ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କିମ୍‌ ଜୋଙ୍ଗ ଉନ୍ ଦେଇଥିଲେ SAM ବାଲିଷ୍ଟିକ୍ ମିସାଇଲ , ରୁଷ୍ କାହିଁକି ଉଡ଼ାଇ ଦେଲା ଏହି କ୍ଷେପଣାସ୍ତ୍ରକୁ ?

Published By : Prameya | January 14, 2025 6:10 PM

ନୂଆଦିଲ୍ଲୀ : ଗତ ପାଖାପାଖି ୩ ବର୍ଷ ହେବ ଧରି ୟୁକ୍ରେନ ବିରୋଧରେ ରୁଷ୍‌ ଯୁଦ୍ଧ ଲଢି ଚାଲିଛି। ୟୁକ୍ରେନକୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ସାହାଯ୍ୟ କରୁଥିବା ବେଳେ ସେପଟେ ରୁଷ୍‌କୁ ଚୀନ ସମେତ ଉତ୍ତର କୋରିଆ ବଡ଼ ସାହାଯ୍ୟ କରୁଛନ୍ତି। କିମ ଜୋଙ୍ଗ ଉନ୍‌ଙ୍କ ଶାସନରେ ଉତ୍ତର କୋରିଆ ବଡ଼ ସ୍ତରରେ ବାଲିଷ୍ଟିକ୍‌ ମିସାଇଲ, ଗୋଳା – ବାରୁଦ ସମେତ ସୈନିକ ପଠାଇଛି ,ଯେଉଁମାନେ ୟୁକ୍ରେନ ବିରୋଧରେ ଲଢୁଛନ୍ତି। ଏବେ ଖବର ଆସିଛି କି, ରୁଷ୍‌ କୁର୍ସ୍କ କ୍ଷେତ୍ରରେ ୟୁକ୍ରେନୀ ସୈନିକଙ୍କ ଅନୁପ୍ରବେଶ ବିରୋଧରେ ଲଢି ଉତ୍ତର କୋରିଆ ଦ୍ୱାରା ପଠାଯାଇଛି ଏବଂ ସେଠାରେ ମୁତୟନ କରାଯାଇ ଥିବା ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା ବାଲିଷ୍ଟିକ୍‌ ମିସାଇଲକୁ ମଧ୍ୟ ଉଡ଼ାଇ ଦେଇଛି। 

ଏକ ପ୍ରମୁଖ ୟୁକ୍ରେନୀ ସେନା ଓ ରାଜନୀତିକ ବିଶ୍ଳେଷକ ଆଲେକଜାଣ୍ଡର କୋବଲେଙ୍କୋ କହିଛନ୍ତି କି, ରୁଷ୍ ଦୋସ୍ତାନା ସଂଘର୍ଷରେ ଉତ୍ତର କୋରିଆର ବାଲିଷ୍ଟିକ୍‌ ମିସାଇଲକୁ ନଷ୍ଟ କରି ଦେଇଛି। ଟେଲିଗ୍ରାମ୍‌ରେ ୧୦୦,୦୦୦ରୁ ଅଧିକ ସବ୍ସକ୍ରାଇବର ଥିବା ୟୁକ୍ରେନୀ ସେନା ଓ ରାଜନୀତିକ  ବିଶ୍ଳେଷକ କୋବଲେଙ୍କୋ କହିଛନ୍ତି କି , ଏକ ରୁଷୀୟ ଡ୍ରୋନ୍ ଅପରେଟର ଭୁଲ୍‌ରେ କୁର୍ସ୍କ କ୍ଷେତ୍ରରେ ଉତ୍ତର କୋରିଆରୁ ପଠାଯାଇ ଥିବା ଏସଏଏମ ମିସାଇଲ ଉପରେ ହମଲା କରିଛି। ଉଲ୍ଲେଖନୀୟ ଯେ, ରୁଷ୍‌ ଭାବିଲା କି ସେ ପାଶ୍ଚାତ ଦେଶ ଗୁଡ଼ିକ ଦ୍ୱାରା ସପ୍ଲାଇ କରାଯାଇଥିବା ମିସାଇଲ , ଯାହାକ ୟୁକ୍ରେନୀ ସୈନିକ ଢାଲ କରି କୁର୍ସ୍କ କ୍ଷେତ୍ରରେ ଅନୁପ୍ରବେଶ କରୁଛି।

ୟୁକ୍ରେନୀ ଆଉଟଲେଟ୍‌ ମିଲିଟର୍ନି କହିଛି କି, ଯୁଦ୍ଧ ବେଳର ଫୁଟେଜ୍‌ ଓ ଫଟୋର ବିଶ୍ଳେଷଣରୁ ଜଣାପଡ଼ିଛି କି, ରୁଷୀୟ ସେନାର ହମଲାରେ ଧ୍ୱଂସ କରାଯାଇ ଥିବା ଉତ୍ତର କୋରିଆର ବାଲିଷ୍ଟିକ୍‌ ମିସାଇଲର ଡିଜାଇନ, ସରଞ୍ଚନା ଓ ଆକାର ପାଶ୍ଚାତ ଦେଶ ଦ୍ୱାରା ସପ୍ଲାଇ କରାଯାଇଛି ଏବଂ ୟୁକ୍ରେନୀ ସୈନିକଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ସିଷ୍ଟମର ସହ ସମାନ। ଏପଟେ ୟୁକ୍ରେନ ଅନେକ ମାସରୁ କହି ଆସୁଛି କି, ଉତ୍ତର କୋରିଆ ରୁଷ୍‌କୁ ଯୁଦ୍ଧ ପାଇଁ ଉପକରଣ ଓ ସୈନିକ ଯୋଗାଇ ଆସୁଛି। ନଭେମ୍ୱରରେ ୟୁକ୍ରେନର ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସି କହିଛି କି , ମସ୍କୋକୁ ଉତ୍ତର କୋରିଆ ୧୦୦ରୁ ଅଧିକ କେଏନ-୨୩ ଓ କେଏନ-୨୪ ସର୍ଟ-ରେଞ୍ଜ୍ ନ୍ୟୁକ୍ଲିୟର – ସକ୍ଷମ ବାଲିଷ୍ଟିକ୍‌ ମିସାଇଲ ଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.