PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ସରପ୍ରାଇଜ୍ ଦେଲେ ସଲମାନ୍, କାଲି କରିବେ ବିବାହ ତାରିଖ ଘୋଷଣା !

ନୁଆଦିଲ୍ଲୀ ୨୨/୫: ବଲିଉଡ ଅଭିନେତା ସଲମାନ ଖାନଙ୍କ ବିବାହକୁ ନେଇ ଲଗାତାର ସୋସିଆଲ ମିଡିଆରେ ଖବର ଆସିଥାଏ । ତେବେ ଏକ ଇଣ୍ଟରଭ୍ଯୁରେ ନିଜ ବିବାହ ସମ୍ପର୍କରେ ଆଲୋଚନା କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସେ ୨୩ ମେରେ ନିଜ ବିବାହ ତାରିଖ ଘୋଷଣା କରିବେ । ଆଶ୍ଚର୍ଯ୍ଯ ହୋଇଗଲେ ନା ? ତେବେ ଏହା କୌଣସି ଗୁଜବ ନୁହେଁ, ସତ ଖବର । ତେବେ ସଲମାନ୍ ପ୍ରକୃତରେ କିଛି ଘୋଷଣା କରିବେନି ମଜା କରୁଥିଲେ ।

ମୁମ୍ବାଇ ମିରରକୁ ଦେଇଥିବା ଏକ ଇଣ୍ଟରଭ୍ଯୁରେ ଭାଇଜାନ୍ କହିଛନ୍ତି ଯେ ‘ମୋ ବିବାହ ପ୍ଲାନିଂ ସମ୍ପର୍କରେ ବାରମ୍ବାର ପଚରାଯାଉଛି । ଭାବୁଛି ମେ ୨୩ରେ ବିବାହ ତାରିଖ ଘୋଷଣା କରିଦେବି ।‘ ତେବେ ସଲମାନ୍ ଏହା ମଜାରେ କହିଛନ୍ତି । କାରଣ ସେ ଜାଣିଛନ୍ତି ମେ ୨୩ରେ ନିର୍ବାଚନ ଫଳାଫଳ ଆସିବାର ଅଛି । ଏହି ଦିନ ଆଗାମୀ ୫ ବର୍ଷ ପାଇଁ କିଏ ଆମ ଦେଶର ପ୍ରଧାନମନ୍ତ୍ରୀ ହେବ ତା ଉପରେ ସମସ୍ତଙ୍କ ନଜର ରହିବ । ତେଣୁ କେହି ସଲମାନଙ୍କ ବିବାହ ଉପରେ ଧ୍ଯାନ ଦେବେନି । ତେବେ କହିରଖୁଛୁ ଇଣ୍ଟରଭ୍ୟୁରେ ସେ ଆଉ ଏକ କଥା କହିଥିଲେ ଯେ ତାଙ୍କର ପିଲା ଦରକାର । କିନ୍ତୁ ପିଲା ସାଙ୍ଗରେ ମା ଆସିଥାଏ, ଏବଂ ତାଙ୍କର ମା ଦରକାର ନାହିଁ । କିନ୍ତୁ ତାଙ୍କର ଏକ ପିଲା ଦରକାର ବୋଲି ସେ ଇଣ୍ଟରଭ୍ଯୁରେ କହିଥିଲେ ।