ନୂଆଦିଲ୍ଲୀ,୨୭/୦୩; ଏଥର ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଋତୁରାଜ ଗାଏକୱାଡ୍ ଓ ସଞ୍ଜୁ ସାମସନ ଓପନ କରିବେ । ସୁପରକିଙ୍ଗ୍ସ ପକ୍ଷରୁ ଏହା ଘୋଷଣା କରାଯାଇଛି । ଗତ ସିଜନରେ ଗାଏକୱାଡ୍ ଆହତ ହେବା ପରେ ଆୟୂଷ ମାହତ୍ରେ ଓପନର ଭାବେ ପଦାର୍ପଣ କରିଥିଲେ । ମାହତ୍ରେଙ୍କ ପ୍ରଦର୍ଶନ ମଧ୍ୟ ବେଶ୍ ଚମତ୍କାର ରହିଥିଲା । ସେ ଓପନର ଭାବେ ୭ଟି ମ୍ୟାଚରୁ ୧୮୮.୯୭ ଷ୍ଟ୍ରାଇକ ରେଟ୍ରେ ୨୪୦ ରନ ସଂଗ୍ରହ କରିଥିଲେ । ଏଥର ମାହତ୍ରେ ୩ନଂ ସ୍ଥାନରେ ବ୍ୟାଟିଂ କରିବା ଏକ ପ୍ରକାର ନିଶ୍ଚିତ ରହିଛି । ଅବଶ୍ୟ ଗତ ୧୯ବର୍ଷରୁ କମ୍ ବିଶ୍ୱକପ୍ରେ ମାହତ୍ରେ ଅଧିକାଂଶ ମ୍ୟାଚରେ ୩ନଂ ସ୍ଥାନରେ ଚିତ୍ତାକର୍ଷକ ବ୍ୟାଟିଂ କରିଥିଲେ । ଏଥର ସାମସନଙ୍କୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ରେଡ୍ କରିଛି ସୁପରକିଙ୍ଗ୍ସ । ଗାଏକୱାଡ୍ ମଧ୍ୟ ଫିଟ୍ ହୋଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେଣୁ ଦୁଇ ଅଭିଜ୍ଞ ବ୍ୟାଟରଙ୍କୁ ଓପନ କରାଇବାକୁ ସୁପରକିଙ୍ଗ୍ସ ନିଷ୍ପତ୍ତି ନେଇଛି ।

ଆସନ୍ତାକାଲିଠୁ ଆରମ୍ଭ ହେବ ଆଇପିଏଲ ସିଜିନ ୧୯ । ଏହା ପୂର୍ବରୁ ସମସ୍ତ ୧୦ ଦଳ ବିସିସିଆଇ ସହିତ ସାକ୍ଷାତ କରିଥିଲେ। ବୈଠକ ପାଇଁ ମୁମ୍ବାଇ ଆସିଥିବା ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାୟକୱାଡ ତାଙ୍କ ଓପନିଂ ପାର୍ଟନର ନାମ ଖୁଲାସା କହିଛନ୍ତି । ସଞ୍ଜୁ ସାମସନ ଦଳ ପାଇଁ ଇନିଂସ ଓପନ କରିବେ ବୋଲି କହିଛନ୍ତି । ପୂର୍ବତନ ଫ୍ରାଞ୍ଚାଇଜ୍ ଅଧିନାୟକ ରବିନ୍ଦ୍ର ଜାଡେଜାଙ୍କୁ ଛାଡି ସିଏସକେ ଟ୍ରେଡରେ ସଞ୍ଜୁଙ୍କୁ ଅଧିଗ୍ରହଣ କରିଛି । ସଞ୍ଜୁଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଛି ।

ଅଧିନାୟକଙ୍କ ବୈଠକ ପୂର୍ବରୁ, ଋତୁରାଜ ଗାୟକୱାଡଙ୍କୁ ଓପନିଂ ଯୋଡ଼ି ବିଷୟରେ ପଚରାଯାଇଥିଲା । ତାଙ୍କୁ ପ୍ରଶ୍ନ ହୋଇଥିଲା କି, "ତୁମେ ଏମଏସ ଧୋନିଙ୍କ ବ୍ୟାଟିଂ କ୍ରମ ପ୍ରକାଶ କରିନାହଁ, ତୁମେ କହିଥିଲ ଯେ ଏହା ଠିକ୍ ସମୟରେ ଜଣାପଡିବ । କିନ୍ତୁ ତୁମେ ଆମକୁ ଦଳର ବ୍ୟାଟିଂ କ୍ରମ କହିପାରିବ। କିଏ ଓପନ କରିବେ ? ଆୟୁଷ ମହାତ୍ରେ ଏବଂ ସଞ୍ଜୁ ସାମସନ ନା ଋତୁରାଜ ଗାୟକୱାଡ ଏବଂ ସଞ୍ଜୁ ସାମସନ ନା ଋତୁରାଜ ଏବଂ ଆୟୁଷ ମହାତ୍ରେ ?"

ଏହା ବି ପଢନ୍ତୁ...​​​​​​​ହାପି ବର୍ଥଡ଼େ ବୈଭବ; IPL-U19 କ୍ରିକେଟରେ ବିସ୍ଫୋରଣ, ଏବେ ଖୋଲିଲା ଟିମ୍ ଇଣ୍ଡିଆ ଦ୍ୱାର

ଏବେ ପ୍ରଶ୍ନ ଉଠୁଛି କି, ଆୟୁଷ ମହାତ୍ରେ କେତେ ନମ୍ବରରେ ବ୍ୟାଟିଂ କରିବେ । ସେ କ'ଣ ତୃତୀୟ ନମ୍ବରରେ ଆସିବେ ନା ତାଙ୍କ ସ୍ଥାନ ଉର୍ଭିଲ ପଟେଲ ନେବେ ? ଉର୍ଭିଲ ମଧ୍ୟ ଜଣେ ଦୃଢ଼ ଦାବିଦାର । ଅଲରାଉଣ୍ଡର ଶିବମ ଦୁବେ ଚତୁର୍ଥ ନମ୍ବରରେ ଏବଂ ଡେୱାଲ୍ଡ ବ୍ରେଭିସ୍ ପଞ୍ଚମ ନମ୍ବରରେ ଖେଳିପାରନ୍ତି । ପ୍ରଶାନ୍ତ ବୀର ପ୍ରଥମ ମ୍ୟାଚ୍ରେ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି । ଧୋନୀ ଷଷ୍ଠ କିମ୍ବା ସାତ ନମ୍ବରରେ ବ୍ୟାଟିଂ କରିପାରିବେ।