ନୂଆଦିଲ୍ଲୀ,୦୩/୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ସମ୍ପର୍କରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଜୟଶଙ୍କର କହିଛନ୍ତି ଯେ ରାହୁଲ ଗାନ୍ଧୀ ତାଙ୍କ ଆମେରିକା ଗସ୍ତ ବିଷୟରେ ଜାଣିଶୁଣି ମିଛ କହିଛନ୍ତି। ଏଥିସହିତ, ବୈଦେଶିକ ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଦେଶରେ ଭାରତର ପ୍ରତିଛବିକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗ କରିଛନ୍ତି।
ଜୟଶଙ୍କର ତାଙ୍କର ଏକ୍ସ ଉଲ୍ଲେଖ କରିଛନ୍ତି ଯେ, "ବିରୋଧୀ ନେତା ରାହୁଲ ଗାନ୍ଧୀ ଡିସେମ୍ବର ୨୦୨୪ ରେ ମୋର ଆମେରିକା ଗସ୍ତ ବିଷୟରେ ଜାଣିଶୁଣି ମିଛ କହିଥିଲେ। ମୁଁ ବାଇଡେନ ପ୍ରଶାସନର ବିଦେଶ ସଚିବ ଏବଂ ଏନ୍ଏସ୍ଏଙ୍କୁ ଭେଟିବାକୁ ଯାଇଥିଲି। ଏଥିସହିତ ଆମର ମହାବାଣିଜ୍ୟିକ ରାଷ୍ଟ୍ରଦୂତଙ୍କ ଏକ ବୈଠକରେ ଅଧ୍ୟକ୍ଷତାର ମଧ୍ୟ କରିବାର ଥିଲା।" ନୂତନ ଭାବରେ ମନୋନୀତ ଏନ୍ଏସ୍ଏ ଆମେରିକାରେ ମୋ ରହଣି ସମୟରେ ମୋତେ ଭେଟିଥିଲେ।"
ଜୟଶଙ୍କର ତାଙ୍କର ଏହି ପୋଷ୍ଟରେ କହିଛନ୍ତି ଯେ,' ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ବିଷୟରେ କୌଣସି ସ୍ତରରେ ଆଲୋଚନା କରାଯାଇ ନଥିଲା। ଏକ ସାଧାରଣ ଜ୍ଞାନ ରହିବା ଦରକାର ଯେ, ଆମର ପ୍ରଧାନମନ୍ତ୍ରୀ ଏପରି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି ନାହିଁ। ପ୍ରକୃତରେ ଭାରତ ପକ୍ଷରୁ ସାଧାରଣତଃ ସ୍ୱତନ୍ତ୍ର ରାଷ୍ଟ୍ରଦୂତମାନଙ୍କ ଦ୍ୱାରା ପ୍ରତିନିଧିତ୍ୱ କରାଯାଏ।"
ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ଆମେରିକା ଗସ୍ତକୁ ନେଇ ରାହୁଲ ଗାନ୍ଧୀ କହିଥିଲେ ଯେ,'ଆମେ ଉତ୍ପାଦନରେ ବହୁତ ପଛରେ ପଡ଼ିଛେ,ଏହାର ପରିଣାମ ସ୍ୱରୂପ ଆମେ ଆମର ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ନିମନ୍ତ୍ରଣ ପଠାଉନାହୁଁ। ବରଂ ଆମେରିକା ରାଷ୍ଟ୍ରପତି ଏଠାକୁ ଆମ ପ୍ରଧାନମନ୍ତ୍ରୀଙ୍କୁ ଡାକିବାକୁ ନିଜେ ଆସନ୍ତି।'