ନୂଆଦିଲ୍ଲୀ,୨୪।୧: ରୁଷ ଓ ୟୁକ୍ରେନ୍‌ର ଯୁଦ୍ଧ ଲଗାତାର ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଆବୁଧାବୀରେ ହେବାକୁ ଥିବା ଶାନ୍ତି ବାର୍ତ୍ତା ପୂର୍ବରୁ ୟୁକ୍ରେନ୍ ରୁଷ ଉପରେ କରିଛି ଜୋରଦାର ହମଲା। ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଶନିବାର ପୁଟିନଙ୍କୁ କହିଛନ୍ତି, ରୁଷ ଏଭଳି ସମୟରେ ୟୁକ୍ରେନ୍ ଉପରେ ଜୋରଦାର ମିସାଇଲ୍ ମାଧ କରୁଛି,ଯେତେବେଳେ ଆବୁଧାବୀରେ ଆଲୋଚନା ପାଇଁ ୟୁକ୍ରେନ୍,ରୁଷ ଓ ଆମେରିକାର ପ୍ରତିନିଧିମଣ୍ଡଳୀ ଅଛନ୍ତି। ବୈଦେଶିକ ମନ୍ତ୍ରୀ ଆନ୍ଦ୍ରିୟ ସିବିହା ସୋସିଆଲ ମିଡିଆ ସାଇଟ୍ ଏକ୍ସରେ କହିଛନ୍ତି, ଏଭଳି ବର୍ବର ଆକ୍ରମଣ ପ୍ରମାଣିତ କରୁଛି ଯେ ଏକାଠି ବସି ଗୋଟିଏ ଟେବଲରେ ଆଲୋଚନା ଚାହୁଁନାହାନ୍ତି।

ଉଲ୍ଲେଖନୀୟ ଯେ, ୟୁକ୍ରେନ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆବୁଧାବୀରେ ହେବାକୁ ଥିବା ଶାନ୍ତି ବାର୍ତ୍ତାର ଠିକ୍ ପୂର୍ବରୁ ଶନିବାର ଭୋର ସମୟରେ ୟୁକ୍ରେନ୍ର ଦୁଇଟି ବଡ଼ ସହର କିଭ୍ ଏବଂ ଖାରକିଭ୍ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ରୁଷ। ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି। ରୁଷ ପୁଣିଥରେ ୟୁକ୍ରେନ୍ର ଅଣ୍ଟା ଭାଙ୍ଗିବା ପାଇଁ ତା’ର ଏନର୍ଜି ରିସୋର୍ସକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ୩୭୫ ଡ୍ରୋନ୍ ଓ ୨୧ ଟି ମିସାଇଲ ମାଡ଼ କରାଯାଇଥିଲା।

ଆମେରିକା ଦ୍ବାରା ଭେନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ମାଦୁରୋଙ୍କୁ ତାଙ୍କ ଘରୁ ଉଠାଇବା ପରେ ପୁଟିନଙ୍କ ସହ ସେଭଳି କରିବାକୁ ଲଗାତାର ଦାବି କରୁଛନ୍ତି ଜେଲେନସ୍କି । ମାଦୁରୋଙ୍କ ଉପରେ ଆମେରିକାର ଆକ୍ସନର ତୁରନ୍ତ ପରେ ହିଁ ସେ କହିଛନ୍ତି,ଯଦି ଏକଛତ୍ରବାଦୀଙ୍କ ସହ ଏଭଳି କରାଯାଏ, ତେବେ ଆମେରିକା ପୁଟିନଙ୍କ ସହ ଠିକ୍ ସେଭଳି କରୁ। ନିକଟରେ ସେ ପୁଣିଥରେ କହିଥିଲେ ଯେ, ମାଦୁରୋ ନ୍ୟୁୟର୍କ କୋର୍ଟରେ ନ୍ୟାୟର କାଠଗଡାରେ, କିନ୍ତୁ ପୁଟିନ୍ ଏବେ ବି ସ୍ବାଧୀନ ଭାବରେ ବୁଲୁଛନ୍ତି।

ଆହୁରି ପଢନ୍ତୁ :ଭାରତୀୟ ସ୍ପେସ୍ ଷ୍ଟେସନ୍ କାମ ଆରମ୍ଭ କଲା ଇସ୍ରୋ, ଜାଣନ୍ତୁ କେବେ ସରିବ ?