PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆଇସିସିର ହଲ ଅଫ ଫେମରେ ସାମିଲ ହେଲେ “କ୍ରିକେଟ୍ ଗଡ୍”

ନୂଆଦିଲ୍ଲୀ ୧୯।୭: ଆଇସିସି ଭାରତର ମହାନ ବ୍ୟାଟସମ୍ୟାନ ତଥା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କୁ ମିଳିଛି ଏକ ବଡ ସମ୍ମାନ। କ୍ରିକେଟର ଭଗବାନ କୁହାଯାଉଥିବା ସଚ୍ଚିନଙ୍କୁ ଆଇସିସିର ‘ହଲ ଅଫ ଫେମ୍’ରେ ସାମିଲ କରାଯାଇଛି । ଲଣ୍ଡନରେ ହେଉଥିବା ଏକ ସମାବେଶରେ ସଚିନଙ୍କ ବ୍ୟତୀତ ସାଉଥ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଏଲନ ଡୋନାଲ୍ଡ ଏବଂ ଅଷ୍ଟ୍ରେଲିଆର ମହିଳା ବୋଲର କ୍ୟାଥେରିନଙ୍କୁ ଏହି ସମ୍ମାନ ମିଳିଛି । ତେବେ ସଚ୍ଚିନ ଏହି ସମ୍ମାନ ପାଇବାରେ ଷଷ୍ଠ ଭାରତୀୟ ହୋଇଛନ୍ତି ।

ଏହା ପୂର୍ବରୁ ବିଶନ ସିଂହ ବେଦୀ, କପିଲ ଦେବ, ସୁନୀଲ ଗାଭାସ୍ପର, ଅନିଲ କୁମ୍ବଲେ ଏବଂ ରାହୁଲ ଦ୍ରାବିଡଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଥିଲା। ଆଇସିସିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୁ ସାହାନୀ କହିଛନ୍ତି, ୨୦୧୯ ପାଇଁ ଆଇସିସି କ୍ରିକେଟ ହଲ ଅଫ ଫେମରେ ସଚିନ, ଏଲନ ଏଭଂ କେଥରିନଙ୍କ ନାମ ଘୋଷଣା କରିଛି ।

ଅବସର ନେବାର ୫ ବର୍ଷ ମିଳେ ଏହି ସମ୍ମାନ

ସଚିନ ୨୦୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ରେକର୍ଡ ରନ ପ୍ରତିଷ୍ଠା କରିଛନ୍ତି । ଏହି କ୍ଲବରେ ସାମିଲ ହେବା ପାଇଁ ସଚିନ ଆଇସିସିର ମାପଦଣ୍ଡକୁ ପୂରଣ କରିଛନ୍ତି । ତାଙ୍କୁ ସଙ୍ଗେସଙ୍ଗେ ଏଥିରେ ସାମିଲ କରାଯାଇଥିଲା । ଆଇସିସିର ଗାଇଡଲାଇନ ଅନୁସାରେ ଏହି କ୍ଲବରେ ସେହି ଖେଳାଳି ସାମିଲ ହୋଇପାରିବେ ଯେଉଁମାନେ ଅତି କମରେ ୫ ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବେ । ସଚିନ ନିଜର ଶେଷ ଟେଷ୍ଟ ୨୦୧୩ରେ ଖେଳିଥିଲେ ।

ସମ୍ବନ୍ଧିତ ଖବର