ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ମିଶନ୍‌ ମୋଡ୍‌ରେ କର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ, ସୈଫ ଅଲ୍ଲୀ ଖାନ୍‌ଙ୍କୁ ଆକ୍ରମଣ ଘଟଣା ପରେ ଦିଲ୍ଲୀ ଏଲ୍‌ଜିଙ୍କ ନିର୍ଦ୍ଦେଶ

Published By : Prameya | January 20, 2025 8:23 PM

ନୂଆଦିଲ୍ଲୀ,୨୦।୧: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ପୁରା ଦେଶରେ ଚିନ୍ତା ବଢାଇଛି। କାରଣ ଆକ୍ରମଣକାରୀ ଜଣକ ବାଂଲାଦେଶୀ। ସେ ବେଆଇନ ଭାବରେ ମୁମ୍ବାଇରେ ରହିବା ପରେ ଏଭଳି ଏକ ବଡ଼ କାଣ୍ଡ ଘଟାଇଛି।  ଏହି ଘଟଣା ପରେ ଦିଲ୍ଲୀ ଉପ-ରାଜ୍ୟପାଳ(ଏଲଜି) ଭିକେ ସାକସେନା ଦିଲ୍ଲୀରେ କଡା ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ସେ ଦିଲ୍ଲୀର ପୋଲିସ କମିଶନରଙ୍କୁ ମିଶନ୍ ମୋଡରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ନିର୍ଦ୍ଦେଶ ଦେଇଛନ୍ତି।

ଏଲଜି ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ପତ୍ରରେ କହିଛନ୍ତି, ସୈଫ ଅଲ୍ଲୀ ଖାନ୍‌ଙ୍କ ମାମଲାରେ କୁହାଯାଉଛି ଅଭିଯୁକ୍ତ ନିଜର ପରିଚୟ ଲୁଚାଇ ରେଷ୍ଟୁରାଣ୍ଟରେ କାମ କରୁଥିଲା। ସେଭଳି ଦିଲ୍ଲୀରେ ବେଆଇନ ଭାବରେ  ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ଥିବେ ଏହାକୁ ଅସ୍ବୀକାର କରିହେବନି। ସେମାନେ ଅଧିକାଂଶ ସମୟ ଦୋକନରେ ଏବଂ ଘରୋଇ ସହାୟକ ଭାବରେ କାମ କରିଥାନ୍ତି। କମ୍ ଟଙ୍କାରେ ତାଙ୍କୁ କାମରେ ଲଗାଯାଉଛି। ଏହାଛଡା ଏକ ସଂଗଠିତ ସିଣ୍ଡିକେଟ୍‌ କିଛି ଏଭଳି ଲୋକଙ୍କୁ ନକଲି ଆଧାର କାର୍ଡ, ଭୋଟର କାର୍ଡ ଓ ରାସନ୍ କାର୍ଡ ଭଳି ଜିନିଷ ଜରିଆରେ ତାଙ୍କୁ ରୋଜଗାର ଦେବାକୁ ଚେଷ୍ଟା କରୁଛନ୍ତି। 

ଏଲଜି ଏଭଳି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ମିଶନ୍‌ ମୋଡ଼ରେ ଏକ ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କାମରେ ରଖାଯାଉଥିବା କର୍ମଚାରୀ, ଘରୋଇ ସହାୟକ ଓ ଶ୍ରମିକଙ୍କ ଭେରିଫିକେସନ୍‌ ପାଇଁ ସଚେତନତା ସୃଷ୍ଟି କରିବାକୁ ପ୍ରିଣ୍ଟ ଓ ସୋସିଆଲ ମିଡିଆ ଜରିଆରେ ଆଉଟରିଚ୍ କାର୍ଯ୍ୟକ୍ରମ ଆରମ୍ଭ କରିପାରନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.