PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା, ଅପରାହ୍ଣ ୩ଟା ପୂର୍ବରୁ ଆରମ୍ଭ ହେବ ରଥ ଟଣା

ଭୁବନେଶ୍ୱର,୦୨/୦୪: ରାମେଶ୍ୱର ପୀଠରେ ୩ଦିନ ଅବସର ବିତାଇବା ପରେ ରବିବାର ରୁକୁଣା ରଥରେ ବିଜେ ହୋଇ ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଉଣୀ ରୁକ୍ମୁଣୀ । ଏଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ଠାରୁ ଅଧଘଣ୍ଟାଏ ଆଗରୁ ରଥ ଟଣା କାର୍ଯ୍ୟ ଆରମ୍ଭ କରିବା ଲାଗି ମନ୍ଦିର ପ୍ରଶାସନ ସମସ୍ତ ସେବାୟତଙ୍କୁ ଜଣାଇଛନ୍ତି । ଫଳରେ ଗୋଟିଏ ଦିନରେ ରଥ ରାମେଶ୍ୱରରୁ ମହାଖଳାରେ ପହଞ୍ଚିବ । ତେଣୁ ରାମେଶ୍ୱରଙ୍କ ପୀଠରେ ମଧ୍ୟ ସମସ୍ତ ନୀତି ଆଗୁଆ ସମ୍ପନ୍ନ କରିବା ଲାଗି ପରାମର୍ଶ ଦିଆଯାଇଛି ବୋଲି ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର କହିଛନ୍ତି ।

ପରିବର୍ତ୍ତିତ ନୀତିନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତୀ,ଅବକାଶ,ରୋଷ ହୋମ ଓ ପାକ କାର୍ଯ୍ୟ ସକାଳୁ ଆରମ୍ଭ ହୋଇ ୮ଟାରେ ଶେଷ ହେବ । ସାହାଣମେଲା ଦର୍ଶନ ୯ଟା ପର୍ଯ୍ୟନ୍ତ ଚାଲିବ । ଛାମୁ ପରିଷ୍କାର,ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଦିନ ୧୦ଟା ଯାଏ ଜାରି ରହିବ। ଶ୍ରୀଜିଉଙ୍କ ବଲ୍ଲଭ,ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ,ଶ୍ରୀଜିଉଙ୍କ ସକାଳ ଧୂପ, ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ଓ ଭୋଗ ମଣ୍ଡପ ଦିନ ୧୨ ମଧ୍ୟରେ ସମ୍ପନ୍ନ ହେବ ।

ଏହାପରେ ଅପରାହ୍ଣ ୧ଟା ମଧ୍ୟରେ ଅଧରପଣା ନୀତି ସମାପନ କରାଯାଇ ପହଣ୍ଡି ଆରମ୍ଭ ହେବ । ଅପରାହ୍ଣ ୩ଟା ପୂର୍ବରୁ ରଥ ଟଣା ଆରମ୍ଭ ହେବ । ରୁକୁଣା ରଥ ଅଣ ଲେଉଟା । ତେଣୁ ରଥକୁ ମୋଡ଼ ନକରି ଶ୍ରୀଜିଉଙ୍କ ସିଂହାସନକୁ କେବଳ ବୁଲାଇ ଦିଆଯାଇଛି । ବାକି ମରାମତି କାମ ମଧ୍ୟ ସବୁ ଶେଷ ହୋଇଛି ବୋଲି ବରିଷ୍ଠ ସେବାୟତ ସୋମନାଥ ମହାରଣା କହିଛନ୍ତି ।

ସମ୍ବନ୍ଧିତ ଖବର