ନୂଆଦିଲ୍ଲୀ : କାମ କରୁନି ଟ୍ରମ୍ପଙ୍କ ମଧ୍ୟସ୍ଥତା । ରୁଷ-ୟୁକ୍ରେନ ଶାନ୍ତି ପ୍ରସ୍ତାବକୁ ମାନୁ ନାହାଁନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। କାରଣ, ଟ୍ରମ୍ପଙ୍କ ଦ୍ୱାରା ଉପସ୍ଥାପିତ ରୁଷ-ୟୁକ୍ରେନ ଶାନ୍ତି ପ୍ରସ୍ତାବ ମଧ୍ୟରେ ମସ୍କୋ କିଭ ଉପରେ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ରମଣ କରିଛି। ଶନିବାର ରୁଷ ସେନା ୧୦୫୦ ଡ୍ରୋନ୍ ଏବଂ ୧୦୦୦ ଗ୍ଲାଇଡର ବୋମା ସାହାଯ୍ୟରେ ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ୬ ଜଣ ୟୁକ୍ରେନୀୟ ଶିଶୁଙ୍କ ସମେତ ଅତି କମରେ ୩୩ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି । ଏହି ସମୟରେ ୬ ଜଣ ଲୋକ ଧ୍ୱଂସାବଶେଷ ତଳେ ପୋତି ହୋଇ ରହିଯାଇଥିଲେ । ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ବିଭିନ୍ନ ୟୁକ୍ରେନୀୟ ସହର ଉପରେ ରୁଷ ଆକ୍ରମଣର ଏକ ଭିଡିଓ ସେୟାର କରିଛନ୍ତି।
ରବିବାର ଦିନ ସେୟାର କରାଯାଇଥିବା ଏକ ପୋଷ୍ଟରେ, ଜେଲେନସ୍କି ଲେଖିଛନ୍ତି, "ଗତକାଲି (ଶନିବାର), ଟେର୍ନୋପିଲର ସେହି ସ୍ଥାନରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଥିଲା ଯେଉଁଠାରେ ଏକ ରୁଷିଆ କ୍ଷେପଣାସ୍ତ୍ର ଏକ ଆବାସିକ କୋଠାକୁ ଟାର୍ଗେଟ କରିଥିଲା । ଉଦ୍ଧାରକାରୀ ମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ରୁଷର ଏହି ଆକ୍ରମଣ ପଳରେ ୬ ଜଣ ଶିଶୁ ସମେତ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ମୁଁ ଶୋକସନ୍ତପ୍ତ ପରିବାର ଏବଂ ସେମାନଙ୍କ ପ୍ରିୟଜନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛି। ଦୁଃଖର ବିଷୟ, ଛଅ ଜଣ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଏହି ଆକ୍ରମଣ ପରେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ସମସ୍ତ ସେବା କର୍ମଚାରୀ ଏବଂ ଆମ ଲୋକଙ୍କୁ ବଞ୍ଚାଇବା ପାଇଁ କାମ କରୁଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି।"
ରୁଷୀୟ ସେନା ମଧ୍ୟ ଡନିପ୍ରୋ ଉପରେ ବୋମା ପକାଇଥିଲା। ଜେଲେନସ୍କି X ରେ ଆହୁରି ଲେଖିଛନ୍ତି, "ଡନିପ୍ରୋରେ ଜରୁରୀକାଳୀନ କାର୍ଯ୍ୟ ଏବେ ବି ଜାରି ରହିଛି, ଯେଉଁଠାରେ ଏକ ରୁଷୀୟ ଡ୍ରୋନ୍ ଏକ ଆବାସିକ କୋଠା ନିକଟରେ ମାଡ଼ କରିଥିଲା। ଏହି ଆକ୍ରମଣରେ ଜଣେ ଶିଶୁ ସମେତ ୧୪ ଜଣ ଆହତ ହୋଇଛନ୍ତି। ମୁଁ ସମସ୍ତ ସେବା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁ ମାନେ କି ଶୀଘ୍ର ସେମାନଙ୍କ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ, ନିଆଁ ଲିଭାଇଥିଲେ ଏବଂ ଘଟଣାସ୍ଥଳରେ ସହାୟତା ପ୍ରଦାନ କରିଥିଲେ। ପୁଣି ଥରେ, ଆମ ଦେଶର ବିଭିନ୍ନ ଅଞ୍ଚଳରେ ରାତାରାତି ଆବାସିକ ଏବଂ ବେସାମରିକ ଭିତ୍ତିଭୂମି, ଏବଂ ଶକ୍ତି ସୁବିଧା ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ସପ୍ତାହ ସାରା ଜାରି ରହିଥିଲା।"
ଜେଲେନସ୍କି ପୋଷ୍ଟରେ ଆହୁରି ଲେଖିଛନ୍ତି କି , "ରୁଷ ୧୦୫୦ ରୁ ଅଧିକ ଡ୍ରୋନ ଆକ୍ରମଣ, ପ୍ରାୟ ୧୦୦୦ ଗ୍ଲାଇଡ ବୋମା ଏବଂ ବିଭିନ୍ନ ପ୍ରକାରର ୬୦ ରୁ ଅଧିକ କ୍ଷେପଣାସ୍ତ୍ର ସହିତ ଆକ୍ରମଣ ଆରମ୍ଭ କରିଛି।