ନୂଆଦିଲ୍ଲୀ,୧୬।୯: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ଫଙ୍ଗସ୍ ଭିତରେ ରହସ୍ୟମୟ ଭାଇରସ୍ ଥିବାର ସମ୍ଭାବନା ପ୍ରକାଶ କରିଛି। ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଏହି ଭାଇରସ୍କୁ ଟାର୍ଗେଟ କରି ମାରାତ୍ମକ ଫଙ୍ଗଲ୍ ଇନଫେକସନର ଚିକିତ୍ସା କରାଯାଇପାରିବ। ଏହି ଭାଇରସ୍ର ନାମ A. fumigatus Polymycovirus-1 (AfuPmV-1M)। ଏବେ ଅଧ୍ୟୟନରୁ ଜଣାପଡିଛି ଯେ ଏହି ଫଙ୍ଗସ୍ Aspergillus fumigatus ରେ ମିଳିପାରିବ। ଏହା ମଣିଷ ପାଇଁ ଅଧିକ ବିପଦପୂର୍ଣ୍ଣ ହୋଇଯାଏ।
Aspergillus fumigatus ଏକ ସାଧାରଣ ଫଙ୍ଗସ୍, ଯାହାକି ମାଟି, ସଡକ ଓ ପବନରେ ରହିଥାଏ। ଏହାର ବିଜାଣୁ ପବନ ଜରିଆରେ କେଉଁଠାରେ ବି ପହଁଞ୍ଚି ପାରିବେ। ଅଧିକାଂଶ ଲୋକ ପ୍ରତିଦିନ ଏହି ବିଜାଣୁକୁ ନିଶ୍ବାସ ନେଇଥାନ୍ତି, କିନ୍ତୁ ସୁସ୍ଥ ମଣିଷରେ କୌଣସି ସମସ୍ୟା ନଥାଏ। କିନ୍ତୁ ଦୁର୍ବଳ ଇମ୍ୟୁନିଟି ଥିବା ଲୋକ, ଯେପରି କ୍ୟାନସର, ଏଡସ୍ କିମ୍ବା ଫୁସଫୁସ୍ ରୋଗୀ ଏହାର ଶିକାର ହୋଇଥାନ୍ତି।
ସଂକ୍ରମଣର ପ୍ରକାର: ଏହା ଫୁସଫୁସରେ କ୍ଷଣସ୍ଥାୟୀ କିମ୍ବା ଦୀର୍ଘକାଳୀନ ସଂକ୍ରମଣ ସୃଷ୍ଟି କରିପାରେ। ସବୁଠାରୁ ମାରାତ୍ମକ ହେଉଛି ଇନ୍ଭୋସିଭ୍ ଆସ୍ପରଗିଲୋସିସ୍, ଯାହା ଫୁସଫୁସରୁ ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ (ଯେପରିକି ମସ୍ତିଷ୍କ, ବୃକକ୍)। ପ୍ରତିବର୍ଷ ସାରା ବିଶ୍ୱରେ ୬.୫୫ ନିୟୁତ ଇନ୍ଭୋସିଭ୍ ଫଙ୍ଗାଲ୍ ସଂକ୍ରମଣ ହୁଏ, ଯେଉଁଥିରୁ ୨.୧ ନିୟୁତ ଇନ୍ଭୋସିଭ୍ ଆସ୍ପରଗିଲୋସିସ୍ ଏବଂ ୧.୮ ନିୟୁତ ଦୀର୍ଘକାଳୀନ ଫୁସଫୁସ ସଂକ୍ରମଣର ମାମଲା ରହିଛି।
ମୃତ୍ୟୁହାର : ଇନ୍ଭୋସିଭ୍ ଇନଫେକସନ୍ର ମୃତ୍ୟୁହାର ୩୦% ରୁ ୮୦% ପର୍ଯ୍ୟନ୍ତ ହୋଇଥାଏ। ହିବ୍ରୁ ୟୁନିଭର୍ସିଟିର ଜେରୁସାଲେମର ପୋଷ୍ଟଡକ୍ଟରାଲ୍ ଗବେଷକ ମାରିନା କ୍ୟାମ୍ପୋସ୍ ରୋଚା କହିଛନ୍ତି ଯେ ଏହି ଫଙ୍ଗସ୍ ଫୁସଫୁସରେ ପଶି ଇମ୍ୟୁନୁ ସିଷ୍ଟମକୁ ପ୍ରଭାବିତ କରେ। ଏହା ବିଶେଷକରି ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ପାଇଁ ଘାତକ। ଏହି ଭାଇରସ ଏକ ଫଙ୍ଗସ୍ ଭିତରେ ଲୁଚି ରହିଛି, ଯେପରି ରୁଷ ନେଷ୍ଟିଂ ଡଲରେ ଗୋଟିଏ ଡଲ୍ ଅନ୍ୟ ଗୋଟିଏ ଡଲ୍ ଭିତରେ। ଏହି ଅଧ୍ୟୟନଟି ୧୪ ଅଗଷ୍ଟ ୨୦୨୫ରେ 'ନେଚର ମାଇକ୍ରୋବାୟୋଲୋଜି' ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏହି ପରୀକ୍ଷଣ ଏକ ମୂଷା ଉପରେ କରାଯାଇଥିଲା। ଯାହାକି ଆସ୍ପରଗିଲୋସିସ୍ ଯୋଗୁଁ ମୃତ୍ୟୁ ହୋଇଥିବା ଜଣେ ରୋଗୀଙ୍କ ଫୁସଫୁସରୁ ଏହି ଫଙ୍ଗସ୍ ନିଆଯାଇଥିଲା
ସଂକ୍ରମଣର ନାମ ଓ ପ୍ରକାର: ।AfuPmV-1M ହେଉଛି ଏକ ଡବଲ-ଷ୍ଟାଣ୍ଡାର୍ଡ RNA ଭାଇରସ୍, ଯାହାକି Polymycoviridae ପରିବାରର । ଏହା ଫଙ୍ଗସକୁ ସଂକ୍ରମିତ କରେ, କିନ୍ତୁ ମଣିଷ କିମ୍ବା ମୂଷାକୁ ସିଧାସଳଖ କ୍ଷତି କରିପାରେ ନାହିଁ କାରଣ ଏଥିପାଇଁ ନିର୍ଦ୍ଦିଷ୍ଟ ରିସେପ୍ଟର ଏବଂ ପ୍ରୋଟିନ୍ ଆବଶ୍ୟକ ହୁଏ ଯାହା ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଖରେ ନାହିଁ। ଏହି ଭାଇରସ୍ କେବଳ Aspergillus fumigatus କୁ ସଂକ୍ରମିତ କରିପାରିବ ଏବଂ ଅନ୍ୟ ଫ ନୁହେଁ।