ନୂଆଦିଲ୍ଲୀ,୧୧/୧୦ : ଭାଇ ଦୂଜ ପୂର୍ବରୁ ଦିଲ୍ଲୀର ମହିଳା ଏବଂ ଟ୍ରାନ୍ସଜେଣ୍ଡର ଯାତ୍ରୀ ଖୁବଶୀଘ୍ର ଏକ ନୂଆ ଡିଜିଟାଲ ସୁବିଧାର ଲାଭ ଉଠାଇପାରିବେ । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାର ରାଜଧାନୀରେ ମହିଳାଙ୍କୁ ସଶକ୍ତିକରଣ ଏବଂ ସୁରକ୍ଷିତ ଯାତ୍ରାକୁ ଗୁରୁତ୍ବ ଦେବା ଲାଗି ଖୁବଶୀଘ୍ର ‘ସହେଲୀ ପିଙ୍କ୍ କାର୍ଡ଼’ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି କାର୍ଡ଼ ମହିଳା ଏବଂ ଟ୍ରାନ୍ସଜେଣ୍ଡର ଯାତ୍ରୀଙ୍କୁ ଡିଟିସି ବସରେ ମାଗଣା ଯାତ୍ରାର ସୁବିଧା ଦେବ ଏବଂ ଭବିଷ୍ୟତରେ ମେଟ୍ରୋରେ ବି ଏହାର ବ୍ୟବହାର କରାଯାଇପାରେ ।
ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗର ଅଧିକାରୀଙ୍କ ଅନୁସାରେ ଏହି ପିଙ୍କ୍ କାର୍ଡ଼ ରାଷ୍ଟ୍ରୀୟ ସାମାନ୍ୟ ଗତିଶୀଳତା କାର୍ଡ଼ ଉପରେ ଆଧାରିତ ହେବ । ଏହାର ଅର୍ଥ କି ଏହି ଗୋଟିଏ କାର୍ଡ଼୍ ଦିଲ୍ଲୀର ବସ୍, ମେଟ୍ରୋ ଏବଂ ଅନ୍ୟ ସାର୍ବଜନିକ ସରକାରୀ ପରିବହନରେ ଚାଲିପାରିବ । ଅଧିକାରୀମାନେ କହିଛନ୍ତି କି, ‘ସହେଲୀ ପିଙ୍କ୍ କାର୍ଡ଼’ର ଶୁଭାରମ୍ଭ ଭାଇ ଦୂଜ ପାଖାପାଖି ହେବ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏହାକୁ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ ।
ସରକାରଙ୍କ କହିବା ଅନୁସାରେ ଏହି କାର୍ଡ଼ରେ ଯାତ୍ରା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଏବଂ ପାରଦର୍ଶୀ ହେବ । ପ୍ରଥମେ ଡିଟିସି ବସରେ ମାଗଣା ଯାତ୍ରା ଲାଗି କାଗଜର ଟିକେଟ ଦିଆଯାଉଥିଲା । କିନ୍ତୁ ଏବେ ସବୁ ବସରେ କାର୍ଡ଼ ରିଡିଂ ମେଶିନ ଲାଗି ଯାଇଛି । କ୍ଲଷ୍ଟର ବସରେ ବି ଏହି ସୁବିଧା ଖୁବଶୀଘ୍ର ଆରମ୍ଭ ହେବ