PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଜଣଙ୍କ ବଦଳରେ ୟୁକ୍ରେନର ୨୧୫ କଏଦୀଙ୍କୁ ମୁକ୍ତ କଲା ରୁଷ୍, ପୁଟିନ୍‌ଙ୍କ ସହଯୋଗୀଙ୍କୁ ବନ୍ଦୀ କରିଥିଲେ ଜେଲେନସ୍କିଙ୍କ ସୈନିକ…

ନୂଆଦିଲ୍ଲୀ: ୟୁକ୍ରେନ ରୁଷର ଜଣେ କଏଦୀଙ୍କୁ ମୁକ୍ତ କରିବା ପାଇଁ ଘୋଷଣା କରିଛି । ଆଉ ଏହାର ପ୍ରତିବଦଳରେ ଶତାଧିକ ୟୁକ୍ରେନ ସେନାଙ୍କୁ ମୁକ୍ତ କରିବ ରୁଷ । ଯେଉଁମାନେ କି ରୁଷର ଆକ୍ରମଣ ସମୟରେ ମାରିଅପୋଲରେ ଏକ ଇସ୍ପାତ କାରଖାନା ରକ୍ଷା କରିଥିଲେ । ୟୁକ୍ରେନ ଏହି ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ଅନେକ ମାସ ଧରି ଚେଷ୍ଟା କରିଆସୁଥିଲା ଏବଂ ଏହାର ପ୍ରତିବଦଳରେ ମୁକ୍ତ ହେବାକୁ ଥିବା କଏଦୀ ହେଉଛି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହଯୋଗୀ ।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ତାଙ୍କ ସରକାର ୨୧୫ ୟୁକ୍ରେନ ନାଗରିକ ଏବଂ ବିଦେଶୀଙ୍କୁ ରୁଷର କବଜାରୁ ମୁକ୍ତ କରିଛନ୍ତି । ସେ କହିଛନ୍ତି ଯେ ଏଥି ମଧ୍ୟରୁ ଅନେକ ସୈନିକ ଏବଂ ଅଧିକାରୀ ରୁଷ୍‌ ଅଧୀନରେ ମୃତ୍ୟୁଦଣ୍ଡ ପାଇଥିଲେ । ତେବେ କଏଦୀ ଅଦଳବଦଳ ଉପରେ ରୁଷର ଅଧିକାରୀ ମାନେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।

ରୁଷ ସମର୍ଥିତ ବିପକ୍ଷ ନେତା ବିକ୍ଟର ମେଦବେଦଚୁକ୍ ବଦଳରେ ୟୁକ୍ରେନ ବନ୍ଦୀଙ୍କୁ ମୁକ୍ତ କରାଯିବ । ମେଦବେଦଚୁକ୍ ଜଣେ ୟୁକ୍ରେନ ନାଗରିକ । ୬୮ ବର୍ଷିୟ ମେଦବେଦଚୁକ୍ ଫେବୃଆରୀ ୨୪ ରେ ରୁଷ ଆକ୍ରମଣର କିଛି ଦିନ ପୂର୍ବରୁ ନଜରବନ୍ଦୀରୁ ଫେରାର ହୋଇଯାଇଥିଲେ । କିନ୍ତୁ ଏପ୍ରିଲରେ ପୁନର୍ବାର ଗିରଫ ହୋଇଥିଲେ । ଦେଶଦ୍ରୋହ ତଥା ପୂର୍ବ ୟୁକ୍ରେନର ରୁଷ ସମର୍ଥିତ ଡୋନେଟସ୍କ୍ ଅଞ୍ଚଳରେ ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରିବା ଅଭିଯୋଗରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ମେଦବେଦଚୁକ୍‌ଙ୍କ ସାନ ଝିଅ ପୁଟିନଙ୍କ ନିକଟତର ବୋଲି ବିବେଚନା କରାଯାଏ । ତାଙ୍କୁ ଗିରଫ କରାଯିବା ପରେ ମସ୍କୋ କର୍ତ୍ତୃପକ୍ଷ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମେଦବେଦଚୁକ୍‌ ୟୁକ୍ରେନର ରୁଷ ସମର୍ଥିତ ଅପୋଜିସନ ପ୍ଲାଟଫର୍ମ ଫର ଲାଇଫ୍ ପାର୍ଟିର ରାଜନୈତିକ ପରିଷଦର ମୁଖ୍ୟ । ୟୁକ୍ରେନ ସଂସଦରେ ଏହା ସବୁଠାରୁ ବଡ ବିରୋଧୀ ଦଳ । ସରକାର ଦଳର କାର୍ଯ୍ୟକଳାପକୁ ସ୍ଥଗିତ ରଖିଛନ୍ତି। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କଏଦୀଙ୍କ ଅଦଳବଦଳକୁ ସ୍ୱାଗତ କରି କହିଛନ୍ତି ଯେ ଏହା କୌଣସି ଛୋଟ ସଫଳତା ନୁହେଁ ।

ସମ୍ବନ୍ଧିତ ଖବର