ନୂଆଦିଲ୍ଲୀ,୨୨/୦୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକାରେ ଦିନିକିଆ ବିଶ୍ୱକପ୍ ଖେଳାଯିବ। ବିଶ୍ୱକପ ମହାକୁମ୍ଭ ପାଇଁ ହାତରେ ୧୫ ମାସ ରହିଛି । ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମନୋନୀତ ଦଳରେ କାହାକୁ ସାମିଲ କରାଯିବ ? ରୋହିତ ଶର୍ମା କ'ଣ ସେହି ଦଳରେ ରହିବେ ? ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମିଙ୍କ ଭଳି ଖେଳାଳିଙ୍କୁ ସେହି ଦଳରେ ସ୍ଥାନ ମିଳିବ କି ? ଈଶାନ କିଷାନ ୱିକେଟକିପର ହେବେ, ନା ରିଷଭ ପନ୍ତ ଦିନିକିଆ ଦଳକୁ ଫେରିବେ ? ପୂର୍ବତନ ଖେଳାଳି କିମ୍ବଦନ୍ତୀ ରବି ଶାସ୍ତ୍ରୀ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଛନ୍ତି । ପୂର୍ବତନ ଅଧିନାୟକ ତଥା ଭାଷ୍ୟକାର ରବି ଶାସ୍ତ୍ରୀ ଏକ ଶକ୍ତିଶାଈ ଦଳ ବାଛିଛନ୍ତି । ଅନେକ ଅଭିଜ୍ଞ ଖେଳାଳିଙ୍କୁ ଦଳକୁ ଫେରାଇ ଆଣିଛନ୍ତି ।

ରବି ଶାସ୍ତ୍ରୀ କେଉଁ ବ୍ୟାଟରଙ୍କୁ ବାଛିଛନ୍ତି ? ରବି ଶାସ୍ତ୍ରୀଙ୍କ ଦିନିକିଆ ବିଶ୍ୱକପ୍ ଦଳରେ ଶୁଭମନ ଗିଲ୍ ସାମିଲ ଥିବା ବେଳେ, ରୋହିତ ଏବଂ ଯଶସ୍ୱୀ ଜୈସ୍ୱାଲ ଉଭୟଙ୍କୁ ସାମିଲ କରାଯାଇଛି । ଶାସ୍ତ୍ରୀଙ୍କ ମତରେ, ରୋହିତ ନିଶ୍ଚିତ ଭାବରେ ଦିନିକିଆ ବିଶ୍ୱକପରେ ଖେଳିବା ଉଚିତ୍ । ଜୈସ୍ୱାଲ ବ୍ୟାକଅପ୍ ଓପନର୍ ହେବା ଉଚିତ୍ । ଏମାନଙ୍କ ବ୍ୟତୀତ ବ୍ୟାଟିଂ ଲାଇନ-ଅପରେ ବିରାଟ କୋହଲି, ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ଭଳି ନାମ ରହିଛି । ଆଶ୍ଚର୍ଯ୍ୟଜନକ ଭାବରେ ଶାସ୍ତ୍ରୀ ଈଶାନ କିଶନଙ୍କ ବଦଳରେ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରିଛନ୍ତି ।

ରବି ଶାସ୍ତ୍ରୀଙ୍କ ତିନି ଜଣ ଅଲରାଉଣ୍ଡର- ରବି ଶାସ୍ତ୍ରୀ ଦିନିକିଆ ବିଶ୍ୱକପ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଥମ ପସନ୍ଦର ଅଲରାଉଣ୍ଡର ଭାବରେ ବାଛିଛନ୍ତି । ସେ ଅକ୍ଷର ପଟେଲ ଏବଂ ରବିନ୍ଦ୍ର ଜାଡେଜା ଉଭୟଙ୍କୁ ସ୍ପିନ୍ ବୋଲିଂ ଅଲରାଉଣ୍ଡର ଭାବରେ ସୁଯୋଗ ଦେଇଛନ୍ତି । ଜାଡେଜାଙ୍କୁ ଏବେ ଦିନିକିଆ ଦଳରୁ ବାଦ ଦିଆଯାଇଛି ।

