PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ରୁଷ-ୟୁକ୍ରେନ୍ ଯୁଦ୍ଧର ପରିଣାମ ଭୋଗୁଛି ସାରା ବିଶ୍ୱ,ଉଚ୍ଚ ମୁଦ୍ରାସ୍ଫୀତି ହାର ବଢାଇଛି ଆମେରିକା ଓ ୟୁରୋପୀୟ ଦେଶର ଆର୍ଥିକ ସଙ୍କଟ

ନୂଆଦିଲ୍ଲୀ,୨୩।୫: ରୁଷ ଓ ୟୁକ୍ରେନ୍‌ ଭିତରେ ଯୁଦ୍ଧକୁ ୪ ମାସ ଶେଷ ହୋଇଛି। ଯୁଦ୍ଧ ଏବେ ବି ଜାରି ରହିଛି। ଏହି ଯୁଦ୍ଧ ପାଇଁ ରୁଷ, ୟୁକ୍ରେନ୍‌ ବ୍ୟତୀତ ପୁରା ଦୁନିଆକୁ ପରିଣାମ ଭୋଗିବାକୁ ପଡିଛି। ଯୁଦ୍ଧରେ ଦୁର୍ବଳ ୟୁକ୍ରେନ୍‌ ଯେଉଁଭଳି ଭାବରେ ଶକ୍ତିଶାଳି ରୁଷକୁ ଚ୍ୟାଲେଞ୍ଜ ଦେଇଛି, ତାହା ଆମ ସମସ୍ତଙ୍କୁ ଚକିତ କରୁଛି। ଏଥିରେ ସବୁଠାରୁ ବଡ ଯୋଗଦାନ ଆମେରିକାର ରହିଛି। ଏହାପରେ ବ୍ରିଟେନ୍‌, ଅଷ୍ଟ୍ରେଲିଆ, କାନାଡା, ନେଦରଲାଣ୍ଡ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଛି। ଏହି ସବୁ ଦେଶର ଅର୍ଥନୈତିକ ସ୍ଥିତି ଉପରେ ରୁଷ-ୟୁକ୍ରେନ୍ ଯୁଦ୍ଧ ପ୍ରଭାବ ପକାଇଛି।

ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ବିଶ୍ବ ଅର୍ଥବ୍ୟବସ୍ଥାକୁ ମାନ୍ଦା କରିଥିବା ବେଳେ  ନିକଟରେ ସୁଧାର ସଙ୍କେତ ଦେଖିବାକୁ ମିଳିଥିଲା। ହେଲେ ରୁଷ-ୟୁକ୍ରେନ୍ ଯୁଦ୍ଧ କାରଣରୁ ବିଶ୍ବ ଅର୍ଥନୀତି ପୁଣି ମାନ୍ଦାବସ୍ଥାକୁ ଚାଲିଆସିଛି। ଚୀନ୍‌ରେ କରୋନା ମହାମାରୀ କାରଣରୁ କଡା ଲକଡାଉନ୍‌ ଲଗାଯାଇଛି। ଏହି କାରଣରୁ ଗ୍ୟାସ୍‌-ପେଟ୍ରୋଲର ବର୍ଦ୍ଧିତ ମୂଲ୍ୟ ବଡ ବଡ ଅର୍ଥବ୍ୟବସ୍ଥାର ସମସ୍ୟା ବଢାଇ ଦେଇଛି। ଅର୍ଥନୀତିରେ ଅନିୟନ୍ତ୍ରିତ ମୁଦ୍ରାସ୍ପିତି ଯୋଗୁଁ ବିଶ୍ବରେ ଯୋଗାଣ ବ୍ୟବସ୍ଥା ବ୍ୟାହତ ହୋଇଛି। ଏହା ସହିତ ଅର୍ଥନୈତିକ ସମସ୍ୟା ବଢାଇଛି।

