ପ୍ରମୁଖ ଖବର
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

୧୦ ଅଗଷ୍ଟ ସୁଦ୍ଧା ଆସି ଯିବ ବିଶ୍ବର ପ୍ରଥମ କରୋନା ଭ୍ୟାକସିନ୍, ଏହି ଦେଶ ଶେଷ କଲା ପରୀକ୍ଷଣ

ମସ୍କୋ,୭।୮: କରୋନା ମହାମାରୀ ଭିତରେ ସାରା ବିଶ୍ବ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହା ଭିତରେ ସମସ୍ତଙ୍କୁ କେବଳ ଭ୍ୟାକସିନର ଅପେକ୍ଷା ରହିଛି। ତେବେ ଲାଗୁଛି ଏହି ଅପେକ୍ଷାର ଅନ୍ତ ହୋଇପାରେ। ରୁଷର ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଳ ମୁରାସ୍କୋ କହିଛନ୍ତି, ରୁଷର ଭ୍ୟାକସିନ୍ ଟ୍ରାଏଲରେ ସଫଳ ରହିଛି ଓ ଏବେ ଅକ୍ଟୋବର ମାସରେ ଦେଶରେ ବ୍ୟାପକ ପରିମାଣରେ ଲୋକଙ୍କର ଟୀକାକରଣ କାମ ଆରମ୍ଭ ହେବ। ସେ କହିଛନ୍ତି, ଏହି ଭ୍ୟାକସିନକୁ ଲଗାଇବାରେ ଆସୁଥିବା ସମ୍ପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବେ। ସେଭଳି ଉପ-ସ୍ବାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ କହିଛନ୍ତି, ରୁଷ ୧୨ ଅଗଷ୍ଟରେ ବିଶ୍ବର ପ୍ରଥମ କରୋନା ଭାଇରସ୍ ଭ୍ୟାକସିନକୁ ରେଜିଷ୍ଟର କରାଇବ।

ଗ୍ରୀଦନେଭ କହିଛନ୍ତି, ଏହି ସମୟରେ ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ଏହି ପରୀକ୍ଷଣ ଖୁବ୍ ମହତ୍ବପୂର୍ଣ୍ଣ। ଆମେ ଏହାକୁ ବୁଝିବାକୁ ହେବ ଏହି ଭ୍ୟାକସିନ୍ ସୁରକ୍ଷିତ ରହୁ। ମେଡିକାଲ ପ୍ରଫେସନାଲ ଓ ବରିଷ୍ଠ ନାଗରିକଙ୍କୁ ସବୁଠାରୁ ପ୍ରଥମେ କରୋନା ଭାଇରସର ଟୀକା ଲଗାଯିବ। ମନ୍ତ୍ରୀ କହିଛନ୍ତି, ଏହି ଭ୍ୟାକସିନର ପ୍ରଭାବ  ସେତେବେଳେ ଜଣାପଡିବ ଯେବେ ଜନସଂଖ୍ୟା ଭିତରେ ରୋଗ ପ୍ରତିରୋଧ କ୍ଷମତା ବିକାଶିତ ହୋଯିବ।

ଏହା ପୂର୍ବରୁ ରୁଷ କହିଥିଲା, ତା’ର କରୋନା ଭାଇରସ ଭ୍ୟାକସିନ୍ କ୍ଳିନିକାଲ ଟ୍ରାଏଲରେ ୧୦୦ ପ୍ରତିଶ ସଫଳ ହେଉଛି। ଏହି ଭ୍ୟାକସିନକୁ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ଗମଲେୟା ନ୍ୟାସନାଲ ସେଣ୍ଟର ଫର ରିସର୍ଚ୍ଚ ପ୍ରସ୍ତୁତ କରିଛି। ରୁଷ କହିଛି ଯେ, କ୍ଲିନିକାଲ ଟ୍ରାଏଲରେ ଯେଉଁ ଲୋକଙ୍କୁ ଏହି କରୋନା ଭ୍ୟାକସିନ୍ ଲଗାଯାଇଥିଲା ସେହି ସମସ୍ତଙ୍କ ଭିତରେ SARS-CoV-2 ପ୍ରତି ରୋଗ ପ୍ରତିରୋଧକ କ୍ଷମତା ମିଳିଥିଲା।

ଏହି ଟ୍ରାଏଲ ୪୨ ଦିନ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ସେତେବେଳେ ଭଲ୍ୟୁଣ୍ଟରଙ୍କୁ ମସ୍କୋର ବୁରନେକୋ ସେନା ହସ୍ପିଟାଲରେ କରୋନା ଭ୍ୟାକସିନ୍ ଦିଆଯାଇଥିଲା ଓ ତାଙ୍କର ସଘନ ଯାଞ୍ଚ କରାଯାଇଥିଳା। ଏହି ସମୟରେ ଜଣାପଡିଥିଲା ସମସ୍ତ ଲୋକଙ୍କ ଭିତରେ କରୋନା ଭାଇରସର ପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇଛି। ଏହି ଯାଞ୍ଚର ପରିଣାମ ପରେ ସରକାର ରୁଷ ବୈଜ୍ଞାନିକଙ୍କୁ ପ୍ରଶଂସା କରିଥିଲେ। ଅକ୍ଟୋବର ମାସରେ ସାରାଦେଶରେ ଟୀକାକରଣ ହେବା ଆରମ୍ଭ ହେବ ବୋଲି ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.