PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଫଗାନିସ୍ତାନର ଧାର୍ମିକ ବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ, ୨୦ରୁ ଅଧିକ ଗୁରୁତର…
  • ||
  • HSRP ମାମଲା : ୧,୨,୩ ଏବଂ ୪ ନମ୍ଵର ପାଇଁ ଆଉ ଏକ ମାସ ସମୟ ସୀମା ବୃଦ୍ଧି
  • ||
  • ଭୁବନେଶ୍ଵର : ପୁରୀରେ ନିର୍ମାଣ ହେବ କୁଲତା ସମାଜର ଧର୍ମଶାଳା, ସୁନାମୁହିଁରେ ୧ ଏକର ଜାଗା ଓ ୩ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ମୈଦଲପୁର : ବନ୍ଧୁକ ମରାମତି ବେଳେ ଗୁଳି ଫୁଟି ୪ ଆହତ
  • ||
  • ତେଲକୋଇ : ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ରେଢ଼ାଖୋଲ : ଔଷଧ ବୋଝେଇ କଣ୍ଟେନର ଧକ୍କାରେ ୪ ପିକଅପ୍ ଭ୍ୟାନ୍ ଚୂରମାର
  • ||
  • ଭୁବନେଶ୍ଵର : ATM ଭିତରେ ପଶିଲା ନାଗ, ଦେଢ ଘଣ୍ଟା ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ
  • ||
  • ଭୁବନେଶ୍ଵର : ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରେକର୍ଡ
  • ||
  • ନାରାୟଣପାଟଣା : ଝାଙ୍କିରିକାରିଲି ଗାଁ ପାହାଡ଼ରେ ମାତିଛି ମହାବଳ, ପୁଣି ଏକ ଛେଳିକୁ ମାରି ଖାଇଲା ବାଘ
  • ||
  • ଆଠମଲ୍ଲିକ : ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବର୍ଷକର ଅମଳ ଫସଲ
  • ||

ସାଇନା ଇଣ୍ଡୋନେସିଆ ମାଷ୍ଟର୍ସ ଚାମ୍ପିଅନ୍‌

ଜାକର୍ତ୍ତା, ୨୭ା୧(ଏଜେନ୍ସି): ଭାରତର ଷ୍ଟାର୍‌ ମହିଳା ଖେଳାଳି ସାଇନା ନେହୱାଲ ଚଳିତ ବର୍ଷ ଇଣ୍ଡୋନେସିଆ ମାଷ୍ଟର୍ସ ସୁପର ସିରିଜ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି । ଆଜି ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍‌ ମୁକାବିଲାରେ ସାଇନା ଓ ସ୍ପେନ୍‌ର କାରୋଲିନା ମାରିନ ପରସ୍ପରକୁ ଭେଟିଥିଲେ । ପ୍ରଥମ ଗେମ୍‌ରେ ମାରିନ ୧୦-୪ରେ ଆଗୁଆ ରହିଥିବା ବେଳେ ଆହତ ହୋଇ ଓହରି ଯାଇଥିଲେ । ସାଇନାଙ୍କୁ ଚାମ୍ପିଅନ୍‌ ଘୋଷଣା କରାଯାଇଥିଲା ।
ଦୁଇ ବର୍ଷ ପରେ ସାଇନା କୌଣସି ବଡବ୍ଲ୍ୟୁଏଫ୍‌ ଟାଇଟଲ ଜିତିବାରେ ସଫଳ ହୋଇଥିଲେ । ଅବଶ୍ୟ ମାରିନ ଆହତ ହୋଇ ବିଦାୟ ନେବା ଫାଇନାଲ୍‌ର ରୋମାଞ୍ଚକୁ ମଉଳାଇ ଦେଇଥିଲା । ଏଭଳି ଭାବେ କୌଣସି ଟାଇଟଲ ଜିତିବାକୁ କେବେ ସାଇନା ଆଶା ରଖିନଥିବା ମ୍ୟାଚ୍‌ ପରେ ପ୍ରକାଶ କରିଥିଲେ ସାଇନା । ସେ କହିଥିଲେ ଯେ, ଏଭଳି ଏକ ଫାଇନାଲ୍‌ର ଆଶା ନଥିଲା । ମାରିନ ବିଶ୍ୱର ଶ୍ରେଷ୍ଠ ମହିଳା ଖେଳାଳି । ଆହତ ସମସ୍ୟା ଖେଳାଳିଙ୍କ ଜୀବନର ସବୁଠୁ ଖରାପ ସମୟ । ଆଶା କରୁଛି ସେ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ବ୍ୟାଡମିଣ୍ଟନ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିବେ ।

ସମ୍ବନ୍ଧିତ ଖବର