ଏହା ବି ପଢନ୍ତୁ...'ମୁଁ ଭାଙ୍ଗି ପଡ଼ିଥିଲି, ତା' ପରେ ବିରାଟ ଭାଇଙ୍କ ପରାମର୍ଶ';...ପିଭି ସିନ୍ଧୁଙ୍କ କମବ୍ୟାକ୍ ପଛରେ କୋହଲିଙ୍କ ହାତ  

ରବି ଶାସ୍ତ୍ରୀଙ୍କ ବୋଲର- ରବି ଶାସ୍ତ୍ରୀ ଏକଦିବସୀୟ ବିଶ୍ୱକପ୍ ପାଇଁ ଏକ ଆଶ୍ଚର୍ଯ୍ୟଜନକ ବୋଲିଂ ୟୁନିଟ୍ ଚୟନ କରିଛନ୍ତି । ସେ ବୁମରାଙ୍କ ସହିତ ମହମ୍ମଦ ଶାମିଙ୍କୁ ଦଳରେ ସାମିଲ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ମହମ୍ମଦ ସିରାଜ ମଧ୍ୟ ଏକଦିବସୀୟ ବିଶ୍ୱକପ୍ ଖେଳିବା ଉଚିତ୍ । ବଡ଼ କଥା ହେଉଛି, ସେ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଦଳରେ ରଖିବାକୁ ଚାହାଁନ୍ତି । ଶାସ୍ତ୍ରୀ ବିଶ୍ୱାସ କରନ୍ତି ଯେ ବିଶ୍ୱକପ୍ରେ ଏକ ଅଭିଜ୍ଞ ପେସ୍ ବୋଲିଂ ଆକ୍ରମଣ ବ୍ୟବହାର କରାଯିବା ଉଚିତ୍ ଯାହା ଦ୍ୱାରା ଯଦି ବୁମରା ଆହତ ହୁଅନ୍ତି, ତେବେ ତାଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ଆହୁରି ଶକ୍ତିଶାଳୀ ହେବ । ରବି ଶାସ୍ତ୍ରୀ କୁଲଦୀପ ଯାଦବଙ୍କୁ ବିଶେଷଜ୍ଞ ସ୍ପିନର ଭାବରେ ଚୟନ କରିଛନ୍ତି ।

ଏହା ବି ପଢନ୍ତୁ...IND vs SL Test: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ କେବେ ହେବ ଭାରତୀୟ ଦଳ ଘୋଷଣା ? ବୁମରା-ଜାଡେଜା ଫେରିବେ, ଏହି ଷ୍ଟାର୍ ବିଦା ହେବେ  

ଏହି ଖେଳାଳିଙ୍କୁ ବାଦ ଦେଲେ- ରବି ଶାସ୍ତ୍ରୀ ଭାରତର ବର୍ତ୍ତମାନର ଦିନିକିଆ ଦଳରେ ଥିବା ଅନେକ ଖେଳାଳିଙ୍କୁ ବାଦ ଦେଇଛନ୍ତି । ତାଙ୍କ ମତରେ ଏହି ଖେଳାଳିମାନେ ଦିନିକିଆ ବିଶ୍ୱକପରେ ଖେଳିବା ଉଚିତ୍ ନୁହେଁ। ସେ ଈଶାନ କିଶନ, ଶିବମ ଦୁବେ, ୱାସିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ଗୁରନୁର ବ୍ରାର, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ ଏବଂ ହର୍ଷିତ ରାଣାଙ୍କୁ ଦଳରୁ ବାଦ ଦେଇଛନ୍ତି ।

ରବି ଶାସ୍ତ୍ରୀଙ୍କ ଦିନିକିଆ ବିଶ୍ୱକପ ଦଳ-  ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଯଶସ୍ୱୀ ଜୈସୱାଲ, ଶ୍ରେୟସ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ୍ ରାହୁଲ, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମରା, ଭବନେଶ୍ୱର କୁମାର, ମହମ୍ମଦ ଶାମି, ମହମ୍ମଦ ସିରାଜ ।