ଏୟାର ଷ୍ଟ୍ରାଇକରେ କୌଣସି କ୍ଷତି ହୋଇନି, ସବୁ ଆତଙ୍କବାଦୀ ସୁରକ୍ଷିତ: ମାସୁଦ ଆଝାର

ଇସଲାମବାଦ,୧୬।୩: ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମୌଲାନା ମାସୁଦ ଆଝାର ବାଲକୋଟ ଏୟାର ଷ୍ଟ୍ରାଇକରେ କୌଣସି ଆତଙ୍କବାଦୀ ନିହତ ହୋଇନାହାନ୍ତି ବୋଲି କହିଛି। ତା’ର ଆତଙ୍କୀ ସଂଗଠନ ଜୈଶ୍ର ମୁଖପତ୍ରରେ ସେ ଏହି ବିଷୟରେ ଘୋଷଣା କରି କହିଛି, ମୁଁ ବଞ୍ଚିଛି ଏବଂ ସୁସ୍ଥ ଅଛି। ସେ ନିଜ ପେନ୍ ନେମ୍ ବା ଛଦ୍ମନାମ ‘ସା’ଆଦି’ ନାମରେ ଏହି ଲେଖା ଲେଖିଛି, ଯାହାକି ଜୈଶ୍ର ମୁଖପତ୍ର ‘ଅଲ୍-କଲାମ୍’ରେ ପ୍ରକାଶ ପାଇଛି। । ଏହି କଲମରେ ସେ କହିଛି ଯେ ୨୬ ଫେବୃଆରୀରେ ଇଣ୍ଡିଆନ ଏୟାରଫୋର୍ସ(ଆଇଏଏଫ୍)ର ବିମାନ ଦୁର୍ଘଟଣାରେ କୌଣସି କ୍ଷତି ହୋଇନାହିଁ। ଏହାସହ ସେ କହିଛି ତା’ର ସମସ୍ତ ଆତଙ୍କବାଦୀ ଠିକ୍ ଓ ସୁରକ୍ଷିତ ଅଛନ୍ତି। ସେମାନେ ସମ୍ପୂର୍ଣ୍ଣ ଭାବରେ ଫିଟ୍, ଏହାକୁ ପ୍ରମାଣିତ କରିବାପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସହ ମୁକାବିଲା କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ।

ଏହା ସହ ମାସୁଦ ନିଜର କଲମରେ ଲେଖିଛି, ବାଲକୋଟରେ ହୋଇଥିବା କ୍ଷତି ଓ ଏହାର ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାର ମିଥ୍ୟା ଖବର ପ୍ରଚାର କରାଯାଇଛି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବା ସହ ତାଙ୍କ ସହ ସୁଟିଂ ଓ ତୀରଚାଳନା ମୁକାବିଲା କରିକି ଏହା ଦେଖିପାରିବେ ସେମାନେ କେତେ ଫିଟ୍ ଅଛନ୍ତି। ତେବେ ଏପର୍ଯ୍ୟନ୍ତ ଜଣାପଡିନାହିଁ ଅଲ କଲାମରେ ଆସିଥିବା କଲମର ଲେଖକ ଆଝାର କି ଆଉ କିଏ?

ଏହି କଲମରେ ଆଝାର ନିଜର ଏବଂ ତା’ର ସଂଗଠନର ତୁଳନା ସେହି ସମୟ ସହିତ କରିଛି ଯେତେବେଳେ ମୁସଲମାନଙ୍କ ପାଇଁ ପେଗାମ୍ବର ମହମ୍ମଦ ଗସ୍ତ କରିଥିଲା। ଆଝାର କହିଛି ଆଦିଲ ଅହମ୍ମଦ ଡାର ଭଳି କଶ୍ମୀରବାସୀଙ୍କ ମନ ଭିତରେ ଯେଉଁଭଳି ନିଆଁ ଲାଗିଛି ତାହା କେବେ ଲିଭିବ ନାହିଁ। ଆଦିଲ ଅହମ୍ମଦ ଡାର ହେଉଛି ଜୈଶର ସେହି ଆତ୍ମଘାତୀ ଆକ୍ରମଣକାରୀ ଯିଏକି ପୁଲଓ୍ବାମା ଆତଙ୍କୀ ଆକ୍ରମଣର ଆତ୍ମଘାତୀ ଥିଲା। ଏଥିରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ।

ଆଝାର ଜମ୍ମୁ-କଶ୍ମୀରରେ ଜାରି ଆତଙ୍କୀ ଗତିବିଧିକୁ ସ୍ବାଧୀନତାର ଆନ୍ଦୋଳନ ବୋଲି କହିଛି। ସେ କହିଛି ସମୟ ଯେତେ ଆଗକୁ ବଢିବାରେ ଲାଗିଛି ସ୍ବାଧିୀନତା ପାଇଁ ଲଢେଇ ସାରା ରାଜ୍ୟରେ ବ୍ୟାପୀବରେ ଲାଗିଛି। କାରଣ ଏଭଳି ଏକ ଆନ୍ଦୋଳନ ଆଗକୁ ବଢିଥାଏ। ଏହା ସହ ଆଝାର ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ଲେଖି କହିଛି ମୁଁ ସମ୍ପୂର୍ଣ୍ଣ ଭାବରେ ଫିଟ୍ ଅଛି। ମୋର କିଡନୀ ଓ ଲିଭର ଠିକ୍ ଭାବରେ କାମ କରୁଚି। ଗତ ୧୭ ବର୍ଷ ହେବ ଗୋଟିଏ ଥର ମଧ୍ୟ ହସ୍ପିଟାଲ ଯାଇନି କିମ୍ବା ଡାକ୍ତରଙ୍କ ପାଖକୁ ଯାଇଛି। ଯାହାକୁ ସବୁ ମିଛ ପ୍ରଚାର କେବଳ କରାଯାଉଛି।