ପ୍ରମୂଖ ଖବର
  • ବାଲିପାଟଣା : ମାଆକୁ କୁଟୁରୀରେ ହାଣି ହତ୍ୟା କଲା ପୁଅ
  • ||
  • ପୁରୀ : ହୋଟେଲ ରୁମ ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଡୋଭାଲଙ୍କ ପରେ ମସ୍କୋ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଆମେରିକା ସହ ବିବାଦ ଭିତରେ ରୁଷ ପ୍ରତିପକ୍ଷଙ୍କ ସହ କରିବେ ଆଲୋଚନା…

Published By : Ladu Kishor | August 14, 2025 9:36 PM

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫକୁ ନେଇ ବାଣିଜ୍ୟିକ ଉତ୍ତେଜନା ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଏହି ଉତ୍ତେଜନା ଆରମ୍ଭ ହୋଇଛି । ଆମେରିକା କହିଛି ଯେ ଭାରତ ରୁଷରୁ ତେଲ କିଣୁଛି। ଆଉ ଏହାରି ଭିତରେ ଅଗଷ୍ଟ ୨୧ରେ, ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ଆଲୋଚନା କରିବାକୁ ଯାଉଛୱନ୍ତି, ଯାହା ବାଣିଜ୍ୟ, ଅର୍ଥନୈତିକ, ବୈଜ୍ଞାନିକ,ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ କ୍ଷେତ୍ରରେ ଆନ୍ତଃସରକାରୀ ରୁଷ-ଭାରତୀୟ କମିଶନର ୨୬ତମ ବୈଠକ ହେବ। ଏହି ବୈଠକରେ ଯୋଗଦେବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମସ୍କୋକୁ ଆନୁଷ୍ଠାନିକ ଭାବେ ସରକାରୀ ଗସ୍ତରେ ଯାଉଛନ୍ତି। 

ଏହି ସମୟରେ, ଦୁଇ ମନ୍ତ୍ରୀ ଦ୍ୱିପାକ୍ଷିକ ପ୍ରସଙ୍ଗ ସହିତ ଜଡିତ ବିବାଦ ଉପରେ ତୁରନ୍ତ ଆଲୋଚନା କରିବେ। ସୂଚନାଥାଉକି ଖୁବ୍ ଶୀଘ୍ର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତ ଗସ୍ତ କରିବାକୁ ଯାଉଛନ୍ତି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କିଛି ସମୟ ପୂର୍ବରୁ ପୁଟିନଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ନିଶ୍ଚିତ କରିଛନ୍ତି। ପ୍ରକୃତରେ, ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ। ଏନଏସଏ ଅଜିତ ଡୋଭାଲ କହିଛନ୍ତି ଯେ ସେ ପୁଟିନଙ୍କ ଭାରତ ଗସ୍ତକୁ ନେଇ ବହୁତ ଉତ୍ସାହିତ। ଅଜିତ ଡୋଭାଲ ଗୁରୁବାର ମସ୍କୋରେ ଏହି ଘୋଷଣା କରିଛନ୍ତି।

ମସ୍କୋ ଗସ୍ତରେ ଯାଇଥିବା ଏନଏସଏ ଅଜିତ ଡୋଭାଲ କହିଛନ୍ତି ଯେ ଭାରତ ଏବଂ ରୁଷ ପରସ୍ପରର ରଣନୈତିକ ଅଂଶୀଦାର। ତାଙ୍କର ଗସ୍ତ ଦୁଇ ଦେଶ ମଧ୍ୟରେ ଏହି ସହଭାଗୀତାକୁ ଆହୁରି ଗଭୀର କରିବ। ସୂଚନାଥାଉକି, ଯେ ରାଷ୍ଟ୍ରପତି ପୁଟିନ ଏପରି ସମୟରେ ନୂଆଦିଲ୍ଲୀ ଗସ୍ତ କରିବେ ଯେତେବେଳେ ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଚାଲିଛି। ଏପରି ପରିସ୍ଥିତିରେ, ଭାରତ ଏବଂ ରୁଷ ମିଳିତ ଭାବରେ ଆମେରିକା ସହିତ ମୁକାବିଲା କରିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରିବେ ବୋଲି ଆଶଙ୍କା କରାଯାଉଛି । 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.