PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ସେମିରେ ହାରିଲେ ସାଇନ

ନୂଆଦିଲ୍ଲୀ, ୧୯ା୧(ଏଜେନ୍ସି): ମାଲେସିଆର କ୍ୱାଲାଲମ୍ପୁର ଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ସୁପରସିରିଜ୍‌ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ସାଇନା ନେହୱାଲଙ୍କ ଅଭିଯାନ ଶେଷ ହୋଇଛି । ସେମି ଫାଇନାଲ୍‌ରେ ସେ ସ୍ପେନ୍‌ର କାରୋଲିନା ମାରିନଙ୍କ ଠାରୁ ହାରି ଟାଇଟଲ ଦୌଡରୁ ବାଦ ପଡ଼ିଛନ୍ତି । ଚତୁର୍ଥ ସିଡ୍‌ ମାରିନ୍‌ ସିଧା ସଳଖ ୨୧-୧୬, ୨୧-୧୩ ଗେମ୍‌ରେ ସାଇନାଙ୍କୁ ହରାଇଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ମାରିନଙ୍କୁ ୪୦ମିନିଟ୍‌ ଲାଗିଥିଲା । ମାରିନଙ୍କ ଚତୁର ଖେଳ ଆଗରେ ସାଇନାଙ୍କ ଅଭିଜ୍ଞତା ଫିକା ପଡ଼ି ଯାଇଥିଲା । ସାଇନାଙ୍କ ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ଭାରତର ଅଭିଯାନ ଶେଷ ହୋଇଯାଇଛି । ସୂଚନାଯୋଗ୍ୟ, ୨୦୧୭ରେ ସାଇନା ଏଠାରେ ଚାମ୍ପିଅନ୍‌ ହୋଇଥିଲେ ।