ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ ଘଟଣା,ସିନ୍ ରିକ୍ରିଏସନ୍ କରିବ ମୁମ୍ୱାଇ ପୋଲିସ

Published By : Anindita Ratha | January 20, 2025 10:26 AM

ମୁମ୍ବାଇ,୨୦/୦୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା। ସୈଫଙ୍କ ଘରେ ସିନ୍ ରିକ୍ରିଏସନ୍ କରିବ ମୁମ୍ୱାଇ ପୋଲିସ । ଗିରଫ ଅଭିଯୁକ୍ତକୁ ନେଇ ସୈଫ୍ ଅଲ୍ଲୀ ଖାନ୍‌ଙ୍କ ଘରେ ମୁମ୍ବାଇ ପୋଲିସ୍ କ୍ରାଇମ୍ ସିନ୍ ରିକ୍ରିଏଟ୍ କରାଇବ। କିପରି ୧୨ ମହଲା ଉପରକୁ ପ୍ରବେଶ କରିଥିଲା ସନ୍ଦିଗ୍ଧ। ଟିକିନିଖି କ୍ରାଇମର ହେବ ରିକ୍ରିଏସନ୍। ଶନିବାର ଠାଣେରୁ ଗିରଫ ବାଂଲାଦେଶୀ ଯୁବକ ହିଁ ସୈଫ୍ ଘରେ ପଶି ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଅଭିଯୁକ୍ତର ନାମ ମହମ୍ମଦ ଶରିଫୁଲ ଇସ୍‌ଲାମ୍ ଶହଜାଦ ।

ସୂଚନା ମୁତାବକ, ଗିରଫ ଅଭିଯୁକ୍ତକୁ ମୁମ୍ୱାଇ ପୋଲିସ ୫ ଦିନ ପାଇଁ ହେପାଜତକୁ ନେଇଛି। ଏହି ୫ ଦିନ ଭିତରେ ସୈଫଙ୍କ ଘରେ ଅଭିଯୁକ୍ତକୁ ନେଇ ମୁମ୍ୱାଇ ପୋଲିସ କ୍ରାଇମ ସିନ୍ ରିକ୍ରିଏସନ୍ କରିପାରେ ବୋଲି କୁହାଯାଉଛି। ଯଦିଓ ସୈଫଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣାରେ ମୁମ୍ୱାଇ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ହେଲେ ଅନ୍ୟପଟେ ସିସିଟିଭିରେ କଏଦ ସନ୍ଦିଗ୍ଧର ଚେହେରା ଶନିବାର ଗିରଫ ମହମ୍ମଦ ଶିରଫୁଲ ଇସଲାମ ସହ ମେଳ ଖାଉନଥିବା କୁହାଯାଉଛି।  ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ସନ୍ଦିଗ୍ଧ ଯୁବକକୁ ନେଇ ପୋଲିସ କ୍ରାଇମସିନ୍ ରିକ୍ରିଏସନ କରିବ। ତେବେ ୧୫ ଜାନୁଆରୀ ରାତିରେ ସୈଫ୍‌ଙ୍କ ଘରେ ପଶି ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲା ସନ୍ଦିଗ୍ଧ ।  ଅଭିଯୁକ୍ତ ୭ ମହଲା ପର୍ଯ୍ୟନ୍ତ ସିଢିରେ ପରେ ପାଇପ୍‌ରେ ଚଢ଼ି ୧୨ତମ ମହଲାରେ ପହଞ୍ଚିଥିଲା ।ପରେ ବାଥରୁମ୍ ଝରକା ଦେଇ ଘର ଭିତରେ ପଶିଥିଲା ଅଭିଯୁକ୍ତ। ଯାହା ଫଳରେ ଅଭିନେତା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଏ ସବୁ ଘଟଣାର ସିନ୍ ରିକ୍ରିଏସନ୍ ପୋଲିସ ଆଜି କରିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.