ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ୭ ଛକା ମାରି ହେଲେ ବିଶ୍ବର ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୮।୧୧: ବିଜୟ ହଜାରେ ଟ୍ରଫିରେ ସୋମବାର ସୃଷ୍ଟି ହୋଇଛି ଇତିହାସ। ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ଭିତରେ ହୋଇଥିବା ଏହି ମ୍ୟାଚ୍ରେ ଦର୍ଶକଙ୍କୁ ଗୋଟିଏ ଓଭରରେ ୭ଟି ଛକା ଦେଖିବାକୁ ମିଳିଥିଲା। ଏହି ରେକର୍ଡ ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଚେନ୍ନାଇ ସୁପରକିଙ୍ଗସ୍ ପାଇଁ ଖେଳୁଥିବା ଋତୁରାଜ ଗାଇକୱାଡ କରିଛନ୍ତି। ସେ ଏଠାରେ କ୍ବାଟର ଫାଇନାଲ ମ୍ୟାଚ୍ରେ ଦ୍ବିଶତକ ମଧ୍ୟ କରିଥିଲେ।
6⃣,6⃣,6⃣,6⃣,6⃣nb,6⃣,6⃣
— BCCI Domestic (@BCCIdomestic) November 28, 2022
Ruturaj Gaikwad smashes 4⃣3⃣ runs in one over! 🔥🔥
Follow the match ▶️ https://t.co/cIJsS7QVxK…#MAHvUP | #VijayHazareTrophy | #QF2 | @mastercardindia pic.twitter.com/j0CvsWZeES
ଉତ୍ତର ପ୍ରଦେଶ ବିପକ୍ଷ ଏହି ମ୍ୟାଚ୍ରେ ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୩୩୦ ରନ୍ କରି ୫ ଓ୍ବିକେଟ ହରାଇଥିଲା। କ୍ୟାପଟେନ୍ ରତୁରାଜ ଗାଇକୱାଡ କେବଳ ୧୫୯ ବଲ୍ରେ ୨୨୦ ରନ୍ କରି ଅପରାଜିତ ଥିଲେ। ନିଜର ଏହି ଇନିଂସରେ ସେ ୧୦ଟି ଚୌକା ଓ ୧୬ଟି ଛକା ମାରିଥିଲେ। ସବୁଠାରୁ କମାଲ ସେତେବେଳେ ହୋଇଥିଲା ଯେତେବେଳେ ଇନିଂସର ୪୯ତମ ଓଭରରେ ଋତୁରାଜ ୭ଟି ଛକା ମାରିଥିଲେ।
୨୫ ବର୍ଷୀୟ ଋତୁରାଜ ଇନିଂସର ୪୯ ତମ ଓଭରରେ ମୋଟ ୪୩ ରନ୍ କରିଥିଲେ, ଏଥିରେ ୭ଟି ଛକା ରହିଛି। ଉତ୍ତର ପ୍ରଦେଶ ଟିମ୍ ପକ୍ଷରୁ ଶିବା ସିଂହ ବୋଲି କରୁଥିଲେ, ଶେଷ ଓଭରରେ ଗୋଟିଏ ନୋବଲ୍ ମଧ୍ୟ ଥିଲା, ଏଭଳି କରିଥିବା ଋତୁରାଜ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ୍ ହୋଇ ଯାଇଛନ୍ତି।