PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଟିମ୍‌ ଇଣ୍ଡିଆ ପାଇଁ ସତର୍କ ଘଣ୍ଟି, ଟି-୨୦ ବିଶ୍ବକପ ପୂର୍ବରୁ ଫିଟ୍‌ ହେଲେ ଏହି ପାକିସ୍ତାନୀ ଷ୍ଟାର ବୋଲର

ଲାହୋର ୦୭/ ୧୦: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଆରମ୍ଭ ହେବାକୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ପାକିସ୍ତାନ ଟିମ୍‌ ପାଇଁ ଭଲ ଖବର। ଷ୍ଟାର ବୋଲର ଶାହୀନ ଶାହ ଆଫ୍ରିଦି ଆଣ୍ଠୁ ଆଘାତରୁ ପୂରାପୁରି ଭାବେ ଫିଟ୍‌ ହୋଇଯାଇଥିବା ଜଣାପଡିଛି । ଭାରତ ବିପକ୍ଷ ଆସନ୍ତା ଅକ୍ଟୋବର ୨୩ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ ଥିବା ମୁକାବିଲାରେ ଶାହୀନ ଆଫ୍ରିଦି ନଜର ଆସିବେ । ଯାହାକି ଟିମ୍‌ ଇଣ୍ଡିଆ ପାଇଁ ବଡ ଟେନସନ୍‌ ବୋଲି କୁହାଯାଉଛି ।

ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ରମୀଜ ରାଜା କହିଛନ୍ତି, ‘ଶାହୀନ ଶାହ ଆଫ୍ରିଦି ପୁଣି ଫିଟ୍‌ ଘୋଷିତ ହୋଇଛନ୍ତି ଏବଂ ସେ ଆସନ୍ତା ଅକ୍ଟୋବର ୨୩ରେ ମେଲବର୍ଣ୍ଣରେ ଭାରତ ବିପକ୍ଷ ମ୍ୟାଚ ଖେଳିବେ’। ସୂଚନାଯୋଗ୍ୟ, ଆଣ୍ଠୁରେ ଆଘାତ କାରଣରୁ ସେ ଏସିଆ କପ୍‌ ଏବଂ ଇଂଲଣ୍ଡ ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଥିଲେ । କିନ୍ତୁ ଏବେ ବିଶ୍ବକପ ପାଇଁ ପୂରାପୁରି ଭାବେ ଫିଟ୍‌ ହୋଇଯାଇଛନ୍ତି ସେ । ତେବେ ଦଳ ପାଇଁ ଚିନ୍ତାଜନକ ବିଷୟ ହେଉଛି ଲେଗ୍‌ ସ୍ପିନର ଉସମାନ କାଦିର ଆହତ ହୋଇଛନ୍ତି ।

ଶାହୀନ ଶାହ ଆଫ୍ରିଦି ଫିଟ୍‌ ଘୋଷଣା ହେବାପରେ ଏବେ ଟିମ୍‌ ଇଣ୍ଡିଆର ଟେନସନ୍‌ ବଢିବ । କାରଣ ପୂର୍ବ ବିଶ୍ବକପରେ ସେ ଏକାକୀ ଭାରତର ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ଏବେ ସେ ଫିଟ୍‌ ହେବାପରେ ଟିମ୍‌ ଇଣ୍ଡିଆ କିଭଳି ତାଙ୍କର ମୁକାବିଲା କରୁଛନ୍ତି ତାହା ଉପରେ ନଜର ରହିବ ।

ସମ୍ବନ୍ଧିତ ଖବର