ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା : ମାହାଙ୍ଗା ବ୍ଲକର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ, ସରକାରୀ ନିୟମ ଉଲ୍ଲଙ୍ଘନ ପରେ ଆକ୍ସନ୍

Published By : Rasmita Pradhan | August 1, 2025 12:34 PM

ମାହାଙ୍ଗା, ୦୧/୦୮ : ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା। ସରକାରୀ ନିୟମ ଉଲ୍ଲଙ୍ଘନ ପରେ ଆକ୍ସନ୍। କଟକ ଜିଲ୍ଲା ମାହାଙ୍ଗା ବ୍ଲକର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ। ଜରୁରୀକାଳିନ ପରିସ୍ଥିତିରେ ଅଫିସ ନଆସିବା ଏବଂ ଅଚଳ ବାୟୋମେଟ୍ରିକ୍ ନବଦଳାଇବା ପାଇଁ ସମସ୍ତ କର୍ମଚାରୀଙ୍କ ଜୁଲାଇ ମାସର ଦରମା ବନ୍ଦ ପାଇଁ ବିଡିଓଙ୍କୁ ଚିଠି କରିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ। 

ସୂଚନାନୁଯାୟୀ, ଜୁଲାଇ ୨୬ ତାରିଖ ଶନିବାର ବଡ଼ ବର୍ଷା ନେଇ ମାହାଙ୍ଗା ବ୍ଲକର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା। ସେଦିନ ବ୍ଲକକୁ କୌଣସି କର୍ମଚାରୀ ଆସିନଥିଲେ। ଯେଉଁଥିପାଇଁ ଜୁଲାଇ ମାସର ଦରମା ବନ୍ଦ ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଡିଓଙ୍କୁ ଚିଠି କରିଛନ୍ତି। ଖାଲି ସେତିକି ନୁହେଁ ମାହାଙ୍ଗା ବ୍ଲକରେ ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ ବାୟୋମେଟ୍ରିକ ମେସିନ ଖରାପ ଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ହୋଇଥିଲା। ତୁରନ୍ତ ଉକ୍ତ ମେସିନକୁ ଠିକ୍ କରିବା ପାଇଁ ବ୍ଲକ ଅଧିକାରୀଙ୍କୁ ଜିଲ୍ଲାପାଳ ଏକ ଚିଠି କରିଥିଲେ। ହେଲେ ବ୍ଲକ କର୍ମଚାରୀମାନେ ଚିଠିଟିକୁ କାର୍ଯ୍ୟକାରୀ କରିନଥିବା ନେଇ ମଧ୍ୟ ଦରମା ବନ୍ଦ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଜିଲ୍ଲାପାଳଙ୍କ ଚିଠିକୁ କାହିଁକି ବ୍ଲକ କତ୍ତୃପକ୍ଷ ମାନି ନଥିଲେ ତାହା ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଗତ ୩୦ ତାରିଖରେ ମାହାଙ୍ଗା ବିଡ଼ିଓଙ୍କୁ ଏହି ଚିଠି କରାଯାଇଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.