ପୂଜା ହେଗଡେଙ୍କୁ ଡେଟ୍ କରୁଛନ୍ତି ସଲମାନ, ଆଗାମୀ ଦୁଇଟି ଫିଲ୍ମ ପାଇଁ କରାଇଛନ୍ତି ସାଇନ୍

ନୂଆଦିଲ୍ଲୀ ୦୯/୧୨: ଅଭିନେତା ସଲମାନ ଖାନ ତାଙ୍କ ପ୍ରଫେସନାଲ୍ ଲାଇଫ୍ ସହିତ ପର୍ସନାଲ ଲାଇଫକୁ ନେଇ ବି ଚର୍ଚ୍ଚାରେ ରୁହନ୍ତି। ବିଭିନ୍ନ କାରଣରୁ ଭାଇଜାନ ଆଲୋଚନାରେ ରୁହନ୍ତି। ସେଥିମଧ୍ୟରୁ ଗୋଟିଏ ତାଙ୍କ ଲଭ୍ ଲାଇଫ୍। ସଲମାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ ହୋଇଛି। କିନ୍ତୁ କଥା କେବେ ବିବାହ ପର୍ଯ୍ୟନ୍ତ ପହଞ୍ଚିନି। ବର୍ତ୍ତମାନ କୁହାଯାଉଛି ଯେ ଭାଇଜାନଙ୍କୁ ତାଙ୍କ ନୂଆ ପାର୍ଟନର୍ ମିଳିଯାଇଛି। ଏକ ରିପୋର୍ଟ ଅନୁଯାୟୀ, ସଲମାନ ଅଭିନେତ୍ରୀ ପୂଜା ହେଗଡେଙ୍କୁ ଡେଟ୍ କରୁଛନ୍ତି। ଉଭୟ ‘କିସି କା ଭାଇ କିସି କି ଜାନ’ରେ ଏକାଠି କାମ କରୁଛନ୍ତି।
ଉମୈର ସାନ୍ଧୁଙ୍କ ଏକ ଟ୍ୱିଟ୍ ସମଗ୍ର ବଲିଉଡ୍ ଏବଂ ସିନେମା ପ୍ରେମୀଙ୍କୁ ଚକିତ କରିଛି। ଉମୈର କହିଛନ୍ତି, ସଲମାନ ଖାନ ଏବଂ ପୂଜା ହେଗଡେ ରିଲେସନସିପରେ ଅଛନ୍ତି। ଉମୈରର ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ବ୍ରେକିଂ ନ୍ୟୁଜ୍- ସହରରେ ନୂଆ କପଲ୍ ଆସିଛନ୍ତି … ମେଗା ଷ୍ଟାର ସଲମାନ ଖାନଙ୍କୁ ପୂଜା ହେଗଡେଙ୍କ ସହ ପ୍ରେମ ହୋଇଛି। ସଲମାନଙ୍କ ପ୍ରଡକ୍ସନ୍ ହାଉସ୍ ମଧ୍ୟ ଆଗାମୀ ୨ ଫିଲ୍ମ ପାଇଁ ପୂଜାଙ୍କୁ ସାଇନ୍ କରାଇଛନ୍ତି। ଏହି ଦୁଇଜଣ ଆଜିକାଲି ଏକାଠି ବହୁତ ସମୟ ବିତାଉଛନ୍ତି। ଏହି କଥା ସଲମାନଙ୍କ ଘନିଷ୍ଠ ବନ୍ଧୁ ନିଶ୍ଚିତ କରିଛନ୍ତି।’

ସଲମାନ ଖାନଙ୍କ ବିଷୟରେ କହିବାକୁ ଗଲେ ତାଙ୍କ ବକ୍ସ ଅଫିସରେ ରେକର୍ଡ ବହୁତ ଶକ୍ତିଶାଳୀ। ୩୦୦ କୋଟିର କ୍ଲବରେ କେବଳ ସଲମାନ ଖାନଙ୍କର ୪ ଟି ଫିଲ୍ମ ଅଛି। ଯଦିଓ ତାଙ୍କର ଶେଷ ରିଲିଜ୍ ଅନ୍ତିମ ଏବଂ ଏହା ପୂର୍ବରୁ ରାଧେ କିଛି ବିଶେଷ ପ୍ରଦର୍ଶନ କରିପାରିନଥିଲା। ତେବେ ସଲମାନଙ୍କ ଆଗାମୀ ଫିଲ୍ମର ଆକାଉଣ୍ଟରେ କିକ୍ 2, କିସି କା ଭାଇ କିସି କି ଜାନ, ସୁରଜ ବଡଜାତ୍ୟାଙ୍କ ସହ ଫିଲ୍ମ ଏବଂ ନୋ ଏଣ୍ଟ୍ରିର ସିକ୍ୱେଲ ସାମିଲ। ଏଥି ସହିତ ଭାଇଜାନ ଶାହରୁଖ ଖାନଙ୍କ ପଠାନରେ ଏକ କାମିଓ କରିବେ।