ନୂଆଦିଲ୍ଳୀ,୨୬।୨: ତୃତୀୟ ବିଶ୍ୱଯୁଦ୍ଧ ପରେ ରୁଷ ଓ ୟୁକ୍ରନ୍ ଭିତରେ ସବୁଠାରୁ ବଡ଼ ଯୁଦ୍ଧ ଚାଲିଛି। ୧୪୬୦ ଦିନ ଧରି ଚାଲିଥିବା ଯୁଦ୍ଧ ଦୁନିଆର ଅର୍ଥବ୍ୟବସ୍ଥାକୁ ବଦଳାଇ ଦେଇଛି। ରୁଷକୁ କଟକଣାର ସାମନା କରିବାକୁ ପଡିଛି। ୯.୨୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି। ଟଙ୍କା ପାଣି ଭଳି ବୋହି ଚାଲିଛି। ୨୪ ଫେବୃଆରୀ ୨୦୨୨ ରୁ ଆରମ୍ଭ ହୋଇଥିବା ଦୁଇ ଦେଶରେ ଆରମ୍ଭ ହୋଇଥିବା ଦେଶର ଯୁଦ୍ଧ ୪ ବର୍ଷରେ ଶେଷ ହୋଇଯାଇଛି। ତେବେ ଆସନ୍ତୁ ଜାଣିବା ଦୁଇ ଦେଶ କ’ଣ ହରାଇଛନ୍ତି ଓ ପରିବେଶ ଉପରେ କେତେ ପ୍ରଭାବ ପଡିଛି? ଦୀର୍ଘ ଦିନର ଯୁଦ୍ଧ ପରେ ବହୁ ବହୁବାର ଶାନ୍ତି ଆଲୋଚନା ହୋଇଛ। ତଥାପି ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଏପର୍ଯ୍ୟନ୍ତ ବାହାରି ପାରିନି କୌଣସି ନିଷ୍କର୍ସ।

ଗଲାଣି ଲକ୍ଷ ଲକ୍ଷ ଜୀବନ

ରୁଷ ଓ ୟୁକ୍ରେନ୍ ପାଇଁ  ଯୁଦ୍ଧ ଆଣିଛି ବଡ଼ ସମସ୍ୟା। ସେଣ୍ଟର ଫର ଷ୍ଟ୍ରାଟେଜିକ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ ଓ ଷ୍ଟକହୋମ୍ ଇଣ୍ଟର ନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ରିପୋର୍ଟ ଯୁଦ୍ଧର କରୁଣ କାହାଣୀ କହୁଛି। ସିଏସଆଇଏସର ସୂଚନା ଅନୁସାରେ,ଗତ ୪ ବର୍ଷରେ ରୁଷରୁ ସୈନିକ ଓ ନାଗରିକଙ୍କୁ ମିଶାଇ ୩,୨୫,୦୦୦ ଜଣଙ୍କ ମୃତ୍ୟୁ ହୋଇଛି। ୟୁକ୍ରେନ୍‌ରେ ଏହି ସଂଖ୍ୟା ପ୍ରାୟ ଦୁଇଗୁଣ। ରୁଷ ପକ୍ଷରୁ କରାଯାଇଥିବା ଆକ୍ରମଣରେ ୟୁକ୍ରେନ୍‌ର ୬,୦୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ସୈନିକ ଓ ନାଗରିକ ଉଭୟ ରହିଛନ୍ତି। ସେଭଳି ୟୁକ୍ରେନ୍‌ର ମିଳିତ ଜାତିସଂଘ ମାନବାଧିକାର ମନିଟରିଂ ମିଶନର ଏକ ରିପୋର୍ଟରେ କୁହାଯାଇଛି ଯେ ଗତ ଚାରି ବର୍ଷ ମଧ୍ୟରେ ୧୫,୧୬୮ ୟୁକ୍ରେନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୪୧,୫୩୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏହା ମଧ୍ୟ ଦାବି କରାଯାଉଛି ଯେ ୨୦୨୬ ରେ ମୃତ୍ୟୁ ଏବଂ ଆକ୍ରମଣ ଦୃଷ୍ଟିରୁ ଆହୁରି ବିପଜ୍ଜନକ ପ୍ରମାଣିତ ହୋଇପାରେ।

