ବାଲକୋନିରେ ଝଗଡ଼ା କରୁଥିଲେ ରୁଷୀୟ ଦମ୍ପତି, ଗ୍ରିଲ ଭାଙ୍ଗି ଯିବାରୁ ପଡ଼ିଗଲେ ଫୁଟପାଥରେ, ଦେଖନ୍ତୁ ଭିଡ଼ିଓ…

ନୂଆଦିଲ୍ଲୀ ୩।୬: ପ୍ରତିଦିନ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହୁଏ। କିନ୍ତୁ ରୁଷର ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦମ୍ପତିଙ୍କ ମଧ୍ୟରେ ଝଗଡା ଏତେ ବଢ଼ିଯାଇଛି ଯେ ଦୁହେଁ ମରୁ ମରୁ ବଞ୍ଚି ଯାଇଛନ୍ତି।
ରୁଷର ସେଣ୍ଟ ପିଟର୍ସବର୍ଗ ସହରରେ ରହୁଥିବା ସ୍ବାମୀ-ସ୍ତ୍ରୀ ବାଲକୋନିରେ ଝଗଡ଼ା କରୁଥିବା ସମୟରେ ତଳେ ଖସିପଡିଥିଲେ । ଝଗଡା ବେଳେ ସ୍ୱାମୀ ଓ ସ୍ତ୍ରୀ ୨୫ ଫୁଟ ଉଚ୍ଚତାରୁ ରାସ୍ତାରେ ପଡ଼ିଯାଇଥିଲେ। ଫଳରେ ଦୁହେଁ ସାମାନ୍ୟ ଆହତ ହୋଇଛନ୍ତି। ତଥାପି ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।
ସେଣ୍ଟ ପିଟର୍ସବର୍ଗରେ ରହୁଥିବା ଓଲ୍ଗା ଭୋଲକୋ ଏବଂ ତାଙ୍କ ପତ୍ନୀ ୟେବଗେନି କାର୍ଲଗିଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଉଭୟେ ବାଲକୋନୀରେ ଯୁକ୍ତିତର୍କ କରୁଥିଲେ। ଧିରେ ଧିରେ ସେମାନଙ୍କ ମଧ୍ୟ ଯୁକ୍ତିତର୍କ ବଢ଼ିଯାଇଥିଲା। ଏମିତି କି ଦୁହିଁଙ୍କ ମଧ୍ୟରେ ମାଡ଼ଗୋଳ ଲାଗିଥିଲା। ମାଡ଼ପିଟ ସମୟରେ ଗ୍ରିଲ ଉପରେ ପ୍ରଥମେ ପଡ଼ିଯାଇଥିଲେ। ଗ୍ରିଲ ଭାଙ୍ଗିଯିବାରୁ ଦୁହେଁ ୨୫ ଫୁଟ୍ ତଳେ ଅର୍ଥାତ ରାସ୍ତା ଉପରେ ପଡ଼ିଯାଇଥିଲେ। ତେବେ ଦୁହେଁ ପଡ଼ିଯିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ତୀବଗ୍ରତିରେ ଭାଇରାଲ ହେବାରେ ଲାଗିଛି।
#BehindtheScenes of a spot in the #stadiumstampede match at #AEWDoN #AEWDoubleorNothing. pic.twitter.com/lfcWKJtKGl
— ?Heels Pops Chairshots? (@Hpc2sweet) May 30, 2021