ ୯୦୦-୧,୦୦୦ ସରକାରୀ ବିଲ୍ଡିଂରେ ରୁଫ୍ ଟପ୍ ପ୍ୟାନେଲ୍ ସ୍ଥାପନ କରି ସୌରଶକ୍ତି ଉôପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ।
ବର୍ତ୍ତମାନ ରାଜ୍ୟ ସରକାର ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ଥିବା ସରକାରୀ ବିଲ୍ଡିଂରେ ୪ ମେଗାୱାଟ୍ର ରୁଫ୍ ଟପ୍ ସୌର ପ୍ରକଳ୍ପ ସ୍ଥାପନ କରିଛନ୍ତି । ଆଜ୍ୟୁର୍ ପାୱାର ମରକ୍ୟୁରୀ ପ୍ରାଇଭେଟ୍ ଲିମିଟେଡ୍ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରୁଛି । ଚଳିତ ବର୍ଷ ଫେବ୍ରୁଆରୀରେ ଏହାକୁ ରାଜ୍ୟ ଗ୍ରୀଡ୍ ସହ ସଂଯୋଗ କରାଯିବ ।
ସରକାରୀ କୋଠାରେ ପ୍ରସ୍ତାବିତ ସୌର ରୁଫ୍ ଟପ୍ ପ୍ରକଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର ସମ୍ବଲପୁର, ବୁର୍ଲା, ହିରାକୁଦ, ରାଉରକେଲା, ପୁରୀ, ଖୋର୍ଦ୍ଧା, ବ୍ରହ୍ମପୁର, ଛତ୍ରପୁର, ଜୟପୁର, କୋରାପୁଟ, ସୁନାବେଡ଼ା, ବାଲେଶ୍ୱର, ଭଦ୍ରକ ଓ ବାରିପଦା ସହରକୁ ଚିହ୍ନଟ କରିଛନ୍ତି । ଏହାବ୍ୟତୀତ କଟକ ଓ ଭୁବନେଶ୍ୱରର ଯେଉଁ ସରକାରୀ ବିଲ୍ଡିଂରେ ମଧ୍ୟ ରୁଫ୍ ଟପ୍ ସୌର ପ୍ରକଳ୍ପ ସ୍ଥାପନ କରାଯାଇନି, ସେଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ । ଖୁବ୍ଶୀଘ୍ର ପ୍ରସ୍ତାବିତ ସୌର ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ୍ ଏନର୍ଜୀ ଡେଭଲପ୍ମେଣ୍ଟ କମ୍ପାନି (ଜେଡ୍କଲ୍) ଟେଣ୍ଡର ଆହ୍ୱାନ କରିବ ।
ସୌର ରୁଫ୍ ଟପ୍ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସବ୍ସିଡି ଯୋଗାଇବା ଉଚିତ ବୋଲି ରାଜ୍ୟ ସରକାର ବାରମ୍ବାର ଦାବି କରିଆସୁଛି । ଏହାବାଦ୍ ରାଜ୍ୟ ସରକାର ଏଭଳି ପ୍ରକଳ୍ପକୁ ରିହାତି ମଧ୍ୟ ଦେଉଛନ୍ତି । ସୂଚନା ଥାଉକି, ଅକ୍ଷୟ ଶକ୍ତି ନୀତି-୨୦୧୬ରେ ରାଜ୍ୟ ସରକାର ୨୦୨୨ ସୁଦ୍ଧା ଓଡ଼ିଶାରେ ୨,୨୦୦ ମେଗାୱାଟ୍ର ସୌରଶକ୍ତି ଉôପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି ।