PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

‘ପୁଷ୍ପା ୨’ ରୁ ଆଉଟ୍ ହେଲେ କି ରଶ୍ମିକା ? ଅଲ୍ଲୁଙ୍କ ସହ ରୋମାନ୍ସ କରିବେ ସାଇ ପଲ୍ଲବୀ!

tollywood

ନୂଆଦିଲ୍ଲୀ ୦୯/୦୩ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ସାରା ବିଶ୍ୱରେ ଦର୍ଶକଙ୍କ ଠାରୁ ଖୁବ୍ ଭଲ ପାଇବା ପାଇଛି। ଫିଲ୍ମରେ ସମସ୍ତ କଳାକାରଙ୍କ ଅଭିନୟଠାରୁ ଆରମ୍ଭ କରି ସଂଳାପ ଏବଂ ଗୀତଗୁଡ଼ିକ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଛି। ତେଣୁ ଏହାର ଦ୍ୱିତୀୟ ଭାଗ ‘ପୁଷ୍ପା ଦି ରୁଲ୍ସ’କୁ ଉତ୍ସାହର ସହିତ ଅପେକ୍ଷା କରାଯାଇଛି। ପ୍ରତିଦିନ ଫିଲ୍ମକୁ ନେଇ କିଛି ନା କିଛି ଅପଡେଟ୍ ସାମ୍ନାକୁ ଆସୁଛି ।ଏବେ ଖବର ଅନୁଯାୟୀ, ଅଭିନେତ୍ରୀ ସାଇ ପଲ୍ଲବୀ ମଧ୍ୟ ଏହି ଫିଲ୍ମରେ ଏଣ୍ଟ୍ରି କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ଫିଲ୍ମରେ ସାଇଙ୍କ ଭୂମିକା ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ‘ପୁଷ୍ପା’ର ପ୍ରଥମ ଭାଗରେ ଅଲ୍ଲୁଙ୍କୁ ରଶ୍ମିକା ମନ୍ଦନାଙ୍କ ସହ ଦେଖିବାକୁ ମିଳିଥିଲା। ଉଭୟଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ କୁହାଯାଉଛି, ଦ୍ୱିତୀୟ ଭାଗରେ ରଶ୍ମିକା ତ ଅଲ୍ଲୁଙ୍କ ସହ ରହିବେ, ସାଇ ପଲ୍ଲଭି ବି ଅଭିନେତାଙ୍କ ଅପୋଜିଟ୍‌ରେ ରହିବେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଇ ଦ୍ୱିତୀୟ କାର୍ଯ୍ୟସୂଚୀରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ଏବଂ ଏକ ସପ୍ତାହ ମଧ୍ୟରେ କାମ ଶେଷ କରିବେ। ଏବେ ଅଭିନେତ୍ରୀଙ୍କ ପ୍ରଶଂସକ ତାଙ୍କୁ ଏକ ନୂଆ ଅନ୍ଦାଜରେ ଦେଖିବାକୁ ଅପେକ୍ଷା କରିଛନ୍ତି। ତେବେ ଏହି ରିପୋର୍ଟ ନିର୍ମାତା କିମ୍ବା ସାଇ ପାଲ୍ଲାଭିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ।

ସମ୍ବନ୍ଧିତ ଖବର