PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଓଃ ! ତେବେ ଏଥିପାଇଁ ସିଙ୍ଗଲ ଅଛନ୍ତି ସଲମାନ୍ ଖାନ୍

ମୁମ୍ବାଇ ୨୫/୭: ବଲିଉଡର ଭାଇଜାନଙ୍କୁ ନେଇ ସବୁବେଳେ ତାଙ୍କ ଫ୍ୟାନ୍ସଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଥାଏ ଏବଂ ତାହା ହେଉଛି ଭାଇଜାନଙ୍କ ବିବାହ । ତାଙ୍କ ବିବାହ କେବେ ହେବ ଏବଂ କାହା ସହିତ ହେବ ଏନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ଯରେ ଉତ୍ସୁକତା ଭରି ହୋଇରହିଥାଏ । କିନ୍ତୁ ନିକଟରେ ଏକ ଇଣ୍ଟରଭ୍ଯୁରେ ସଲମାନ୍ ନିଜ ବିବାହ ସମ୍ପର୍କରେ ଖୁଲାସା କରିଛନ୍ତି ।  ଆପଣ ମଧ୍ୟ ଏହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ବର୍ତ୍ତମାନ ସମୟରେ ସବୁଠାରୁ ଏଲିଜେବଲ୍ ବ୍ଯାଚେଲର ହେଉଛନ୍ତି ସମସ୍ତଙ୍କ ପ୍ରିୟ ସଲ୍ଲୁ ଭାଇ । ୫୦ ବର୍ଷରେ ପହଞ୍ଚିବା ପରେ ମଧ୍ଯ ତାଙ୍କ ପାଇଁ ଝିଅମାନେ ଦିୱାନୀ । ସମସ୍ତେ ତାଙ୍କୁ ବିବାହ କରିବା ପାଇଁ ଆଶା ବାନ୍ଧି ବସିଛନ୍ତି । ତେବେ ଏହା ସ୍ୱାଭାବିକ ଯେ ସଲମାନଙ୍କ ପାଇଁ ପ୍ରସ୍ତାବର ଲାଇନ୍ ଲାଗୁଥିବ । କିନ୍ତୁ ଦୁଃଖର ବିଷୟ ଭାଇଜାନଙ୍କ ପାଖକୁ ଗୋଟିଏ ବି ପ୍ରସ୍ତାବ ଆସିନାହିଁ । ସଲମାନ୍ ନିକଟରେ ଏକ ଇଣ୍ଟରଭ୍ଯୁରେ କହିଛନ୍ତି ଯେ ‘ଏପର୍ଯ୍ଯନ୍ତ ମୋ ପାଇଁ ଗୋଟିଏ ବି ବିବାହ ପ୍ରସ୍ତାବ ଆସିନାହିଁ ।‘

ସେ ଆଗକୁ ଡେଟିଂ ସମ୍ପର୍କରେ ମଧ୍ଯ କହିଛନ୍ତି ଯେ ‘ମୁଁ କେବେ କ୍ୟାଣ୍ଡଲେ ଲାଇଟ୍ ଡିନର କରେନି କାରଣ ଏମିତି ଡିନର୍ସରେ ମୁଁ ମହା ମଧ୍ଯ ଦେଖିପାରେନି ଯେ ମୁଁ କଣ ଖାଉଛି । ସତ କଥା କହିବାକୁ ଟିକେ ଖରାପ ଲାଗୁଛି କିନ୍ତୁ ମୋ ପାଇଁ ଆଜି ପର୍ଯ୍ଯନ୍ତ ଗୋଟିଏ ବି ପ୍ରସ୍ତାବ ଆସିନି ।‘

ବର୍ତ୍ତମାନ ଭାଇଜାନ୍ ନିଜ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ ପାଇଁ ସୁଟିଂରେ ବ୍ଯସ୍ତ ଅଛନ୍ତି । ଏହି ଫିଲ୍ମକୁ ପୁରା କରିବା ପରେ ସେ ଆଲିଆ ଭଟ୍ଟଙ୍କ ସହିତ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଇନଶା ଅଲ୍ଲାହ’ର ସୁଟିଂ ଆରମ୍ଭ କରିବେ ।

ସମ୍ବନ୍ଧିତ ଖବର