PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳକୁ ନିଜ କବ୍‌ଜାକୁ ନେବେ ପୁଟିନ, ୯୯ ପ୍ରତିଶତ ଜନତା ଚାହୁଁଛନ୍ତି ଶାସନ କରୁ ଋଷ

ନୂଆଦିଲ୍ଲୀ ୨୮/ ୦୯: ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଦୀର୍ଘଦିନ ହେଲା ଲାଗି ରହିଛି । ଜେଲେସ୍କିଂ ହାର୍‌ ମାନିବାକୁ ନାରାଜ୍‌ ଅନ୍ୟପଟେ ପୁଟିନ୍‌ ନଛୋଡବନ୍ଧା । ୟୁକ୍ରେନର ଅନେକ ସ୍ଥାନକୁ ନିଜ ଅକ୍ତିଆରକୁ ନେଇସାରିଛି ପୁଟିନ୍‌ ସେନା । ଏପଟେ ସେସବୁ ଅଞ୍ଚଳକୁ ଅଧିକାରୀକ ଭାବେ ନିଜ ଦଖଲକୁ ନେବା ପ୍ରକ୍ରିୟା ଆରମ୍ଭ କରିଛି । ୟୁକ୍ରେନ୍‌ର ଯେଉଁସବୁ ସହରକୁ ଋଷ, ନିଜ ଅଞ୍ଚଳକୁ ନେଇଛି ସେଠାରେ ନୂତନ ଭାବେ ଅଧିକାରୀ ନିଯୁକ୍ତ କରିଛି । ଏହା ସହିତ ଅକ୍ତିଆରକୁ ଆସିଥିବା ଅଞ୍ଚଳଗୁଡିକୁ ଋଷ ସହ ମିଶାଇବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ପୁଟିନ୍‌ ।

ସବୁଠାରୁ ବଡ କଥା ହେଉଛି ୟୁକ୍ରେନର ଯେଉଁ ସବୁ ଅଞ୍ଚଳକୁ ଋଷ ନିଜ କବ୍‌ଜାକୁ ନେଇଛି ସେଠାକାର ଅଧିବାସୀ ମଧ୍ୟ ଋଷ ସହ ମିଶିବାକୁ ଚାହୁଁଥିବା ଦାବି କରୁଛି ମସ୍କୋ । ଏ ନେଇ ୫ ଦିନ ଧରି ଜନମତ ସଂଗ୍ରହ କରାଯାଇଥିବା ବେଳେ ମସ୍କୋ ଶାସନ କରୁ ବୋଲି ସେମାନେ ଚାହୁଁଛନ୍ତି । କିନ୍ତୁ ପଡୋଶୀ ଦେଶ ଉପରେ ଋଷ ଆକ୍ରମଣ କରିଥିବାରୁ ଅନ୍ତରାଷ୍ଟ୍ରୀୟ ଚାପ ମଧ୍ୟ ଲଗାତାର ଭାବେ ପୁଟିନଙ୍କ ଉପରେ ପଡୁଛି ।

ଋଷ ନିର୍ବାଚନ ଅଧିକାରୀଙ୍କ କହିବା ଅନୁଯାୟୀ, ୟୁକ୍ରେନର ଜାପୋରିଜ୍ଜିୟା ସହରର ୯୩ ପ୍ରତିଶତ ଜନତା ଋଷ ସହ ବିଲୟ ହେବାକୁ ସମର୍ଥନ ଜଣାଉଛନ୍ତି । ସେହିଭଳି ଖେରସୋନ୍‌ର ୮୭ ପ୍ରତିଶତ, ଲୁହାନସ୍କର ୯୮ ପ୍ରତିଶତ ଏବଂ ଡୋନାସ୍କର ୯୯ ପ୍ରତିଶତ ଜନତା ଚାହୁଁଛନ୍ତି ଋଷ ଶାସନ କରୁ । ଏ ସବୁ ଅଞ୍ଚଳକୁ ବହୁ ପୂର୍ବରୁ ନିଜ କବ୍‌ଜାକୁ ନେଇସାରିଛି ଋଷ ।

ଋଷ କବ୍‌ଜା କରିଥିବା ଅଞ୍ଚଳଗୁଡିକରେ ଅଧିକାରୀମାନଙ୍କୁ ନିଯୁକ୍ତି କରାଯାଇଛି । ସେମାନଙ୍କ କହିବା ମୁତାବିକ, ରାଷ୍ଟ୍ରପତି ପୁଟିନ୍‌ଙ୍କ ସହିତ ଏ ନେଇ ଆଲୋଚନା କରାଯିବ । ତେବେ ଯଦି ଋଷ ଏ ସବୁ ଅଞ୍ଚଳକୁ ପୁରାପୁରି ଭାବେ କବଜା ନେବାକୁ ପ୍ରଶାସନିକ ସ୍ତରରେ ପଦକ୍ଷେପ ନେବ ତେବେ ପ୍ରଥମେ କେଉଁ ସବୁ କାମ କରିବ ତାହା ସବୁଠୁ ବଡ ପ୍ରଶ୍ନ ।

ଅନ୍ୟପଟେ ଋଷ କରୁଥିବା ଜନମତ ସଂଗ୍ରହକୁ ବିରୋଧ କରିଛନ୍ତି ପଶ୍ଚିମାଞ୍ଚଳ ଦେଶ । ୟୁରୋପୀୟ ସଂଘର ବିଦେଶ ନୀତି ପ୍ରମୁଖ ଜୋସେଫ୍‌ ବେରେଲ୍‌ ବୁଧବାର କହିଛନ୍ତି, ‘ଋଷ କରୁଥିବା ଜନମତ ସଂଗ୍ରହ ଅବୈଧ ଏବଂ ନରର୍ଥକ । ୟୁକ୍ରେନ ଉପରେ ଗତ ଫେବୃଆରୀ ୨୪ରୁ ହେଉଥିବା ଆକ୍ରମଣ ମାନବବାଦ ଉପରେ କୁଠାରଘାତ ଏବଂ ଜୁଲମ’।

ସମ୍ବନ୍ଧିତ ଖବର