ରିପୋର୍ଟ ଅନୁସାରେ, ଆମେରିକା ନିକଟରେ ୟୁକ୍ରେନ୍‌କୁ ୪୦ ଅରବ ଡଲାରର ଅତିରିକ୍ତ ସହାୟତା ଦେବାର ବିଲ୍‌ ପାସ୍‌ କରିଦେଇଛି। ଫେବୃଆରୀରୁ ନେଇ ଏପର୍ଯ୍ୟନ୍ତ ଆମେରିକା ୟୁକ୍ରେନ୍‌କୁ ୫୬.୪୪ ବିଲିୟନ ଡଲାର ସାହାଯ୍ୟ ଦେଇସାରିଛି। ଏହି ସାହାଯ୍ୟ ରୁଷ ୨୦୨୨ର ମୋଟ ପ୍ରତିରକ୍ଷା ବଜେଟ୍‌ରୁ ମଧ୍ୟ ଅଧିକ। ଉଲ୍ଲେଖନୀୟ ଯେ, ରୁଷ ଚଳିତ ବର୍ଷ ନିଜର ପ୍ରତିରକ୍ଷା ବଜେଟ୍‌ ୫୧.୩ ବିଲିୟନ ଡଲାର ରଖିଥିଲା। ରୁଷ ସହିତ ଯୁଦ୍ଧ ଜାରି ରଖିବାକୁ ୟୁକ୍ରେନ୍‌କୁ ଆମେରିକା ସାହାଯ୍ୟ ଜାରି ରଖିଛି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୪୦ ବିଲିୟନ ଡଲାରର ଅତିରିକ୍ତ ସହାୟତା ପ୍ରଦାନ କରିଛନ୍ତି। ଏତେ ଅଧିକ ପରିମାଣର ସାହାଯ୍ୟ ଦେଇ ଆମେରିକା ଅନ୍ୟ ଦେଶ ଗୁଡିକ ଆଗରେ ନିଜର ପତିଆରା ଯଦିଓ ବଢାଇଛି, କିନ୍ତୁ ବାଇଡେନ୍ ସରକାରଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ରୁଷ ଉପରେ ପ୍ରତିଶୋଧ ନେବାକୁ ଯାଇ ଆମେରିକା ଅର୍ଥନୈତିକ ସମସ୍ୟାରେ ପ୍ରଭାବିତ ହୋଇଛି।

କେବଳ ଆମେରିକା ନୁହେଁ, ବ୍ରିଟେନ୍‌ରେ ମଧ୍ୟ ସମାନ ସ୍ଥିତି। ବୁଧବାର ଅଫିସ ଫର ନ୍ୟାସନାଲ ଷ୍ଟାଟିଷ୍ଟିକ୍ସ(ଓଏଲନ୍‌ଏନ୍‌) ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟାକୁ ଯଦି ଦେଖିବା ତେବେ ଦେଶରେ ମୁଦ୍ରାସ୍ପିତୀ ୯ ପ୍ରତିଶତରେ ପହଁଞ୍ଚି ଯାଇଛି। ଏହା ଚାରି ଦଶକର ଉଚ୍ଚସ୍ତର। ଏହା ପୂର୍ବରୁ ଗତ ମାସ ମାର୍ଚ୍ଚରେ ବ୍ରିଟେନରେ ମୁଦ୍ରାସ୍ଫୀତି ହାର ବଢିକି ୭ ପ୍ରତିଶତ ସ୍ତରକୁ ବୃଦ୍ଧି ପାଇଥିଲା ବେଳେ ୧ ଏପ୍ରିଲରେ ଏଥିରେ ଏକଦମ୍‌ ଦୁଇ ପ୍ରତିଶତର ବୃଦ୍ଧି ପାଇଥିଲା। ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ଏହାର ସଦ୍ୟତମ ରିପୋର୍ଟରେ ଚଳିତ ବର୍ଷ ଆନ୍ତର୍ଜାତୀୟ ବାଣିଜ୍ୟରେ ୪.୭ ପ୍ରତିଶତ ଅଭିବୃଦ୍ଧିର ପୂର୍ବାନୁମାନକୁ ୧.୫ ପ୍ରତିଶତକୁ ହ୍ରାସ କରି ମାତ୍ର ତିନି ପ୍ରତିଶତ କରିଦେଇଛି। ଅନ୍ୟପକ୍ଷେ ବିଶ୍ବବ୍ୟାଙ୍କ ଓ ଆଇଏମଏଫ୍ ମଧ୍ୟ ରୁଷ-ୟୁକ୍ରେନ୍ ଯୁଦ୍ଧକୁ ବିଶ୍ବ ଅର୍ଥବ୍ୟବସ୍ଥା ପାଇଁ ମହାମାରୀ ପରେ ଦ୍ବିତୀୟ ବଡ ଝଟକା ବୋଲି କହିଛନ୍ତି। ବିଶ୍ବ ବ୍ୟାଙ୍କ ଓ ଆଇଏମଏଫ୍‌ ରୁଷ-ୟୁକ୍ରେନ୍ ସହିତ ମଧ୍ୟ ୟୁରୋପ, ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆର ବହୁ ଦେଶର ଅର୍ଥ ବ୍ୟବସ୍ଥାର ମାନ୍ଦାବସ୍ଥା ଦେଖିବାକୁ ମିଳିବ ବୋଲି ଚେତାବନୀ ଦେଇଛି। କେବଳ ସେତିକି ନୁହେଁ ଯୁଦ୍ଧ କାରଣରୁ ଖାଦ୍ୟ ସାମଗ୍ରୀ ବିଶେଷ କରି ଗହମ, ବନସ୍ପତି ତେଲର ମୂଲ୍ୟରେ ବୃଦ୍ଧି ଯୋଗୁଁ ବହୁ ବିକାଶଶୀଳ ଓ ଗରିବ ଦେଶରେ ଶ୍ରୀଲଙ୍କା ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ କରାଯାଉଛି।

ସମ୍ବନ୍ଧିତ ଖବର