ନୂଆଦିଲ୍ଲୀ, ୧୮/୨ : ଭାରତ ବିପକ୍ଷରେ ଚାଲିଲାନି ବ୍ୟାଟ୍ । ଆରମ୍ଭରୁ ଆଉଟ୍ ହେଲେ । କିନ୍ତୁ ଏବେ ନାମିବିୟା ବିପକ୍ଷରେ ହାସଲ କଲେ ଦମଦାର ଶତକ । ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାହିବଜାଦା ଫରହାନ ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚରେ ବଡ଼ ପାଳି ଖେଳିବାରେ ସଫଳ ହୋଇଛନ୍ତି । ୫୮ ବଲର ସମ୍ମୁଖୀନ ହୋଇ ଅପରାଜିତ ୧୦୦ ରନ୍ କରିଛନ୍ତି । ଟି-୨୦ରେ ଏହା ତାଙ୍କର ପ୍ରଥମ ଶତକ । ନାମିବିୟା ବୋଲରଙ୍କୁ ଧୂଲେଇ କରିଥିଲେ । ଯେଉଁଥିରେ ୧୧ ଚୌକା ଏବଂ ୬ ଛକା ରହିଛି । ମାତ୍ର ସେ ଭାରତ ବିପକ୍ଷରେ ଖାତା ଖେଳିପାରିନଥିଲେ । ସେପଟେ ଚଳିତ ଟି-୨୦ ବିଶ୍ବକପରେ ଏହା ତୃତୀୟ ଶତକ ହୋଇଛି ।
ଟି-୨୦ ବିଶ୍ବକପରେ ଏହା ପାକିସ୍ତାନର ଦ୍ବିତୀୟ ଶତକ । ପୂର୍ବରୁ ୨୦୧୪ ମସିହାରେ ଅହମ୍ମଦ ଶେହେଜାଦ ବାଲାଂଦେଶ ବିପକ୍ଷରେ ୧୧୧ ରନର ପାଳି ଖେଳିଥିଲେ । ଏହାସହ ଟି-୨୦ କ୍ରିକେଟରେ ପାକିସ୍ତାନ ପାଇଁ ଶତକ ହାସଲ କରିଥିବା ଷଷ୍ଠ ଖେଳାଳି । ପୂର୍ବରୁଅହମ୍ମଦ ଶେହଜାଦ, ହାସନ ନୱାଜ, ମହମ୍ମଦ ହାରିସ ଏବଂ ମହମ୍ମଦ ରିଜୱାନଶତକ ହାସଲ କରିସାରିଛନ୍ତି । ଆଜିର ମ୍ୟାଚଟି ପାକିସ୍ତାନ ପାଇଁ କର ବା ମର ସ୍ଥିତି ରହିଛି । ମ୍ୟାଚ ହାରିଲେ ସୁପର-୮ରୁ ବାଦ ପଡ଼ିବ । ମାତ୍ର ଏବେ ପାକିସ୍ତାନ ଭଲ ସ୍ଥିତିରେ ରହିଛି । ନାମିବିୟା ଆଗରେ ୨୦୦ ରନର ଟାର୍ଗେଟ ଦେଇଥିବାବେଳେ ଦଳ ଏବେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରୁଛି ।
ଏହାସହ ପଢ଼ନ୍ତୁ : ପାକିସ୍ତାନର ଟି-୨୦ ବିଶ୍ବକପ ଦଳରୁ ବାଦ୍ ପଡ଼ିଲେ ଶାହିନ୍ ଆଫ୍ରିଦଙ୍କ ସହ ଏହି ଖେଳାଳି