ଋଷି ସିଂ ଓଜିବିର ନୂଆ ଅଧ୍ୟକ୍ଷ, ବୈଦେଶିକ ମୁଦ୍ରା ବିନିମୟରେ ୨୩ବର୍ଷର ଅଭିଜ୍ଞତା

ଭୁବନେଶ୍ୱର,୨୪।୫: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି)ର ନୂତନ ଅଧ୍ୟକ୍ଷ ଭାବେ ଋଷି ସିଂ ଯୋଗ ଦେଇଛନ୍ତି । ଶ୍ରୀ ସିଂ ୨୦୦୦ ମସିହାରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ପ୍ରୋବେସନାରୀ ଅଫିସର ଭାବେ ଯୋଗ ଦେଇଥିଲେ । ଗ୍ରାମୀଣ ଋଣ ପ୍ରଦାନ, କର୍ପୋରେଟ୍ କ୍ରେଡିଟ୍ ଏବଂ ବୈଦେଶିକ ମୁଦ୍ରା ବିନିମୟରେ ତାଙ୍କର ୨୩ବର୍ଷର ଅଭିଜ୍ଞତା ରହିଛି । ସେ ବିଭିନ୍ନ ଶାଖା ଏବଂ କ୍ଷେତ୍ରୀୟ କାର୍ଯ୍ୟାଳୟରେ ଭିନ୍ନ ଭିନ୍ନ ପଦବୀରେ ଅବସ୍ଥାପିତ ହୋଇ ଭାରତର ବିଭିନ୍ନ ପ୍ରାନ୍ତରେ ସଫଳତାର ସହିତ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଓଜିବିରେ ଯୋଗଦାନ ପୂର୍ବରୁ ସେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ବାଙ୍ଗାଲୋର କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ । ଗ୍ରାମାଞ୍ଚଳର ବିକାଶ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଟେକ୍ନୋଲୋଜିର ଉନ୍ନତିକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ଶ୍ରୀ ସିଂ ପ୍ରାଥମିକତା ଦେବେ ବୋଲି ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଛି ।