ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହସ୍ପିଟାଲ୍‌ ନେଇଯାଇଥିବା ଅଟୋ ଡ୍ରାଇଭରଙ୍କୁ ଖୁସିରେ କୁଣ୍ଢେଇ ପକାଇଲେ ସୈଫ ଅଲ୍ଲି ଖାନ୍‌

Published By : Tapas Panda | January 22, 2025 4:02 PM

Image Courtesy: indiatvnews

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନ ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ଆଲିଙ୍ଗନ କରିଛନ୍ତି ଏବଂ ଧନ୍ୟବାଦ ଜଣାଇଛନ୍ତି । ଭଜନ ସିଂହ ଅଭିନେତାଙ୍କୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲ ନେଇ ଯାଇଥିଲେ । ରାତିରେ ସୈଫଙ୍କ ଡ୍ରାଇଭର ନଥିବା ବେଳେ ଏହି ଅଟୋ ବାଲା ହିଁ ତାଙ୍କ ଜୀବନ ବଞ୍ଚାଇଥିଲେ । ଜାନୁଆରୀ ୧୬ରେ ସୈଫ ଅଲ୍ଲି ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ଓ ଅଟୋ ଡ୍ରାଇଭର ଭଜନ ସିଂହ ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ । 

 ସୈଫ ଅଲ୍ଲି ଖାନ ଅଟୋ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇବା ପରେ ଅଭିନେତାଙ୍କ ମା’ ଶର୍ମିଳା ଟାଗୋରଙ୍କ ପ୍ରତିକ୍ରିୟା ମଧ୍ୟ ମିଳିଛି । ଅଟୋ ଡ୍ରାଇଭର ରାଣାଙ୍କୁ ଶର୍ମିଳା ଆଶିର୍ବାଦ ଦେବା ସହ ତାଙ୍କ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ମଙ୍ଗଳବାର ଲୀଲାବତି ହସ୍ପିଟାଲ୍‌ରୁ ଡିସଚାର୍ଜ ହେବା ପରେ ସୈଫ ଅଲ୍ଲି ଖାନ ଅଟୋ ଡ୍ରାଇଭର ଭଜନ ସିଂହ ରାଣାଙ୍କ ସହ ୫ ମିନିଟ୍‌ କଥା ହୋଇଛନ୍ତି । ସୂଚନା ଅନୁସାରେ, ଅଟୋ ଡ୍ରାଇଭର ସୈଫଙ୍କୁ ହସ୍ପିଟାଲରେ ଛାଡ଼ିବା ପରେ ଭଡ଼ା ନେଇନଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୈଫ୍‌ ଅଟୋରେ ବସିଥିବା ବେଳେ ପ୍ରଥମେ ତାଙ୍କୁ ବାନ୍ଦ୍ରାର ହୋଲି ହସ୍ପିଟାଲକୁ ନେବା ପାଇଁ ଯୋଜନା ହୋଇଥିଲା । କିନ୍ତୁ ପରେ ଖୋଦ ସୈଫ ଲୀଲାବତି ହସ୍ପିଟାଲ ଯିବାକୁ କହିଥିଲେ ବୋଲି ଭଜନ ସିଂହ ଖୁଲାସା କରିଥିଲେ । 

 ମଙ୍ଗଳବାର ହସ୍ପିଟାଲରୁ ଅଭିନେତା ସୈଫ ଅଲ୍ଲି ଖାନ ଡିସଚାର୍ଜ ହେବା ପରେ ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଥିଲେ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ସେ ଠିକ୍‌ ଅଛନ୍ତି ଏବଂ କିଛି ଦିନ ବିଶ୍ରାମ ନେବାକୁ ଚାହୁଁଛନ୍ତି । ସୂଚନାଯୋଗ୍ୟ, ସୈଫ ଅଲ୍ଲି ଖାନ ଶେଷ ଥର ପାଇଁ ଜୁନିୟର ଏନଟିଆର ଅଭିନୀତ ଦେବାରା-ପାର୍ଟ ୧ରେ ନଜର ଆସିଥିଲେ । ଆଗକୁ ସୈଫ ଅଭିନୀତ ଥାଲାଭିଆନ୍‌ ଇରୁକିନ୍ଦ୍ରା, ଗୋ ଗୋଆ ଗନ୍‌ ୨ ଏବଂ ଦେବାରା-ପାର୍ଟ୨ ରିଲିଜ୍‌ ହେବାକୁ ଯାଉଛି ।  

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.