PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ୟୁକ୍ରେନରେ ଋଷ ରାଷ୍ଟ୍ରପତି ପୁଟିନ୍‌; ମାରିୟୁପୋଲରେ ପହଞ୍ଚି ଚଳାଇଲେ କାର୍‌, ବୁଲିଲେ ଅନେକ ସ୍ଥାନ

Image Courtesy: Jansatta

ନୂଆଦିଲ୍ଲୀ,୧୯/୦୩: ୟୁକ୍ରେନ୍‌ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ଶତ୍ରୁଦେଶରେ ପହଞ୍ଚିଲେ, ମାରିୟୁପୋଲ ସହର ବି ବୁଲିଲେ। ସୂଚନାଥାଉକି ତାଙ୍କ ବିରୋଧରେ ଆଇସିସି ଗିରଫ ୱାରେଣ୍ଟ ଜରି କରିଥିଲେ। ତେବେ ଏହାକୁ ତିଳେ ମାତ୍ର ଖାତିର୍‌ ନକରି ମାରିୟୁପୋଲ ସହରର ସ୍ଥିତି ଅନୁସନ୍ଧାନ କରିଛନ୍ତି ପୁଟିନ୍‌। ଋଷ-ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷ ଟପି ସାରିଥିବା ବେଳେ ପ୍ରଥମ ଥର ପାଇଁ ପୁଟିନ ୟୁକ୍ରେନ୍‌କୁ ଗସ୍ତ କରିଛନ୍ତି।

ଅର୍ନ୍ତଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ରବିବାର ଦିନ ହେଲିକପ୍ଟର ଯୋଗେ ପ୍ରଥମେ ୟୁକ୍ରେନର କ୍ରିମିୟାରେ ପହଞ୍ଚିଥିଲେ ପୁଟିନ୍। ଏହାପରେ ସେଠାରୁ ନିଜେ କାର ଚଳାଇ ରୁଷ ଅକ୍ତିଆର କରିଥିବା ୟୁକ୍ରେନର ମାରିୟୁପୋଲରେ ପୁଟିନ ପହଞ୍ଚିଥିଲେ। ମାରିୟୁପୋଲରେ ଥିବା ସମୁଦ୍ର ମଧ୍ୟ ପରିଦର୍ଶନ କରିଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ରୁଷ ରାଷ୍ଟ୍ରପତି ମାରିୟୁପୋଲର ସ୍ଥାନୀୟ ବାସିନ୍ଦାଙ୍କ ସହ ଭେଟି ତାଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି। ଏଥିସହ ସେଠାରେ ମୁତୟନ ରୁଷ ସେନାର ଶୀର୍ଷ ସେନାଧିକାରଙ୍କୁ ଭେଟିଛନ୍ତି। ଚିଫ୍ ଅଫ୍ ଜେନରାଲ ଷ୍ଟାଫ୍ ବାଲେରୀ ଗେରାସିମୋବଙ୍କୁ ଭେଟି ଯୁଦ୍ଧ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ପୁଟିନ।

ରୁଷ ଓ ୟୁକ୍ରେନ୍ ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି। ତଥାପି ଉଭୟ ସେନା ପରଷ୍ପରର ଜିଦ୍‌ରୁ ହଟୁନାହାନ୍ତି। ଯୁଦ୍ଧର ପରିଣାମ ସ୍ବରୁପ ୟୁକ୍ରେନର ଅଧିକାଂଶ ସହର ଧ୍ୱଂସ ହୋଇଗଲାଣି। ସେପଟେ ଯୁଦ୍ଧକୁ ନଜରରେ ରଖି ପଶ୍ଚିମ ଦେଶ ସମେତ ଅନେକ ଦେଶ ଋଷ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇଲେଣି। ଏହାରି ଭିତରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ ତଥା ଆଇସିସି ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ ପାଇଁ ରୁଷକୁ ଦାୟୀ କରିଛନ୍ତି। ଏଥିସହ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଜାମିନବିହୀନ ଗିରଫ ୱାରେଣ୍ଟ ମଧ୍ୟ ଜାରି କରିଛନ୍ତି କୋର୍ଟ। କିନ୍ତୁ ଏସବୁ ସତ୍ତ୍ୱେ ପଛକୁ ହଟିବାକୁ ରାଜି ନାହାନ୍ତି ପୁଟିନ।

ସମ୍ବନ୍ଧିତ ଖବର