ଯୁଦ୍ଧ ପାଇଁ ଆକାଶ ଛୁଆଁ ପ୍ରତିରକ୍ଷା ବଜେଟ୍

ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ରିପୋର୍ଟ ଅନସାରେ,ଦୁଇ ଦେଶ କିଭଳି ପାଣି ଭଳି ଟଙ୍କା ବୁହାଉଛନ୍ତି ? ଯୁଦ୍ଧ ଆରମ୍ଭ ପୂର୍ବରୁ ୨୦୨୧ ରେ ୟୁକ୍ରେନ୍ ପ୍ରତିରକ୍ଷା ବଜେଟ୍ ମାତ୍ର ୫୮ କୋଟି ଥିଲା। ଯୁଦ୍ଧ ଆରମ୍ଭ ହେବାପରେ ୨୦୨୨ ରେ ୟୁକ୍ରେନ୍‌ର ପ୍ରତିରକ୍ଷା ବଜେଟ୍ ୩.୫ଲକ୍ଷ କୋଟି ହୋଇଥିଲା। ତେବେ ୨୦୨୩ ଓ ୨୦୨୪ ରେ ୟୁକ୍ରେନ୍ ଯୁଦ୍ଧ ପାଇଁ ନିଜର ବଜେଟ୍ ୫.୯୧ ଲକ୍ଷ କୋଟି ରଖା ଯାଇଥିଲା। ରୁଷ ତାର ପ୍ରତିରକ୍ଷା ବଜେଟକୁ ନେଇ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିଲା। ଯୁଦ୍ଧ ପୂର୍ବରୁ, ରୁଷର ପ୍ରତିରକ୍ଷା ବଜେଟ ୫.୫ ଲକ୍ଷ କୋଟି ଥିଲା, ଯାହା ଯୁଦ୍ଧ ପରେ ଦେଢ଼ ଗୁଣରୁ ଅଧିକ ବୃଦ୍ଧି ପାଇଥିଲା। ୨୦୨୨ ରେ, ଏହି ସଂଖ୍ୟା ୮.୫୬ ଲକ୍ଷ କୋଟିରେ ପହଞ୍ଚିଥିଲା। ଯୁଦ୍ଧ ଜିତିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରିବାର ଜିଦ୍ ଜାରି ରହିଥିଲା। ୨୦୨୩ ରେ, ରୁଷ ତାର ପ୍ରତିରକ୍ଷା ବଜେଟ ୯.୧୪ଲକ୍ଷ କୋଟିକୁ ବୃଦ୍ଧି କରିଥିଲା, ଏବଂ ମାତ୍ର ଗୋଟିଏ ବର୍ଷ ପରେ, ୨୦୨୪ ରେ, ଏହା ୧୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଥିଲା।

ରୁଷ ଦଖଲରେ ୟୁକ୍ରେନ୍‌ର କେତିକି ଅଞ୍ଚଳ?

