PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ଟଙ୍କା, ଖାଇବା ତେଲଠାରୁ ନେଇ ରୋଜଗାର ପର୍ଯ୍ୟନ୍ତ ସବୁଠି ପଡିବ ପ୍ରଭାବ

ନୂଆଦିଲ୍ଲୀ,୭।୧୦: ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି ଭାରତୀୟ ମୁଦ୍ରା (ଟଙ୍କା) । ଶୁକ୍ରବାର ଡଲାର ତୁଳନାରେ ଭାରତୀୟ ମୁଦ୍ରାର ପ୍ରାରମ୍ଭିକ କାରବାର ୧୬ ପଇସା ହ୍ରାସ ପାଇ ସବୁଠାରୁ ନିମ୍ନସ୍ତର ୮୨.୩୩ ରେ ପହଞ୍ଚି ଯାଇଛି। ପୂର୍ବରୁ ଟଙ୍କା ୮୧.୮୮ ରେ ବନ୍ଦ ହୋଇଥିଲା। ଉଲ୍ଲେଖନୀୟ ଯେ, ଭାରତ ଆବଶ୍ୟକୀୟ ଇଲେକ୍ଟ୍ରିକ୍‌ ସାମଗ୍ରୀ, ମେସିନାରୀ ସହିତ ବିଭିନ୍ନ ପ୍ରକାର ଔଷଧ ପ୍ରବଳ ମାତ୍ରାରେ ବିଦେଶରୁ ଆମଦାନୀ କରିଥାଏ। ଯଦି ଭାରତୀୟ ମୁଦ୍ରା ଏଭଳି ହ୍ରାସ ପାଇବ ତେବେ ଆମଦାନୀ କରିବା ମହଙ୍ଗା ହୋଇଯିବ ଓ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ହେବ। ଆସନ୍ତୁ ଜାଣିବା ଭାରତୀୟ ମୁଦ୍ରା ଡଲାର ତୁଳନାରେ ହ୍ରାସ ପାଇଲେ ଆପଣଙ୍କ ଜୀବନ ଉପରେ କ’ଣ ପ୍ରଭାବ ପଡିବ?

ଖାଇବା ତେଲ: ଡଲାର ମଜବୁତ ହେବା ଓ ଟଙ୍କା ହ୍ରାସ ଘଟିବା ଯୋଗୁଁ ଖାଇବା ତେଲର ଦାମ୍ ଘରୋଇ ବଜାରରେ ବଢିପାରେ। କାରଣ ଭାରତ ୬୦% ଖାଇବା ତେଲ ଆମଦାନୀ କରିଥାଏ। ଏହାକୁ ଡଲାରରେ କିଣା ଯାଇଥାଏ।

ପେଟ୍ରୋଲ-ଡିଜେଲ: ଭାରତ ୮୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରିଥାଏ ଓ ଏଥିପାଇଁ ଡଲାରରେ ପେମେଣ୍ଟ କରିଥାଏ। ଡଲାର ଯଦି ମହଙ୍ଗା ହୁଏ ତେବେ ଏହାର ପ୍ରଭାବ ପେଟ୍ରୋଲ ଓ ଡିଜେଲ ଉପରେ ପଡିବ। ଏହାଦ୍ବାରା ପେଟ୍ରୋଲ-ଡିଜେଲ ମୂଲ୍ୟ ବଢିବ। ଟଙ୍କା ଦୁର୍ବଳ ହେବା ଫଳରେ ରୋଷେଇ ଘରରେ ଉପଯୋଗ ହେଉଥିବା ଜରୁରୀ ସାମଗ୍ରୀର ଦରଦାମ୍ ବୃଦ୍ଧି ପାଇବ।

ଔଷଧ ଓ ଇଲେକ୍ଟ୍ରିକ୍ ଉପକରଣ: ଜରୁରୀ ଇଲେକ୍ଟ୍ରିକ୍‌ ଉପକରଣ ଓ ମେସିନାରୀ ସହିତ ବହୁତ ପ୍ରକାର ଔଷଧ ଭାରତ ପ୍ରଚୁର ମାତ୍ରାରେ ଆମଦାନୀ କରିଥାଏ। ଅଧିକାଂଶ ମୋବାଇଲ ଓ ଗ୍ୟାଜେଟ୍‌ର ଆମଦାନୀ ଚୀନ୍‌ ଓ ଅନ୍ୟ ପୂର୍ବ ଏସୀୟ ଦେଶରୁ କରାଯାଇଥାଏ। ଯଦି ଟଙ୍କା ଏଭଳି ଭାବରେ ହ୍ରାସ ପାଏ ତେବେ ଆମଦାନୀ କରାଯାଉଥିବା ଜରୁରୀ ଜିନିଷ ମହଙ୍ଗା ହୋଇଯିବ।

ବିଦେଶ ଯାତ୍ରା: ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଙ୍କ ରହିବା, କଲେଜ ଫି, ଖାଦ୍ୟ ଓ ପରିବହନ ସବୁ ପାଇଁ ଡଲାରରେ ଖର୍ଚ୍ଚ କରିବାକୁ ପଡେ। ଏଭଳି ସ୍ଥିତିରେ ଟଙ୍କା ଦୁର୍ବଳ ହେଲେ ସେହି ଛାତ୍ରଙ୍କୁ ପୂର୍ବ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ।

ହ୍ରାସ ପାଇବ ରୋଜଗାର: ଭାରତୀୟ କମ୍ପାନୀ ବିଦେଶରୁ ଶସ୍ତାରେ ବହୁ ମାତ୍ରାରେ ଋଣ ନେଇଥାନ୍ତି। ଟଙ୍କା ଦୁର୍ବଳ ହେବା ଦ୍ବାରା ଭାରତୀୟ କମ୍ପାନୀ ପାଇଁ ବିଦେଶରୁ ଋଣ ଏକାଠି କରିବା ମହଙ୍ଗା ହୋଇଯିବ। ଏହାଦ୍ବାରା ବ୍ୟବସାୟ ବିସ୍ତାର କରିବାର ଯୋଜନା ଘୁଞ୍ଚାଇ ଦିଆଯାଇଥାଏ। ଦେଶରେ ରୋଜଗାରର ସୁଯୋଗ ହ୍ରାସ ପାଇପାରେ।