• ନୂଆବର୍ଷ ପାଇଁ ସବୁଠି ଉତ୍ସବର ମାହୋଲ
  • ନୂଆବର୍ଷକୁ ସ୍ବାଗତ ପାଇଁ ସେଲିବ୍ରିଟିଙ୍କ ସ୍ବତନ୍ତ୍ର ବ୍ୟବସ୍ଥା
  • ଜାଣନ୍ତୁ କେଉଁ କଳାକାର କେଉଁଠି ପାଳିବେ ନୂଆବର୍ଷ

ନୂଆଦିଲ୍ଲୀ : ସରିବ ପୁରୁଣା ବର୍ଷ, ଆସୁଛି ନୂଆବର୍ଷ । ସବୁଠି ଉତ୍ସାହର ମାହୋଲ । ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ସୁନ୍ଦର ସାଜସଜ୍ଜା ସାଙ୍ଗକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ସେଲିବ୍ରିଟିମାନେ କେମିତି ନୂଆବର୍ଷକୁ ସ୍ବାଗତ କରୁଛନ୍ତି ଏବଂ ପାଳନ କରୁଛନ୍ତି ଜାଣିବା ପାଇଁ ସମସ୍ତେ ଚାହିଁଥାନ୍ତି । ତେବେ ଜାଣନ୍ତୁ କିଏ କେଉଁଠି ନୂଆବର୍ଷକୁ ସ୍ବାଗତ କରିବେ ।

ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର :

ବଲିଉଡର ଏହି ଜଣାଶୁଣା ଦମ୍ପତ୍ତି ସବୁବେଳେ ନିଜର ସେଲିବ୍ରେସନ୍ ପାଇଁ ଜଣାଶୁଣା । ତେବେ ନୂଆବର୍ଷ ଛୁଟିରେ ସେମାନେ ଦୁଇ ପୁଅ ତୈମୁର ଏବଂ ଜାହାଙ୍ଗୀରଙ୍କ ସହ ସ୍ବିଜରଲ୍ୟାଣ୍ଡରେ ଅଛନ୍ତି । ସେଠାରେ ଛୁଟି କାଟୁଥିବାବେଳେ ଏଠାରେ ନୂଆବର୍ଷ ପାଳନ କରିବେ ।

ଐଶର୍ଯ୍ୟା-ଅଭିଷେକ

ବଚ୍ଚନ ପରିବାର ବୋହୂ ଐଶର୍ଯ୍ୟା ରାୟ ବଚ୍ଚନ ନିଜର ସୁନ୍ଦରତା ପାଇଁ ଯେତିକି ଚର୍ଚ୍ଚାରେ ରହିଥାନ୍ତି ନିଜର ଜୀବନଶୈଳୀ ପାଇଁ ସେତିକି ଲାଇମଲାଇଟରେ ରହିଥାନ୍ତି । ନୂଆବର୍ଷରେ ସେମାନେ ନ୍ୟୁୟର୍କରେ କାଟିବେ ବୋଲି ସୂଚନା ମିଳିଛି । ଏବେ ସେମାନେ ସେଠାରେ ରହିଥିବାର ଖବର ରହିଛି ।

ସାମନ୍ଥା ପ୍ରଭୁ:

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ସ୍ବାମୀ ନିଦିମୋରୁଙ୍କ ସହ ଏବେ ପର୍ତ୍ତୁଗାଲରେ ରହିଛନ୍ତି । ସେଠାରେ ଏହି ଦମ୍ପତ୍ତି ନୂଆବର୍ଷକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବେ ବୋଲି ଜଣା ପଡ଼ିଛି ।

ରଣବୀର-ଆଲ୍ଲିଆ

କପୁର ଫ୍ୟାମିଲର ଚର୍ଚ୍ଚିତ ଦମ୍ପତ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ତେବେ ସେମାନେ ନୂବବର୍ଷ ପାଳିବାକୁ କେଉଁଠାରୁ ଯାଇଛନ୍ତି ତାହା ସ୍ପଷ୍ଠ ହୋଇନାହିଁ ।

ଲଣ୍ଡନରେ ଶବାନା-ଦିୟା ମିର୍ଜା

ବଲିଉଡର ବରିଷ୍ଠ ଅଭିନେତ୍ରୀ ଶବାନା ଏବେ ଲଣ୍ଡନରେ ରହିଥିବାର ଖବର ରହିଛି । ତାଙ୍କ ସହ ଦିୟା ମିର୍ଜା ନିକଟରେ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏଣୁ ଉଭୟ ଲଣ୍ଡନରେ ନୂଆବର୍ଷ ଛୁଟି କାଟୁଥିବା କୁହାଯାଉଛି । ସେପଟେ ନିକଟରେ ଦୃଶ୍ୟମ ଅଭିନେତ୍ରୀ ଶ୍ରୀୟା ତାଙ୍କ ସ୍ବାମୀଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ଏଣୁ ନୂଆବର୍ଷ ପାଇଁ ବାହାରକୁ ଯାଇଥିବା କୁହାଯାଉଛି । ମାତ୍ର ସେମାନେ କେଉଁଠାକୁ ଯାଇଛନ୍ତି ତାହା ସ୍ପଷ୍ଠ ହୋଇନାହିଁ ।

ତେବେ କହି ରଖୁଛୁ କି, ଏହି କଳାକାରମାନେ ଏବେ ଛୁଟି କାଟିବାକୁ ବାହାରେ ରହିଥିବାବେଳେ ନୂଆବର୍ଷ ପରେ ଫେରିଲେ ନିଜର ଫିଲ୍ମ ସୁଟିଂରେ ବ୍ୟସ୍ତ ରହିବେ । ରଣବୀର ରାମାୟଣ ଫିଲ୍ମ ସୁଟିଂ କରିବାକୁ ଥିବାବେଳେ ଆଲିଆ ଆଲଫା ଫିଲ୍ମର ସୁଟିଂରେ ବ୍ୟସ୍ତ ରହିବେ । ସେପଟେ ଶ୍ରୀୟା ମଧ୍ୟ ଦୃଶ୍ୟମ ପାର୍ଟ-୩ ର ସୁଟିଂରେ ବ୍ୟସ୍ତ ରହିବେ ।