ପୁଟିନ ସରକାରର ବଡ଼ ମନ୍ତବ୍ୟ , ଏହି ସବୁ ଦେଶକୁ ତେଲ ବିକ୍ରି କରିବନି ରୁଷ୍ !

ନୂଆଦିଲ୍ଲୀ : ୟୁକ୍ରେନ୍ ସହ ଯୁଦ୍ଧ ଲଢୁ ଥିବା ରୁଷ୍ ତୈଳ ଉପରେ ପ୍ରାଇସ୍ କ୍ୟାପ୍ ଲାଗୁ ନେଇ ଦେଇଛନ୍ତି ବଡ଼ ମନ୍ତବ୍ୟ। ଏହି ମାମଲାରେ ରୁଷୀୟ ବିଦେଶ ମନ୍ତ୍ରାଳୟ କହିଛି – ପଶ୍ଚିମୀ ଦେଶଗୁଡ଼ିକ ପ୍ରାଇସ୍ କ୍ୟାପ୍ ଲଗେଇବାର ଏହି ପ୍ରସ୍ତାବ ଆଣ୍ଟି ମାର୍କେଟ୍ ଅର୍ଥାତ୍ ବଜାରର ନିୟମର ବିରୋଧ। ଏହାର ବହୁତ ପ୍ରଭାବ ତେଲ ସପ୍ଲାଇ ଚେନ୍ ଉପରେ ପଡ଼ିପାରେ। ଆଉ ମଧ୍ୟ ଏହା ବିଶ୍ୱସ୍ତରର ଶକ୍ତି ବଜାରର ସ୍ଥିତିକୁ ଆହୁରି ଗମ୍ଭୀର କରିପାରେ। ସେପଟେ ରୁଷ୍ ପକ୍ଷରୁ ପୁଣି ଥରେ ସ୍ପଷ୍ଟ କୁହାଯାଇଛି କି ଯେଉଁ ଦେଶ ଏହି ପ୍ରାଇସ୍ କ୍ୟାପ୍ର ସମର୍ଥନ କରିବ , ଏସବୁ ଦେଶକୁ ରୁଷ୍ ତେଲ ସପ୍ଲାଇ କରିବ ନାହିଁ।
ରୁଷୀୟ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି କି ରୁଷୀୟ ତେଲର ଦାମ୍ରେ ପ୍ରାଇସ୍ କ୍ୟାସ୍ ଲଗେଇବାର ଏହି ପ୍ରସ୍ତାବ କେବଳ ଯେ ବଜାରର ବିରୋଧ ହେବ ନାହିଁ ଏଥିରେ ଅନେକ କ୍ଷତି ହେବ। ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଆହୁରି କହିଛନ୍ତି, ରୁଷ୍ ଏହି ସବୁ ଦେଶକୁ ତେଲ ବିକ୍ରି କରିବ ନାହିଁ , ଯିଏ ଏହି ପ୍ରସ୍ତାବର ସମର୍ଥ କରିବେ। ମୁଖପାତ୍ର କହିଛନ୍ତି କି, ଏହି ପ୍ରସ୍ତାବ ସଂପୂର୍ଣ୍ଣ ଭାବେ ରୁଷର ବିରୋଧରେ।
ସୂଚନା ଯେ, ଏହା ପୂର୍ବରୁ ରୁଷ୍ର ଡେପୁଟୀ ପୁଏମ୍ ଅଲେକଜେଣ୍ଡର ମୋଭାକ କହିଥିଲେ ,ରୁଷ୍ ଏହି ସବୁ ଦେଶକୁ ତେଲ ବିକ୍ରି କରିବା ନାହିଁ , ଯେଉଁମାନେ ପ୍ରାଇସ କ୍ୟାସର ସମର୍ଥନରେ ଯିବେ। ତାହା ପଛେ ରୁଷ୍ ପାଇଁ ଯେତେ ଲାଭଜନକ ଚୁକ୍ତି ହୋଇ ଥାଉନା କାହିଁକି। ଡେପୁଟୀ ପିଏମ୍ କହିଥିଲେ କି ଆମେ ବଜାରର ସ୍ଥିତି ହିସାବରେ ଆଗକୁ କାମ କରିବୁ।
ଉଲ୍ଲେଖନୀୟ ଯେ, ରୁଷ୍ ଓ ୟୁକ୍ରେନ୍ର ଯୁଦ୍ଧ ଗତ ଅନେକ ମାସରୁ ଲାଗି ରହିଛି। ରୁଷ୍କୁ ଏହି କାରଣରୁ ଆମେରିକା, ବ୍ରିଟେନ ସମେତ ଅନେକ ପ୍ରମୁଖ ପଶ୍ଚିମୀ ଦେଶ ଗୁଡ଼ିକର ପ୍ରତିବନ୍ଧକକୁ ମଧ୍ୟ ସାମ୍ନା କରିବାକୁ ପଡ଼ିଛି। ରୁଷକୁ ଝଟକା ଦେବାକୁ ଆମେରିକାର ଦବଦବାର ଜି-୭ ଗ୍ରୁପ୍ ଓ ୟୁରୋପିୟନ ୟୁନିୟନ ପ୍ରାଇସ୍ କ୍ୟାପ୍ ଲାଗୁ କରିବାରୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରାଇସ୍ କ୍ୟାପ୍ ମାଧ୍ୟମରେ ରୁଷୀୟ ତେଲର ଦାମ୍ ସ୍ଥିର କରି ଦିଆ ଯିବ , ଯାହା ଆଧାରରେ ହିଁ ରୁଷ୍ ନିଜର ତେଲକୁ ବିକ୍ରି କରି ପାରିବ।