PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ରୁକୁଣା ରଥଯାତ୍ରା ପାଇଁ ପୁଲିସର ପ୍ରସ୍ତୁତି ବୈଠକ: ନିୟୋଜିତ ହେବେ ୨୦ ପ୍ଲାଟୁନ୍ ଫୋର୍ସ, ୧୦୦ ଅଫିସର

ଭୁବନେଶ୍ୱର,୭ା୪(ବ୍ୟୁରୋ): ଆସନ୍ତା ୧୩ ରେ ପଡୁଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ନିର୍ବାଚନୀ ଋତୁରେ ପଡୁଥିବାରୁ ଏଥର ରଥଯାତ୍ରା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବାକୁ କମିଶନରେଟ ପୁଲିସ ମୁଖ୍ୟାଳୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରାର ସୁରକ୍ଷାରେ ପ୍ରାୟ ୨୦ ପ୍ଲାଟୁନ୍‌ ପୁଲିସ ଓ ୧୦୦ରୁ ଅଧିକ ପୁଲିସ ନିୟୋଜିତ ରହିବାକୁ ନିଷ୍ପତ୍ତି ନିଆଯାଇଛି । ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏହାକୁ ଅଧ୍ୟକ୍ଷତା କରିଥିଲେ । ଡିସିପି ଅନୁପ ସାହୁ, ଡିସିପି (ମୁଖ୍ୟାଳୟ) ପଦ୍ମିନୀ ସାହୁ, ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ ବେହେରା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ସାହୁ ଓ ଶ୍ରୀଲିଙ୍ଗରାଜଙ୍କ ସମସ୍ତ ନିୟୋଗର ସେବାୟତ ପ୍ରତିନିଧିମାନେ ଏଥିରେ ଉପସ୍ଥିତ ଥିଲେ ।

ରୁକୁଣା ରଥଯାତ୍ରା ଦିନ ଶ୍ରୀଜୀଉଙ୍କ ରଥକୁ ଗୋଟଏି ଦନିରେ ମାଉସୀମା ମନ୍ଦିରରେ ପହଞ୍ଚାଇବାକୁ କମିଶନର ଶ୍ରୀ ମହାନ୍ତି ଗୁରୁତ୍ୱ ଦେବା ସହ ସେବାୟତ ନିୟୋଗଙ୍କ ସହଯୋଗ ଲୋଡିଥିଲେ । ଏଥିନିମନ୍ତେ ପ୍ରଚଳିତ ନୀତି ଓ ପରମ୍ପରାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ପ୍ରଦାନ କରାଯାଇଛି । ଯାତ୍ରା ସମୟରେ ରଥଦାଣ୍ଡକୁ ଯାନବାହନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯବି । ବଢ଼େଇବାଙ୍କ ଛକରୁ ମାଉସୀମା’ ମନ୍ଦିର ରାସ୍ତାରେ ଥିବା ସମସ୍ତ ପ୍ରବେଶ ପଥକୁ ସଲି୍‌ କରାଯବି । ବଭିନି୍ନ ସମ୍ବେଦନଶୀଳ ସ୍ଥାନରେ ବରଷ୍ଠି ଅଫସିରଙ୍କୁ ମୁତୟନ କରାଯବି । ଗହଳି ଭିତରେ ସାଦା ପୋଷାକରେ ପୁଲିସ୍‌ ପଇଁତରା ମାରିବେ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ୨୦ ଜଣ ଟ୍ରାଫିକ୍‌ ପୁଲିସ ରାସ୍ତା ଜଗିବେ । ଏହାସହ ରଥକୁ ଏକା ଦନିରେ ମାଉସୀମା ମନ୍ଦିରରେ ପହଞ୍ଚାଇବାକୁ ସମସ୍ତ ସେବାୟତଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି କହିଥିଲେ ।

ରଥଯାତ୍ରା ବେଳେ ରଥରୋଡରେ ଆମିଷ ବିକ୍ରିକୁ ନିଷେଧ କରାଯାଇଛି । ସେହିପରି ରଥଦାଣ୍ଡରୁ ଉଠା ଦୋକାନୀ ଉଠାଇବା, ରାସ୍ତା ଉପରେ ଅତକ୍ରିମ କରୁଥିବା ତାର ଗୁଡକି ହଟାଇବା ଓ ରାସ୍ତା ଉପରୁ ଗଛ ଡାଳ କାଟବିା ଉପରେ ଆଲୋଚନା ହୋଇଥିଲା । ଏଥିସହତି ରଥ ଟଣା ସମୟରେ ବଦିୁ୍ୟତ କାଟ କରାଯବିାକୁ କୁହାଯାଇଛି । ଆସନ୍ତା ସୋମବାର ବୈଠକରେ ରଥଯାତ୍ରାର ସମୟ ନିର୍ଘଣ୍ଟ କରାଯିବ ବୋଲି କମିଶନର ଶ୍ରୀ ମହାନ୍ତି କହିଛନ୍ତି । ରଥଟଣା ସମୟରେ ମନ୍ଦିର ପ୍ରଶାସନ, ବିଏମ୍‌ସି, ଅଗ୍ନିଶମ ବିଭାଗ, କମିଶନରେଟ୍‌ ପୁଲିସ, ଡାକ୍ତରୀ ଟିମ୍‌, ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ଏହାର ତଦାରଖ କରିବେ ।