କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସାଧୁ ନେପାକ

ଭୁବନେଶ୍ବର ୧୯।୩: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସାଧୁ ଚରଣ ନେପାକ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର। ଦଳ ତାଙ୍କୁ ଅଣଦେଖା କରିବାରୁ କଂଗ୍ରେସ ଛାଡ଼ିଛନ୍ତି ବୋଲି ନେପାକ ଅଭିଯୋଗ କରିଛନ୍ତି। ନେପାକ ୨୦୦୯ ବରଗଡ଼ ଆସନରୁ ଜିତିଥିବାବେଳେ ୨୦୧୪ ମସିହାରେ ନିର୍ବାଚନ ହାରିଯାଇଥିଲେ।
ଏନେଇ ନେପାକ୍ କହିଛନ୍ତି, ଯେତେବେଳେ କଂଗ୍ରେସରେ ୨୬ଜଣ ବିଧାନସଭାକୁ ଯାଇଥିଲେ ସେତେବେଳେ ଆନନ୍ଦ ବାବୁଙ୍କୁ ହରାଇ ମୁଁ ଜିତିଥିଲି। ବରଗଡ଼ରେ ୨୦ ବର୍ଷ ହେଲା ବ୍ଲକ ନଥିଲା। ସେହି ସମୟରେ ମୁଁ ଘର ଛାଡ଼ି ଦଳ ପାଇଁ ଅହରହ କାମ କରୁଥିଲି। ଆଜି ସେହି ଲୋକମାନେ ମୋତେ ଆଜି ପ୍ରଶ୍ନ କରୁଛନ୍ତି କି, ଆପଣ ଧୋକାବାଜ ଜାଗାକୁ ଆମକୁ କିଭଳି ଆଣିଲେ। ଯେଉଁମାନଙ୍କୁ ଟିକଟ ଦିଆଯାଇଛି ସେମାନେ କଣ କାମ କରିଛନ୍ତି ମୁଁ ଜାଣିଛି। ଟିକଟ ନ ପାଇବା ପଛରେ ଅନେକ ଷଡ଼ଯନ୍ତ୍ର କଥା ରହିଛି। ବର୍ତମାନ କେଉଁ ଦଳକୁ ଯିବି ନାହିଁ। ଆଗକୁ ସମୟ ଅଛି, ବର୍ତମାନ ସୁଦ୍ଧା କିଛି ସ୍ଥିର କରିନାହିଁ ବୋଲି ନେପାକ କହିଛନ୍ତି। ।