PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ପୁଟିନଙ୍କ ଯେସାକୁ ତେସା ନୀତି: ମିସାଇଲ ଚୁକ୍ତିରୁ ରୁଷ ବି ଓହରିଲା

source:news.sky.com

ମସ୍କୋ,୨ ।୨(ଏଜେନ୍ସି): ଇଣ୍ଟରମିଡିଏଟ ରେଞ୍ଜ ନ୍ୟୁକ୍ଲିୟର ଫୋର୍ସେସ(ଆଇଏନଏଫ) ଟ୍ରିଟିରୁ ଶୁକ୍ରବାର ଆମେରିକା ଓହରିଯିବା ପରେ ଶନିବାର ରୁଷ ମଧ୍ୟ ଏଥିରୁ ଓହରିଯିବାକୁ ଘୋଷଣା କରିଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କ ସହ ଆଲୋଚନା କରିବା ପରେ ଏହି ଘୋଷଣା କରିଛନ୍ତି । ପୁଟିନ କହିଛନ୍ତି କି ଆମେରିକା ଏହି ଚୁକ୍ତିରୁ ଓହରିଯାଇଥିବାରୁ ରୁଷ ବି ଏହାକୁ ଆଉ ମାନିବ ନାହିଁ । ଆମେରିକାର ପ୍ରତିଟି ପଦକ୍ଷେପ ପ୍ରତି ରୁଷ ଯେସାକୁ ତେସା ନୀତି ଆପଣାଇବ । ରୁଷ ଏବେ କାଲିବର କ୍ରୁଜ ମିସାଇଲର ସ୍ଥଳସେନା ସଂସ୍କରଣ ଏବଂ ଭୂପୃଷ୍ଠରୁ ମାଡ଼ କରାଯାଇପାରୁଥିବା ଏକ ନୂଆ ହାଇପରସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ମାଣ କରିବ ।
ଆମେରିକା ଓ ରୁଷ ମଧ୍ୟରେ ହୋଇଥିବା ଆଇଏନଏଫ ଚୁକ୍ତି ଅନୁଯାୟୀ, ଉଭୟ ଦେଶ ସ୍ଥଳଭାଗରୁ ୫୦୦ରୁ ୫୫୦୦ କିମି ଦୂରତା ଯାଏଁ ମାଡ଼ କରିପାରୁଥିବା ମିସାଇଲ ବିକଶିତ କିମ୍ବା ମୁତୟନ କରିବେ ନାହିଁ । ରୁଷ ଯେଉଁ କାଲିବର ମିସାଇଲ ବ୍ୟବହାର କରୁଛି ତାହାକୁ ଏବେ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜରୁ ଉତ୍‌କ୍ଷେପଣ କରାଯାଉଛି । ଏହା ୧୫୦୦ କିମି ଦୂରତା ଯାଏଁ ଲକ୍ଷ୍ୟଭେଦ କରିପାରିବ । ଦୁଇ ଦେଶ ୟୁରୋପରେ ସାମରିକ ପ୍ରତିଦ୍ୱନ୍ଦ୍ୱିତା ଏଡାଇବାକୁ ଏଭଳି ଚୁକ୍ତି କରିଥିଲେ । କାରଣ ଆମେରିକା ଆଶଙ୍କା କରୁଥିଲା କି ରୁଷ ଏଭଳି ମିସାଇଲକୁ ବ୍ୟାପକ ମାତ୍ରାରେ ୟୁରୋପୀୟ ଦେଶ ଏବଂ ସେଠାରେ ମୁତୟନ ଆମେରିକୀୟ ସୈନିକଙ୍କ ଉପରେ ପ୍ରୟୋଗ କରିପାରେ ।
ତେବେ ଆମେରିକାର ଟ୍ରମ୍ପ ପ୍ରଶାସନ ଏବେ ଅଭିଯୋଗ କରୁଛି କି ୨୦୧୪ ମସିହାରୁ ରୁଷ ଏହି ଚୁକ୍ତିର ଉଲ୍ଲଂଘନ କରିଆସୁଛି । ଏହାଯୋଗୁ ୟୁରୋପୀୟ ଦେଶ ଏବଂ ଆମେରିକାର ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହେଉଛି । ତେଣୁ ଆମେରିକା ଆଉ ଚୁପ୍‌ ହୋଇ ବସିବ ନାହିଁ ଏବଂ ସିଏ ବି ନୂଆ ଧରଣର ମିସାଇଲ ବିକଶିତ କରିବ । ତେବେ ଦୁଇ ଦେଶଙ୍କ ଏ ପ୍ରକାର ମନୋଭାବ ଯୋଗୁ ଏବେ ବିଶ୍ୱରେ ପୁଣି ଥରେ ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହେବ ବୋଲି ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର