ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତକାଲି (ଗୁରୁବାର) ଠାରୁ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ପୁଟିନଙ୍କ ଗସ୍ତ ସମୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏହି ସମୟରେ, ପୁଟିନଙ୍କ ବିଳାସପୂର୍ଣ୍ଣ ଦୁର୍ଗ, ପ୍ରାଇଭେଟ୍ ବିମାନ, ବଡ଼ ଜାହାଜ, ମହଙ୍ଗା ଘଣ୍ଟା ଏବଂ ଘୋଷ୍ଟ ଟ୍ରେନ୍ ମଧ୍ୟ ଖବରର ଶୀର୍ଷକ ପାଲଟିଛି ।
"ଭୂତ"… ଏହି ଶବ୍ଦ ଶୁଣିବା ପରେ ସମସ୍ତଙ୍କ ମନରେ ଭୟର ଶିହରଣ ଖେଳିଯାଏ। କୁହାଯାଏ କି ପୁଟିନଙ୍କ ପାଖରେ ଏକ ଭୂତ ଟ୍ରେନ ଅଛି । ଅନେକ ଲୋକ ହୁଏତ ଭାବୁଥିବେ ଯେ, ପୁଟିନଙ୍କ ଘୋଷ୍ଟ ଟ୍ରେନ୍ରେ ପ୍ରକୃତରେ ଭୂତ ଅଛି କି ନାହିଁ। ତେଣୁ, ଏବେ ଆସନ୍ତୁ ଏଠି ଆମେ ଆପଣଙ୍କୁ ପୁଟିନଙ୍କ ଘୋଷ୍ଟ ଟ୍ରେନ୍ ବିଷୟରେ କିଛିଟା ସତ୍ୟତା ଜଣାଇବୁ।
ପ୍ରଥମେ, ଆପଣଙ୍କୁ ଆମେ କହିବୁ କି, ରାଷ୍ଟ୍ରପତି ପୁଟିନଙ୍କ ଘୋଷ୍ଟ ଟ୍ରେନରେ କୌଣସି ଭୂତ ନାହିଁ। ଏହା ଏକ ଗୁପ୍ତ, ଅସ୍ତ୍ରଶସ୍ତ୍ର ଯୁକ୍ତ ଟ୍ରାକଲେସ୍ ପ୍ରାଇଭେଟ୍ ଟ୍ରେନ୍। ରିପୋର୍ଟ ଅନୁସାରେ, ଏଥିରେ ଏକ ଜିମ୍, ସ୍ପା, କସମେଟୋଲୋଜି ସେଣ୍ଟର ଏବଂ ଅନ୍ୟାନ୍ୟ ଅନେକ ବିଳାସପୂର୍ଣ୍ଣ ସୁବିଧା ରହିଛି।
ପୁଟିନଙ୍କ ଟ୍ରେନକୁ ଏହାର ରହସ୍ୟମୟ ଏବଂ ଗୁପ୍ତ ପ୍ରକୃତି ଯୋଗୁଁ ଘୋଷ୍ଟ ଟ୍ରେନ୍ କୁହାଯାଏ । ଯଦିଓ ଟ୍ରେନ୍ର କୌଣସି ଆନୁଷ୍ଠାନିକ ନାମ ନାହିଁ। କୁହାଯାଏ ଯେ, ପୁଟିନ ଏହି ଟ୍ରେନ୍ରେ ଘରୋଇ ଭାବରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଏଥିରେ ୨୦ ରୁ ଅଧିକ ବଗି, ଏକ ବିଳାସପୂର୍ଣ୍ଣ ସ୍ପା ଏବଂ ଅନ୍ୟାନ୍ୟ କିଛି ସୁବିଧା ଅଛି। ଏହି ସୂଚନା ଏକ ରୁଷୀୟ କମ୍ପାନୀ ପକ୍ଷରୁ ଲିକ୍ ହୋଇଛି ।
ଏହା ଏକ ଅତ୍ୟନ୍ତ ଗୁପ୍ତ, ସମ୍ପୂର୍ଣ୍ଣ ସଜ୍ଜିତ ଟ୍ରେନ୍ ଯାହାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଯାତ୍ରା ପାଇଁ ବ୍ୟବହାର କରନ୍ତି । ବିଶେଷକରି ବିମାନ ଯାତ୍ରା ଏଡାଇବା ଏବଂ ତାଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହା ବ୍ୟବହୃତ ହୁଏ ।