PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ପ୍ରେମ ପାଇଁ ସବୁ ସୀମା ଡେଇଁଲେ ଯୁବତୀ, ଧର୍ମ ପରିବର୍ତ୍ତନ କରିବା ସହ କଲେ ୪୦୦୦ କିମି ଯାତ୍ରା

ନୂଆଦିଲ୍ଲୀ ୧୨/୦୮: ରୁଷର ପୋଲିନା ଓ ପାକିସ୍ତାନର ଗୁଜରାଁୱାଲା ବାସିନ୍ଦା ମହମ୍ମଦ ଅଲିଙ୍କ ପ୍ରେମ କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚିତ ଖବର ହୋଇଛି । ଭଲପାଇବା ପାଇଁ ପୋଲିନା ୪୦୦୦ କିମି ଅତିକ୍ରମ କରି ପାକିସ୍ତାନରେ ପହଞ୍ଚିଛନ୍ତି ।  ସେଠାରେ ସେ ମହମ୍ମଦ ଅଲିଙ୍କୁ ବିବାହ କରିଛନ୍ତି । ସେତିକି ନୁହେଁ, ସେ ଇସ୍‌ଲାମ ଧର୍ମ ମଧ୍ୟ ଗ୍ରହଣ  କରିଛନ୍ତି, ଆଉ ଊର୍ଦ୍ଦୁ ବି ଶିଖିଛନ୍ତି ।

ନିକଟରେ ଏହି ଦମ୍ପତି ଲେଟ୍ସ ଗୋ ୟୁଟ୍ୟୁବ୍‌ ଚ୍ୟାନେଲରେ  ନିଜ ପ୍ରେମ କାହାଣୀ, ପ୍ରଥମ ଦେଖା ଆଦି ବିଷୟ ବର୍ଣ୍ଣନା କରିଛନ୍ତି ।  ପୋଲିନା ଓ ମହମ୍ମଦ ଅଲିଙ୍କ ସାକ୍ଷାତ ଅନ୍‌ଲାଇନ୍‌ ହୋଇଥିଲା । ଯେତେବେଳେ  ଉଭୟଙ୍କ ପ୍ରେମ ଅତି ନିବିଡ଼ ହୋଇଗଲା, ପୋଲିନା ୪୦୦୦ କିମି ଦୂର ଯାତ୍ରା କରି  ପାକିସ୍ତାନରେ ପହଞ୍ଚିଗଲେ । ପାକିସ୍ତାନର ଗଣମାଧ୍ୟମ ଅନୁସାରେ, ବିଦେଶ ଯାତ୍ରା ସମୟରେ  ମହମ୍ମଦ ପୋଲିନାଙ୍କୁ ଭେଟିଥିଲେ । ଏହି ଦମ୍ପତି ନିଜର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ  କରିଛନ୍ତି ।  ଏଠାରେ  ଦୁହେଁ ନିଜ ଜୀବନ  ସମ୍ପର୍କିତ ଅନୁଭବ ଶେୟାର  କରୁଛନ୍ତି । ନୂଆ ଜୀବନ ବିଷୟରେ  ପୋଲିନା କହିଛନ୍ତି, ପାକିସ୍ତାନର  ଦେଶୀ ଖାଦ୍ୟ ତାଙ୍କର ବେଶ  ପ୍ରିୟ ହୋଇଛି । ଶ୍ୱଶୁର ଘରେ  ସେ ଏବେ ବେଶ ଖୁସିରେ  ଅଛନ୍ତି।

ସମ୍ବନ୍ଧିତ ଖବର