ୟୁକ୍ରେନ  ରୁଷକୁ ତା’ର ଉତ୍ତର ସହର - କିଭ୍, ଖାରକିଭ୍, ସୁମି ଏବଂ ଚେର୍ନିହିଭ୍ ରୁ ପଛକୁ ଠେଲି ଦେଇଥିଲା - ଯାହା ଫଳରେ ରୁଷ ପାଖରେ ୟୁକ୍ରେନ୍‌ର ୨୦ ପ୍ରତିଶତ ଅଂଶ ରହିଛି।  ଅଗଷ୍ଟ ଏବଂ ସେପ୍ଟେମ୍ବର ୨୦୨୨ରେ, ୟୁକ୍ରେନର ତତ୍କାଳୀନ ସେନା କମାଣ୍ଡର ଓଲେକଜାଣ୍ଡର ସିରସ୍କି ଉତ୍ତର ଖାରକିଭ୍ ଅଞ୍ଚଳର ଓସ୍କିଲ୍ ନଦୀର ପୂର୍ବ ଦିଗରେ ରୁଷକୁ ଠେଲିବା ପାଇଁ ଏକ ଅଭିଯାନ କରିଥିଲେ ଏବଂ ରୁଷ ନିଜେ ଦକ୍ଷିଣ ଖେରସନ୍ ଅଞ୍ଚଳର ଡ୍ନିପ୍ରୋ ନଦୀର ପୂର୍ବ ଦିଗରେ ପଛକୁ ହଟିଯାଇଥିଲା, ଯାହା ଫଳରେ ଦେଶର ୧୭.୮ ପ୍ରତିଶତ ଅଂଶ କେବଳ ରୁଷ ପାଖରେ ରହିଯାଇଥିଲା। ଗତ ତିନି ବର୍ଷ ଧରି, ସେଠାରେ ମଝିରେ ମଝିରେ ଯୁଦ୍ଧ ଚାଲିଛି। ରୁଷ ମଧ୍ୟ ସଂଘର୍ଷ କରିଛି। ଏହି ସମୟ ମଧ୍ୟରେ, ରୁଷ ସେନା ଧୀରେ ଧୀରେ ଆଗକୁ ବଢ଼ିଥିଲା, ତେବେ ପ୍ରବଳ କ୍ଷତି ସହିଥିଲା। ଡିସେମ୍ବର ୨୦୨୫ ସୁଦ୍ଧା, ରୁଷ ସେନା ୟୁକ୍ରେନର ମୋଟ ଅଞ୍ଚଳରୁ ୧୯.୩ ପ୍ରତିଶତ ଦଖଲ କରିସାରିଥିଲା।

ଜଳବାୟୁ ଉପରେ ପ୍ରଭାବ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ମାନବିକ ସଙ୍କଟ, ବେସାମରିକ ଭିତ୍ତିଭୂମି ନଷ୍ଟ ଏବଂ ଯଥେଷ୍ଟ ପରିବେଶଗତ କ୍ଷତି ସୃଷ୍ଟି କରିଛି। ଏହି ସଂଘର୍ଷ ବିଶ୍ୱ ଜଳବାୟୁ ଉପରେ ନକାରାତ୍ମକ ପ୍ରଭାବ ପକାଉଛି, ଯାହା ବାୟୁମଣ୍ଡଳରେ ବହୁ ପରିମାଣରେ କାର୍ବନ ଡାଇଅକ୍ସାଇଡ ବଢୁଛି। କ୍ଲାଇମେଟ୍ ଫୋକସ୍ ରିପୋର୍ଟ ଅନୁଯାୟୀ, ଯୁଦ୍ଧ ଆରମ୍ଭ ହେବାର ୭ ମାସ ମଧ୍ୟରେ ୧୦୦ ମିଲିୟନ୍ ଟନ୍ CO2 ନିର୍ଗତ ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ ଯୁଦ୍ଧର ବାର ମାସ ମଧ୍ୟରେ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନ ମୋଟ ୧୨୦ ମିଲିୟନ ଟନ୍ କାର୍ବନ ଡାଇଅକ୍ସାଇଡ ଥିଲା। ଏହା ଦର୍ଶାଉଛି ଯେ ଯୁଦ୍ଧ କିପରି ପରିବେଶକୁ ଗୁରୁତର ଭାବରେ ପ୍ରଭାବିତ କରୁଛି ଏବଂ ଦେଶର ଅର୍ଥନୀତିକୁ ମଧ୍ୟ ପଛକୁ ଟାଣି ନେଉଛି ?

ଆହୁରି ପଢନ୍ତୁ :ଚୀନ୍ ସେନା ଉପରେ ବଡ଼ ସଙ୍କଟ, ଏଭଳି କମ୍ ହୋଇଯିବ ଯୁଦ୍ଧ ଲଢିବାର କ୍ଷମତା