ପାକିସ୍ତାନ ପରେ ଏବେ ରୁଷ୍ ପିଠିରେ ବି ଛୁରୀ ମାରିବାକୁ ପଛାଉନି ଚୀନ୍

ଲଣ୍ଡନ – ଚୀନ୍ ଓ ରୁଷ୍ ମଧ୍ୟରେ ଖୁବ୍ ନିବିଡ଼ ବନ୍ଧୁତା ରହିଛି। କିଛି ମାସ ପୂର୍ବେ ଚାଇନ ରାଷ୍ଟ୍ରପତି ଶି ଜିନପିଙ୍ଗ୍ ରୁଷ୍କୁ ୩ ଦିବସୀୟ ଯାତ୍ରାରେ ଯାଇଥିଲେ। ଯେଉଁଥିରେ ଦୁଇ ଦେଶର ରାଷ୍ଟ୍ରପତି ପରସ୍ପରକୁ ଖୁବ୍ ପ୍ରଶଂସା କରିଥିଲେ । ସେମାନେ ଖୁବ୍ ନିକଟତର ହେବା ପରେ ବି ଚୀନ୍ ନିଜର ବନ୍ଧୁ ରୁଷର ପିଠିରେ ଛୁରୀ ଭୁସିବାରୁ ବି ପଛକୁ ହଟୁ ନାହିଁ। କିଛି ଦିନ ପୂର୍ବେ ଟପ୍ ରୁଷୀୟ ସାଇନ୍ସ ଇନଷ୍ଟିଚ୍ୟୁଟ୍ର ଡାଇରେକ୍ଟର ଏବଂ ଆଉ ଦୁଇ ଏକ୍ସପର୍ଟଙ୍କୁ ହାଇପରସୋନିକ ମିସାଇଲର ସିକ୍ରେଟ୍ସକୁ ଚୀନ ସହ ସେୟାର କରିବା ଅଭିଯୋଗରେ ଗିରଫ କରାଯାଇ ଥିଲା। ଏହା ଜଣା ଯେ , ଚୀନ୍ ପାକିସ୍ତାନକୁ ମଧ୍ୟ ବନ୍ଧୁ କହି ତାକୁ ଧୋକା ଦେଇ ସାରିଛି। ଚୀନ୍ର ଅନେକ ପ୍ରୋଜେକ୍ଟ ଯୋଗୁଁ ପାକିସ୍ତାନ ଅତି ଦୟନୀୟ ଭାବେ ଋଣରେ ବୁଡ଼ି ଯାଇଛି।
ନ୍ୟୁଜ୍ ଏଜେନ୍ସି ରଏଟର୍ସର ସୂତ୍ରାନୁସାରେ , ସାଇବେରିଆର କ୍ରିଷ୍ଟିୟାନୋଭିଚ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଥିଓରିଟିକଲ ଆଣ୍ଡ ଆପ୍ଲାଏଡ୍ ମେକାନିକ୍ସ ( ଆଇଟିଏଏମ୍)ର ପ୍ରମୁଖ ଅଲେକଜେଣ୍ଡର ଶିପଲୁକଙ୍କ ଉପରେ ୨୦୧୭ରେ ଚୀନରେ ଏକ ବୈଜ୍ଞାନିକ ସମ୍ମିଳନୀରେ କ୍ଲାସିଫାଇଡ ଜିନିଷ ପ୍ରଦାନ କରିବାର ସନ୍ଦେହ କରାଯାଇ ଥିଲା। ହେଲେ ନିଜ ଉପରେ ଲାଗିଥିବା ଅଭିଯୋଗରେ ଅଲେକଜେଣ୍ଡର ଶିପଲୁକ୍ ଏଡେଇ ଦେଇ ଥିଲେ। ସେ କହିଥିଲେ , ବିଚାରାଧୀନ ସୂଚନାକୁ ବର୍ଗୀକୃତ କରାଯାଇ ନଥିଲା ଏବଂ ଏହା ଲୋକଙ୍କ ଅନୁସାରେ, ସ୍ୱତନ୍ତ୍ର ଭାବେ ଅନଲାଇନ୍ ଉପଲବ୍ଧ ଥିଲା ।
ଆଇଟିଏଏମ୍ ବିଶେଷଜ୍ଞଙ୍କ ଉପରେ ଲାଗିଥିବା ଅଭିଯୋଗ ସହ ଚୀନ୍ ସହିତ ଜଡ଼ିତ ପୂର୍ବର ଦେଶଦ୍ରୋହ ମାମଲା ବିଷୟରେ ପଚରା ଯିବାରେ କ୍ରେମଲିନ୍ର ପ୍ରବକ୍ତା ଦିମିତ୍ରୀ ପେସକୋଭ କହିଛନ୍ତି ସୁରକ୍ଷା ସେବା ଗୁଡ଼ିକ ମାତୃଭୂମି ସହ ବିଶ୍ୱାସଭାତ ସମ୍ୱନ୍ଧିତ ସମ୍ଭାବିତ ମାମଲା ଉପରେ ନଜର ରଖିଛନ୍ତି । ସେ କହିଛନ୍ତି , ଏହା ବହୁତ ମହତ୍ତ୍ୱପୂର୍ଣ୍ଣ କାମ କି ଏମିତି ଲଗାତାର ଚାଲୁ ରହିଛି । ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ବାରମ୍ୱାର କହିଛନ୍ତି କି ରୁଷ୍ ହାଇପରସୋନିକ ମିସାଇଲ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ବିଶ୍ୱରେ ଅଗ୍ରଣୀ ।
ଗତ ବର୍ଷ ଲେଜର ବିଶେଷଜ୍ଞ ଦିମିତ୍ରୀ କୋଲରଙ୍କୁ ଦେଶଦ୍ରୋହୀ ଅଭିଯୋଗରେ ସାଇବେରିଆରେ ଗିରଫ କରାଯାଇଥିଲା। ହେଲେ ଦୁଇଦିନ ପରେ କ୍ୟାନସରରେ ତାଙ୍କରର ମୃତ୍ୟୁ ହୋଇଥିଲା। ତାଙ୍କର ଓକିଲ ଏଲକଜେଣ୍ଡର ଫେଡୁଲୋଭ ଗତ ସପ୍ତାହରେ କହିଥିଲେ କି ଚୀନ୍କୁ ରହସ୍ୟ କହିବା ନେଇ କୋଲକରଙ୍କ ଉପରେ ଅଭିଯୋଗ ଲଗାଯାଇ ଥିଲା ।