PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

କ୍ଷୀର ପ୍ୟାକେଟ୍ ସହିତ ଆପଣଙ୍କ ଘରେ ପଶିପାରେ କରୋନା ଭାଇରସ, FSSAI ଦେଲା ଏହି ପରାମର୍ଶ

https://starofmysore.com/

ନୂଆଦିଲ୍ଲୀ ୧୨/୮: ଏହି କରୋନା କାଳରେ ଲୋକମାନେ ସତର୍କ ହୋଇ କାମ କରୁଛନ୍ତି । ବାହାରକୁ ଗଲେ କିମ୍ବା ବାହାରୁ କୌଣସି ସାମଗ୍ରୀ ଆଣିଲେ ବହୁତ ସତର୍କ ହୋଇ କାମ କରୁଛନ୍ତି । ଏହିଭଳି ସେଫ୍ଟି ରଖିବା ଜରୁରୀ । ନିକଟରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ୍ ଇଣ୍ଡିଆ(FSSAI) ତରଫରୁ ସୂଚନା ଦିଆଯାଇଛି କି କରୋନା ସମୟରେ ପ୍ଲାଷ୍ଟିକ୍  ପ୍ୟାକେଟରେ ମିଳୁଥିବା କ୍ଷୀର(Milk) ଘରକୁ ନେବା ସମୟରେ ଏବଂ ଏହାକୁ ବ୍ୟବହାର କରିବା ସମୟରେ କେଉଁ କେଉଁ କଥାକୁ ଧ୍ୟାନରେ ରଖିବା ଉଚିତ୍ । FSSAI ତରଫରୁ କୁହାଯାଇଛି କି ଆପଣଙ୍କୁ ଏନେଇ ପୂରା ଧ୍ୟାନରେ ରଖିବା ଉଚିତ କି ଆପଣ ନିଜେ ମଧ୍ୟ ମାସ୍କ ପିନ୍ଧନ୍ତୁ ଏବଂ କ୍ଷୀରବାଲା ମାସ୍କ ପିନ୍ଧିଛି କି ନାହିଁ ସେନେଇ ମଧ୍ୟ ଧ୍ୟାନ ରଖନ୍ତୁ । ଆସନ୍ତୁ ଜାଣିବା ଏନେଇ କିଛି ସତର୍କ ସୂଚନା…

*ଯେତେବେଳେ ଆପଣ କ୍ଷୀର ପ୍ୟାକେଟ୍ ବଜାରରୁ ଘରକୁ ନେଉଛନ୍ତି ତାକୁ ତୁରନ୍ତ ଉପଯୋଗ କରନ୍ତୁନାହିଁ । ବରଂ ରୋଷେଇ କିମ୍ବା ବାଥରୁମ୍ ନଳ ଖୋଲି ପାଣିରେ ଭଲକି ଏହି ପ୍ୟାକେଟକୁ ଧୁଅନ୍ତୁ ।

*ଯଦି ଆପଣ ଜରୁରୀ ଭାବୁଛନ୍ତି ତେବେ ପ୍ୟାକେଟକୁ ସାବୁନରେ ଧୋଇପାରିବେ । ତେବେ ପାଣିରେ ଏହାକୁ ଭଲକି ଧୋଇବା ପରେ ହାତ ସାବୁନରେ ଧୋଇବା ଉଚିତ୍ ।

*ପ୍ୟାକେଟ ଧୋଇବା ପରେ ଧୁଆ ହାତରେ ଏହି ପ୍ୟାକେଟକୁ ସଫା କଇଁଚିରେ କାଟନ୍ତୁ ଏବଂ ପାତ୍ରରେ ଏହାକୁ ରଖନ୍ତୁ ।

*ଏହାକୁ ମଧ୍ୟ ଧ୍ୟାନରେ ରଖନ୍ତୁ କି କ୍ଷୀର ଢାଳିବା ସମୟରେ ପ୍ୟାକେଟରେ ଲାଗିଥିବା ପାଣି କ୍ଷୀରରେ ପଡିବା ଉଚିତ୍ ନୁହେଁ ।

*ଏଭଳି ସ୍ଥିତିରୁ ରକ୍ଷା ପାଇବା ପାଇଁ ଆପଣ କ୍ଷୀର ଢାଳିବା ସମୟରେ ପ୍ୟାକେଟକୁ କପଡାରେ ପୋଛି ପାରିବେ ।

*ପ୍ୟାକେଟରେ ଆସୁଥିବା କ୍ଷୀର ପ୍ରୋସେସ୍ଡ ମିଲ୍କ ହୋଇଥାଏ । ତେଣୁ ଆପଣ ସିଧା ଉପଯୋଗ ମଧ୍ୟ କରିପାରିବେ ।

*କରୋନାର ବିପଦରୁ ରକ୍ଷା ପାଇବା ପାଇଁ ଆପଣ ଏହାକୁ ଭଲ ଭାବେ ଗରମ କରି ବ୍ୟବହାର କରିପାରିବେ ।